ବାଙ୍କୀ,୧୧/୯(ଓଡ଼ିଆ ନ୍ୟୁଜ): ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା’ ଚର୍ଚ୍ଚିକାଙ୍କ ପୀଠରେ ଗତକାଲି ଆଶ୍ୱୀନ କୃଷ୍ଣ ମୂଳା ଷ୍ଟମୀ ଗୁରୁବାର ପ୍ରଭାତରୁ ଶାରଦୀୟ ଦୂର୍ଗାପୂଜା ଶୋଡଷ ଉପଚାରରେ ଆରମ୍ଭ ହୋଇଛି। ପ୍ରତିବର୍ଷ ଏହି ପୂଜା ୧୬ ଦିନ ହେଉଥିବା ବେଳେ ଚଳିତ ବର୍ଷ ମଳମାସ ଯୋଗୁ ୪୪ ଦିନ ହେବ ବୋଲି ରାଜଗୁରୁ ପ୍ରକାଶ କରିଛନ୍ତି। ଗତକାଲି ଭୋର ୪ ଟାରେ ପହଡ଼ ଖୋଲାଯାଇ ମଙ୍ଗଳ ଆଳତୀ ଓ ପଞ୍ଚ ଅବକାଶ କରାଯାଇଥିଲା। ପୂର୍ବାହ୍ଣରେ ବାଙ୍କୀ ରାଜା ଦୁର୍ଗାମାଧବ ଶ୍ରୀଚନ୍ଦନ ମହାପାତ୍ର, ରାଜଗୁରୁ ଭବାନୀଶଙ୍କର ମହାପାତ୍ରଙ୍କୁ ବରଣ କରିବା ପରେ ସେବାସୀମାନଙ୍କ ଦ୍ୱାରା ମହାନଦୀର ରେଣୁକା ତୁଠରୁ ସହସ୍ର କୁମ୍ଭଜଳ ଅଣାଯାଇ ମା’ଙ୍କ ଭୃଙ୍ଗାରୀ ସ୍ନାନ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଏହାପରେ ମାଜଣା କରାଯାଇ ଦେବୀ ବେଶ ଓ ଗହଣା ଲାଗି କରାଯାଇଥିଲା। ପରେ ପରେ ଜଗତମାତାଙ୍କୁ ମହାପ୍ରସାଦ ସମର୍ପଣ କରାଯାଇ ମନ୍ଦିର ଉପରେ ନେତ ବନ୍ଧା ଉତ୍ସବ ଅନୁଷ୍ଠିତ ହୋଇଥିଲା। ତତ୍ପରେ ସୂର୍ଯ୍ୟ ପୂଜା, କଳସ ପୂଜା, ଦ୍ୱାରପାଳ ପୂଜା ଓ ଠାକୁରାଣୀଙ୍କ ବଲ୍ଲଭ ପୂଜା ସଂପନ କରାଯାଇ ଉପାଧି ଭୋଗ (ଅଧା ଭୋଗ) କାର୍ଯ୍ୟ ସଂପାଦିତ ହୋଇ ମାଣ୍ଡୁଅ ଧୂପ ଅର୍ପଣ କରାଯାଇଥିଲା।
ଦ୍ୱିପ୍ରହରରେ ଆମିଷ ସହିତ ଶଙ୍ଖୁଡି ଭୋଗ ଦେବୀଙ୍କୁ ଅର୍ପଣ କରାଯାଇ ପହଡ ବନ୍ଦ ପୂର୍ବରୁ ଖଞ୍ଜା ହାଣ୍ଡି ଭୋଗ କାର୍ଯ୍ୟ ଶେଷ ହୋଇଥିଲା। ଅପରାହ୍ଣ ୫ ଟାରେ ପହଡ ଖୋଲାଯାଇ ମା’ଙ୍କ ବେଶ ପରେ ସନ୍ଧ୍ୟା ଓ ରାତ୍ର ଧୂପ କରାଯାଇଥିଲା। ରାଜ୍ୟରେ କରୋନା କଟକଣା ଯୋଗୁ ମା’ଙ୍କ ଦର୍ଶନ ପାଇଁ ଭକ୍ତ ଦର୍ଶକମାନଙ୍କୁ ବାରଣ କରାଯାଇଛି। ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଥିବା ଦୀର୍ଘ ୪୪ ଦିନ ବ୍ୟାପି ପୂଜାର ବିଶେଷ କାର୍ଯ୍ୟ ମଧ୍ୟରେ କଳସ ସ୍ଥାପନ, ସଂକଳ୍ପ, ମାଣ୍ଡୁଅ ଧୂପ ଓ ଛାମୁଚଣ୍ଡି ସେବା କାର୍ଯ୍ୟ ଅନ୍ୟତମ। ଏହି ଅବସରରେ ଦେବୀଙ୍କ ସମ୍ମୁଖରେ ଚଣ୍ଡୀ ଓ ରାମାୟଣ ପାଠ କରାଯାଇଥିଲା। ଆଜି ମଧ୍ୟ ରୀତିନୀତି ଅନୁସାରେ ପୂଜାକର୍ମ ଜାରି ରହିଛି।
Breaking
ଚନ୍ଦ୍ରଶେଖରପୁରରେ ମହାଆଡମ୍ବରରେ ପାଳିତ ହେବ ଶ୍ରୀରାମ ନବମୀ ଉତ୍ସବଓଡିଶାରେ ଡିଜିଟାଲ ମିଡ଼ିଆ ଓନର୍ସ ଆସୋସିଏସନ୍ ଗଠିତ, ଭୁବନେଶ୍ୱର ଠାରେ ଲୋଗୋ ଉନ୍ମୋଚିତ, ସମସ୍ତ ମାଲିକ ଓ ସମ୍ପାଦକ ସାମିଲ ହେବାକୁ ଆହ୍ୱାନକୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛି
