banner
Breaking

ଓଡିଶା ବିଧାନସଭା ହେବ ନବକଳେବର। କମ୍ପୁଟର ଓ ଲାପଟପରେ ଚାଲିବ ପ୍ରଶ୍ନ ଉତ୍ତର। ବିଧାୟକ ପଢିବେ ପାଠ।

0

ଭୁବନେଶ୍ୱର, ୯ା୧୦(ଓଡ଼ିଆ ନ୍ୟୁଜ): ଡିଜିଟାଲ ହେବ ବିଧାନସଭା। ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମରେ ବ୍ୟବହାର ହେବନାହିଁ କାଗଜପତ୍ର ସବୁ ହେବ କମ୍ପୁଟର ଓ ଲାପଟପରେ ସେଥିପାଇଁ ବିଧାୟକ ମାନଙ୍କୁ ଟ୍ରେନିଂ ଦିଆଯିବ। ବିଧାନସଭା କାର୍ଯ୍ୟକାଳ ସମୟରେ ସମସ୍ତେ କମ୍ପୁଟର ବା ଲାପଟପରେ ପ୍ରଶ୍ନ ଉତ୍ତର ରଖିବେ ବୋଲି କହିଛନ୍ତି ବାଚସ୍ପତି।

ଇ- ବିଧାନସଭା ପାଇଁ ସରକାରୀ ସ୍ତରରେ ତତ୍ପରତା ଦେଖା ଦେଇଛି । ଏଥି ପାଇଁ ୪୭ ବିଧାୟକ ଲାପଟପ ଭାଉଚର ଦେଇଛନ୍ତି । ଏନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି । ୧ଲକ୍ଷ ଟଙ୍କା ଯାଏଁ ଲାପଟପ ବାବଦରେ ଅର୍ଥ ଦିଆଯିବ । ଅଧିକ ଅର୍ଥ ଦେଇ କିଣିବାକୁ ଚାହୁଁଥିବା ସଭ୍ୟ ନିଜ ପକେଟରୁ ଭରଣା କରିବେ । ୫ଟି ବ୍ରାଣ୍ଡରେ ଲାପଟପ କିଣିବାକୁ ଆଇଟି ବିଭାଗର ଅନୁମତି ଦିଆଯାଇଛି । ବିଧାନସଭା ଇଣ୍ଡେରିଅର ଡିଜାଇନ ପାଇଁ କମିଟି ରିପୋର୍ଟ ଦେବ । ଏହା ଦୁଇ ଦିନ ଭିତରେ ରିପୋର୍ଟ କମିଟି ଦେବ ବୋଲି ବାଚସ୍ପତି କହିଛନ୍ତି । ପୂର୍ତ୍ତ ସଚିବଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ ହୋଇଛି ।

Khansweb Solution Bhubaneswar

Leave A Reply

Your email address will not be published.