banner
Breaking

ନିଶିଗନ୍ଧା ସାହିତ୍ୟ ସ°ସଦର କ୍ଷୀପ୍ର ଅଗ୍ରଗତି।

0

ଭୁବନେଶ୍ୱର,୨୩/୦୯ ଭୁବନେଶ୍ୱରର ପି ଡବ୍ଲୁ ଡି,ଆଇ,ବି,ସତ୍ୟନଗର ଠାରେ ଭାଷା ସାହିତ୍ୟର ବୈପ୍ଳବିକ ପରିବର୍ତ୍ତନ ଲକ୍ଷ୍ୟ ସାଧନ ଉଦ୍ଦେଶ୍ୟରେ କ୍ଷୀପ୍ର ଗତିରେ ଅଗ୍ରସର ହେଉଥିବା ନିଶିଗନ୍ଧା ସାହିତ୍ୟ ସଂସଦ,ଖୋର୍ଦ୍ଧା, ଭୁବନେଶ୍ୱରର ସପ୍ତମ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।ଶ୍ରୀଜଗନ୍ନାଥ ସାହିତ୍ୟ ସେବା ସଦନ,ନିଶିଗନ୍ଧାର ସଭାପତି ତଥା ବିଶିଷ୍ଟ ରାଜନୈତିକ ନେତ୍ରୀ,ସଙ୍ଗୀତଜ୍ଞ,ସୁସାହିତ୍ୟିକା ମାନନୀୟା ନନ୍ଦିନୀ ଶତପଥିଙ୍କ ସଭାପତିତ୍ୱରେ ବିଶିଷ୍ଟ ଶିକ୍ଷାବିତ,ସୁସାହିତ୍ୟିକ ତଥା ନିଶିଗନ୍ଧା ସାହିତ୍ୟ ସଂସଦ ସଭାପତି ନାରାୟଣ ଚନ୍ଦ୍ର ସେନାପତି ମୁଖ୍ୟ ଅତିଥି, ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ କଳା, ସାହିତ୍ୟ, ସଂସ୍କୃତି,ସେବା ପ୍ରେମୀ ବଳରାମ ତରାଇ,ଶ୍ରୀପତି ସାହୁ,ତାପସ କୁମାର.ଆଚାର୍ଯ୍ୟ ତଥା ବିଶିଷ୍ଟ ମାନ୍ୟଗଣ୍ୟ ଉପଦେଷ୍ଟା, ସଦସ୍ୟ,ସଦସ୍ୟାଙ୍କ ଉପସ୍ଥିତି ଓ ସକ୍ରିୟ ଅଂଶଗ୍ରହଣରେ କେତେକ ବିଶେଷ ପ୍ରସଙ୍ଗ ଆଲୋଚିତ କରାଯାଇ ସିଦ୍ଧାନ୍ତ ନିଆଗଲା।ଆଗାମୀ ଡିସେମ୍ବର ମାସରେ ଦୁଇ ଦିନିଆ ସାହିତ୍ୟ ସମାରୋହ ସହ ସେବା କାର୍ଯ୍ୟକ୍ରମ ଅନୁଷ୍ଠାନର ପରିକଳ୍ପନା,ନିଶିଗନ୍ଧା ସାପ୍ତାହିକ ପତ୍ରିକା,ତ୍ର୍ୟମାସିକ ଇ ପତ୍ରିକା,ବୃକ୍ଷରୋପଣ,ଦରିଦ୍ର ନାରାୟଣ ସେବା,ସ୍ଵଛତା କାର୍ଯ୍ୟକ୍ରମ ଆଦି କରାଯିବାପାଇଁ ନିଷ୍ପତ୍ତି ନିଆଗଲା।ମାତ୍ର ଏ ସମସ୍ତ କାର୍ଯ୍ୟ ସହ ସଂସଦର ଆଭ୍ୟନ୍ତରୀଣ,ବାହ୍ୟ ଉନ୍ନୟନ,ସମୃଦ୍ଧି ଆଦି ସମ୍ପୂର୍ଣ୍ଣ ସିଦ୍ଧାନ୍ତ ଆଗାମୀ ସାଂଗଠନିକ କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତ୍ତି ନିଆଯିବାପାଇଁ ସିଦ୍ଧାନ୍ତ ନିଆଗଲା।ଉକ୍ତ କାର୍ଯ୍ୟକ୍ରମରେ ଉପଦେଷ୍ଟା ମଣ୍ଡଳୀର ବରିଷ୍ଠ ସଦସ୍ୟ କବିତା ମହାନ୍ତିଙ୍କ ସଂଯୋଜନା ତଥା ପଲ୍ଲବୀ ଦାସ,ମୋନାଲିସା ପ୍ରିୟଦର୍ଶିନୀ ନନ୍ଦ,ରୀତା ଅପରାଜିତା ମହାନ୍ତି,ସସ୍ମିତା ସାହୁ ଓ ଯୁଗ୍ମ ସମ୍ପାଦିକା ବୈଜୟନ୍ତୀ ସାହୁଙ୍କ ସହଯୋଗରେ ଅତିଥି ଅଧିକାରୀଙ୍କ ଦ୍ୱାରା ବନଜା ମିଶ୍ର,ଛବିରାଣୀ ପତି,ରବି ପ୍ରଧାନ,ବିଚିତ୍ରାନନ୍ଦ ମୁନୀ,ସରୋଜ କୁମାର ସାହୁ …ଆଦି ସାହିତ୍ୟିକ,ସାହିତ୍ୟିକାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ବିଶିଷ୍ଟ ସଙ୍ଗୀତଜ୍ଞ ବନଜା ମିଶ୍ରଙ୍କ ସୁଲଳିତ କଣ୍ଠଦାନ ତଥା ବିଶିଷ୍ଟ ସଙ୍ଗୀତକାର ନନ୍ଦିନୀ ଶତପଥୀଙ୍କ ସ୍ୱର ଝଙ୍କାରରେ ଗୃହ ପରିବେଶ ଆତ୍ମ ବିଭୋର ହୋଇଯାଇଥିଲା।ତତ୍ପରେ ଉପସଭାପତି ଚିତ୍ରରାଣୀ ପାତ୍ରଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯିବାସଙ୍ଗେ ସଙ୍ଗେ ଉପସ୍ଥିତ ସମସ୍ତ ସଦସ୍ୟ ସଦସ୍ୟଙ୍କ ସହ ଏକଜୁକୁଟିଭ ଗୃହର ମୃତ୍ୟୁଞ୍ଜୟ ରାଉତରାୟ,ସ୍ମୃତି ଛୋଟରାୟ,ମୌନା ଆଚାର୍ଯ୍ୟ ତଥା ଉପଦେଷ୍ଟା ମଣ୍ଡଳୀର ପ୍ରସନ୍ନ କୁମାର ନାଏକ,ଶ୍ରୀକାନ୍ତ କୁମାର ରାଉତ,ବିଭୁତି ପଟ୍ଟନାୟକ,ସଂଗୀତା ଦାଶ, ଶିବ ବାବା,କୋଷାଧକ୍ଷ ଆକାଶ କୁମାର ଦାଶ , ସମ୍ପାଦକ ମାନସ ରଞ୍ଜନ ମିଶ୍ର ଓ ସହ ସମ୍ପାଦକ ଅକ୍ଷୟ କୁମାର କର୍ଣ୍ଣ ,ଡ଼ଃ ନମିତା ଦାଶ, ଲଳିତା ଜେନା,ଭାସ୍କର ରାଉତ,ଶାନ୍ତନୁ ପଟ୍ଟନାୟକ, ଅମିତାଭ ମିଶ୍ର,ଲଳିତ ମୋହନ ମିଶ୍ର ମାନଙ୍କୁ ଆଗାମୀ କାର୍ଯ୍ୟକ୍ରମ ପାଇଁ ସ୍ୱାଗତ ଓ ସପ୍ରେମ ଆହ୍ୱାନ କରାଯାଇଥିଲା।

Khansweb Solution Bhubaneswar

Leave A Reply

Your email address will not be published.