banner
Breaking

ଚାଇନା ଓ ପାକିସ୍ତାନ ଉପରେ ବର୍ଷିଲେ ମୋଦି

0

ନୂଆଦିଲ୍ଲୀ : ଆତଙ୍କବାଦକୁ ପ୍ରୋତ୍ସାହନ ମାମଲାରେ ଚାଇନା ଏବଂ ପାକିସ୍ତାନ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆତଙ୍କବାଦୀ ପାଣ୍ଠି ଯୋଗାଡ ରୋକିବା ଲାଗି ଶୁକ୍ରବାରଠାରୁ ଦିଲ୍ଲୀରେ ଆରମ୍ଭ ହୋଇଥିବା ଅନ୍ତର୍ଜାତୀୟ ମନ୍ତ୍ରୀସ୍ତରୀୟ ସମ୍ମିଳନୀରେ ମୋଦି ନାଁ ନ ନେଇ ଦୁଇ ଦେଶକୁ ଟାର୍ଗେଟ କରିଛନ୍ତି। କେତେକ ଦେଶ ଆତଙ୍କବାଦକୁ ସେମାନଙ୍କ ବୈଦେଶିକ ନୀତିର ଅଂଶ ଭାବେ ସମର୍ଥନ କରୁଛନ୍ତି। ଅନ୍ୟ କେତେକ ଦେଶ ପରୋକ୍ଷରେ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାକୁ ଚେଷ୍ଟା କରୁଛନ୍ତି। ଆତଙ୍କବାଦକୁ ସମର୍ଥନ କରୁଥିବା ଦେଶଗୁଡ଼ିକୁ ଏହାର ପରିଣାମ ଭୋଗିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

‘ନୋ ମନି ଫର୍‌ ଟେରର୍‌’ ବିଷୟବସ୍ତୁ ଉପରେ ୭୦ରୁ ଅଧିକ ଦେଶ ତଥା ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧିଙ୍କ ଉପସ୍ଥିତିରେ ମୋଦି କହିଛନ୍ତି, ଆତଙ୍କବାଦୀଙ୍କ ଲାଗି ସହାନୁଭୂତି ସୃଷ୍ଟି କରୁଥିବା ସଂଗଠନ ଏବଂ ବ୍ୟକ୍ତିବିଶେଷଙ୍କୁ ମଧ୍ୟ ଅଲଗା କରାଯିବା ଆବଶ୍ୟକ। କାରଣ ଆତଙ୍କବାଦୀ ସଂଗଠନଗୁଡ଼ିକ ଅନେକ ଉତ୍ସରୁ ଟଙ୍କା ପାଇଥାନ୍ତି। ଗୋଟିଏ ଉତ୍ସ ହେଉଛି କୌଣସି ଏକ ଦେଶର ସହାୟତା। କେତେକ ଦେଶ ସେମାନଙ୍କ ବୈଦେଶିକ ନୀତିର ଏକ ଅଂଶ ଭାବେ ଆତଙ୍କବାଦକୁ ସମର୍ଥନ କରନ୍ତି। ସେମାନେ ତାଙ୍କୁ ରାଜନୈତିକ ଏବଂ ଆର୍ଥିକ ସହାୟତା ପ୍ରଦାନ କରିଥାନ୍ତି। ଅନ୍ତର୍ଜାତୀୟ ସଂଗଠନକୁ ଏହା ଭାବିବା ଉଚିତ ନୁହେଁ ଯେ ଯୁଦ୍ଧ ହେଉ ନାହିଁ ଅର୍ଥ ଶାନ୍ତି। ଛଦ୍ମ ଯୁଦ୍ଧ ମଧ୍ୟ ବିପଜ୍ଜନକ ଏବଂ ହିଂସାତ୍ମକ। ଏଣୁ ଆତଙ୍କବାଦକୁ ପ୍ରତ୍ୟକ୍ଷ ତଥା ପରୋକ୍ଷ ସମର୍ଥନ ବିରୋଧରେ ବିଶ୍ୱ ଏକଜୁଟ୍‌ ହେବା ଆବଶ୍ୟକ ବୋଲି ସେ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.