ଭୁବନେଶ୍ୱର ,୦୯/୧୦(ଓଡ଼ିଆ ନ୍ୟୁଜ) ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନକୁ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପନାୟକ ସେପ୍ଟେମ୍ବର ୨ରୁ ନିଜେ ପ୍ରାଥମିକ ସଦସ୍ୟତା ଗ୍ରହଣ କରି ଆରମ୍ଭ କରିଥିଲେ । ରାଜ୍ୟର ପ୍ରତ୍ୟେକ ନିର୍ବାଚନ ମଳୀରେ ଏହାକୁ ତ୍ୱରାନ୍ୱିତ କରିବା ପାଇଁ ଛାମୁଆ ନେତା ଓ ବିଧାୟକ ମାନଙ୍କୁ ଦାୟିତ୍ୱ ଦିଆଯାଇଥିଲା । ବିଧାୟକ ମଧ୍ୟ ଦଳୀୟ କର୍ମୀ ଓ କର୍ପୋରେଟର ମାନଙ୍କୁ ଦାୟୀତ୍ୱ ହସ୍ତାନ୍ତର କରି ତଦାରଖ କରୁଥିଲେ । ଏହି ସବୁ ପର୍ଯ୍ୟାୟରେ ଉତ୍ତର ଭୁବନେଶ୍ୱର ନିର୍ବାଚନ ମଳୀର ୧୨ନଂ ୱାଡ ସବୁଠାରୁ ଆଗରେ ରହିଛି । ପୂର୍ବତନ କର୍ପୋରେଟର ସଞ୍ଜୟ ସେଠୀ ନିଜ କର୍ମୀଙ୍କ ସହାୟତାରେ ୫୦ଟି ବହିରେ ସଭ୍ୟ ସଂଗ୍ରହ ଶେଷ କରି ୭ ତାରିଖ ଦିନ ସମସ୍ତଙ୍କ ଉପସ୍ଥିତିରେ ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କୁ ହସ୍ତାନ୍ତର କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଜେଡି କାର୍ଯ୍ୟକାରୀ ସଭାପତି ସୁବାଷ ପାତ୍ର ମଧ୍ୟ ଉପସ୍ଥିତ ଥିଲେ । ବିଧାୟକ ଶ୍ରୀଯୁକ୍ତ ରାଉତ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ଥିଲେ ।
Breaking
ଚନ୍ଦ୍ରଶେଖରପୁରରେ ମହାଆଡମ୍ବରରେ ପାଳିତ ହେବ ଶ୍ରୀରାମ ନବମୀ ଉତ୍ସବଓଡିଶାରେ ଡିଜିଟାଲ ମିଡ଼ିଆ ଓନର୍ସ ଆସୋସିଏସନ୍ ଗଠିତ, ଭୁବନେଶ୍ୱର ଠାରେ ଲୋଗୋ ଉନ୍ମୋଚିତ, ସମସ୍ତ ମାଲିକ ଓ ସମ୍ପାଦକ ସାମିଲ ହେବାକୁ ଆହ୍ୱାନକୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛି
