banner
Breaking

ଡମଣା ଗୋପୀନାଥ ଜୀୟୁ ଦୁର୍ଗାପୂଜା କମିଟି। ଦଶମୀରେ ମା’ଙ୍କ ପାଖରେ ଲାଗି ହୁଏ ରସଗୋଲା ଭୋଗ । ମୁଖ୍ୟ ଆକର୍ଷଣ ଇ-ରାବଣପୋଡି। ତୋରଣରେ ଋଷିଆର ସେଣ୍ଟ ଯୋସେଫ ପିଟର୍ସ ବର୍ଗ ପ୍ୟାଲେସ୍

0

ଭୁବନେଶ୍ୱର,୨୩ା୯(ବ୍ୟୁରୋ) : ଓଡ଼ିଶାର ପାରମ୍ପରିକ ପର୍ବପର୍ବାଣୀ ମଧ୍ୟରେ ଦଶହରା ବା ଦୁର୍ଗାପୂଜା ଶ୍ରେଷ୍ଟତ୍ଵ ବହନକରେ। ଜାତି,ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଆନନ୍ଦ ଉଲ୍ଲାସର ସହ ପାଳିତହୁଏ। ରାଜଧାନୀର ବିଭିନ୍ନ ମଣ୍ଡପରେ ଭିନ୍ନ ଭିନ୍ନ ଅବତାର ମୃଣ୍ମୟ ମୂର୍ତ୍ତି ସାଙ୍ଗକୁ ନବଶ୍ଚୁମ୍ବୀ ତ୍ବରଣ ସମସ୍ତଙ୍କୁ ଆକର୍ଷିତ କରେ।ଏହି ଦୌଡରେ କିଏ ଆଗରେ ରହିବ ସେଥିପାଇଁ ପ୍ରତିଯୋଗିତା ଚାଲେ।ଏଥିରେ ଦୀର୍ଘ ୭ ବର୍ଷ ଧରି ସାମିଲ ହୋଇଆସୁଛି ଡମଣା ଗୋପୀନାଥ ଜିୟୁ ଦୁର୍ଗାପୂଜା ସମିତି। ସବୁବର୍ଷ ନିଜର ତୋରଣର ନୂତନତ୍ୱ ଆଣୁଥିବା ଡମଣା ଦୁର୍ଗାପୂଜା କମିଟି ଚଳିତବର୍ଷ ସହରବାସୀଙ୍କୁ ଭିନ୍ନ ଭେଟି ଦେବାକୁ ପ୍ରୟାସ କରିଛି। ତୋରଣରେ ଦେଖିବାକୁ ମିଳିବ ପାଶ୍ଚାତ୍ୟର ଛାପ। ଆକର୍ଷଣ ସାଜିବ ରୁଷିଆର ସେଣ୍ଟ୍‌ ଯୋଶେଫ ପିଟର୍ସବର୍ଗ ପ୍ୟାଲେସ। ଏହାର ଚଉଡ଼ା ୧୧୦ ଫୁଟ ଓ ଉଚ୍ଚତା ୮୦ ଫୁଟ ହେବ। ଅଷ୍ଟମ ବର୍ଷରେ ପଦାର୍ପଣ କରିଥିବା ଡମଣା ଦୁର୍ଗାପୂଜା କମିଟି ଏଥର ୨୫ଲକ୍ଷ ଟଙ୍କାର ପୂଜା ବଜେଟ ରଖିଛି। ଏଥିସହିତ ୨୦ଫୁଟ ଉଚ୍ଚତାର ମା’ଙ୍କ ମୃଣୟ ମୂର୍ତ୍ତି,ମେଢ ସହ ୧୨ରୁ ୧୫ ଫୁଟ ଉଚ୍ଚର ପାର୍ଶ୍ୱଦେବାଦେବୀ ନିର୍ମିତ ହୋଇ ପୂଜା ପାଇବେ। ୫ କେଜି ସୁନା ଅଳଙ୍କାର ଓ ୫୦ କେଜି ରୁପା ଅଳଙ୍କାର ପିନ୍ଧିବେ ମା’। ପୂଜାସ୍ଥଳକୁ ପୂରା ସିସିଟିଭି ନଜରରେ ରଖାଯିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି। ୧୦୦ ଜଣ ସୁରକ୍ଷା କର୍ମୀ ନିୟୋଜିତ ହେବା।
ମା’ଙ୍କ ପୂଜା ବିଧି ଅନୁସାରେ ଷଷ୍ଠୀରେ ବେଲ ବରଣୀ, ସପ୍ତମୀରେ ୧୦୮ ମହିଳାଙ୍କ ଦ୍ୱାରା କଳସ ଶୋଭାଯାତ୍ରା କରାଯାଇ ମା’ଙ୍କ ମୃଣ୍ମୟ ମୂର୍ତ୍ତି ପ୍ରତିଷ୍ଠା, ଅଷ୍ଟମୀରେ ଦହି ପଖାଳ, ନବମୀରେ ଖେଚୁଡ଼ି ଓ ଦଶମୀରେ ସମସ୍ତ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। ମା’ଙ୍କୁ ଦର୍ଶନ ଲାଗି ଦିବ୍ୟାଙ୍ଗଙ୍କ ପାଇଁ ହ୍ବିଲ୍‌ ଚେୟାର, ମହିଳା ଓ ବରିଷ୍ଠଙ୍କ ପାଇଁ ଅଲଗା ଧାଡ଼ି ବ୍ୟବସ୍ଥା କରାଯାଇଛି।
୧୫୦ ଫୁଟର ଇ ରାବଣପୋଡ଼ି,ଦଶମୀରେ ୧୦ ହଜାର ରସଗୋଲା ଭୋଗ।
ଭୁବନେଶ୍ୱରରେ ମାତ୍ର ୫ ସ୍ଥାନରେ ରାବଣ ପୋଡ଼ିର ବ୍ୟବସ୍ଥା ରହିଛି। ଏଥିମଧ୍ୟରୁ ଡମଣା ରାବଣ ପୋଡ଼ି ଅନ୍ୟଠାରୁ ନିଆରା। ରାବଣପୋଡ଼ି ପାଇଁ ପ୍ରାୟ ୧୫୦ ଫୁଟର ପ୍ରତିକୃତି ରାବଣ ତିଆରି ହୋଇ ସେଥିରେ ନୂତନ ଶୈଳୀରେ ଅଗ୍ନି ସ°ଯୋଗ କରାଯିବ। ସେହିଭଳି କମିଟି ସବୁବେଳେ ଓଡିଶାର କାରିଗରଙ୍କୁ ପ୍ରାଧାନ୍ୟ ଦେଇ ଆସୁଛି। ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜାରେ ମୂର୍ତ୍ତି କରୁଥିବା ନାମୀ କାରିଗରମାନେ ଏଠାରେ ମା’ଙ୍କ ମୂର୍ତ୍ତି ତିଆରି କରୁଛନ୍ତି। ଏଲିଡି ଲାଇଟର ଚାରୋଟି ଗେଟ ଉଭୟ ପାର୍ଶ୍ବରେ ହେବ। ମୀନା ବଜାର ସାଙ୍ଗକୁ ବଡବଡ ଦୋଳି ସମସ୍ତଙ୍କ ମନ କିଣିବ।
ନିଶାକର ସାହୁ, (କମିଟି ପ୍ରତିଷ୍ଠାତା ତଥା ସଭାପତି)
ପ୍ଲାଷ୍ଟିକ ମୁକ୍ତ, ଶବ୍ଦ ପ୍ରଦୂଷଣ ଓ ଶୃଙ୍ଖଳିତ ଦର୍ଶନ ପ୍ରତି ଗୁରୁତ୍ୱ ଦିଆଯିବ। ଷଷ୍ଠୀ, ସପ୍ତମୀରେ ମା’ଙ୍କ ନିକଟରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବା। ଅଷ୍ଟମୀ ଓ ନବମୀ ଦିନ ଓଡିଶାର ବିଶିଷ୍ଟ କଳାକାରଙ୍କ ଦ୍ୱାରା ମେଲୋଡି ପରିବେଷଣ କରାଯିବ। କିପରି ଭକ୍ତମାନେ ମା’ଙ୍କର ପୂଜାକୁ ଅତି ଆଡମ୍ବରରେ ପାଳନ କରିବେ ଓ ସୁରକ୍ଷିତ ତଥା ଶୃଙ୍ଖଳିତ ଭାବେ ଦର୍ଶନ କରି ଫେରିବେ ସେଥିପାଇଁ ଗୁରୁତ୍ୱ ଦିଆଯିବ।

ପ୍ରେମାନନ୍ଦ ମହାକୁଡ, (ଡମଣା ଗ୍ରାମ ମଙ୍ଗଳ ସଭାପତି)
ଚଳିତ ବର୍ଷ ଦର୍ଶକ ମୀନା ବଜାର ଓ ରାମ ଦୋଳିର ମଜା ନେବେ । ଆତସବାଜି ପାଇଁ କମିଶନରେଟ୍ ପୁଲିସ କଟକଣା କରିଥିବାରୁ କମିଟି ପକ୍ଷରୁ ୧୫୦ ଫୁଟର ଇ-ରାବଣ ପୋଡି କରାଯିବ । ଆମର ଭାଇଚାରା ଅତି ସୁଦୃଢ ଥିବାରୁ ଗୋପୀନାଥ ଜିୟୁ କ୍ଲବ,କିଷ୍ଣା କ୍ଲବ,ଲକ୍ଷ୍ମୀ ନାରାୟଣ କ୍ଲବ ଓ ମା ବାଉତେଇ ମହିଳା ସମିତି ଏବଂ ଗାଁର ସମସ୍ତେ ଉପସ୍ଥିତରହି କାର୍ଯ୍ୟ କରିଵେ।

Khansweb Solution Bhubaneswar

Leave A Reply

Your email address will not be published.