banner
Breaking

ରାଜ୍ୟରେ ଆଜି ପୁଣି ୩୯୯୬ ପଜିଟିଭ ଚିହ୍ନଟ ଓ ୧୪ ମୃତ।

0

ଭୁବନେଶ୍ୱର,୧୧/୯(ଓଡ଼ିଆ ନ୍ୟୁଜ)ରାଜ୍ୟରେ ଦିନକୁ ଦିନ ରେକର୍ଡ଼ ଭାଙ୍ଗୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ରାଜ୍ୟରେ ଆଜି ପୁଣି ସର୍ବାଧିକ ୩୯୯୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୩୫୯ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୬୩୭ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୪୩,୧୧୭କୁ ବୃଦ୍ଧି ପାଇଛି। ସେଥିରୁ ୧,୦୮,୦୦୧ଜଣ ସୁସ୍ଥ ହୋଇ ଘରକୁ ଫେରିଥିବର ବେଳେ ୩୪,୪୫୮ ଚିକିତ୍ସିତ ହେଉଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଶୁକ୍ରବାର ୩୦ଟି ଜିଲ୍ଲାରୁ ଚିହ୍ନଟ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୬୦୬ଜଣ, ଅନୁଗୁଳରୁ ୧୩୮, ବାଲେଶ୍ୱର ୨୦୯, ବରଗଡ଼ ୯୭, ଭଦ୍ରକ ୧୧୨, ବଲାଙ୍ଗୀର ୧୨୪, ବୌଦ୍ଧ ୩୯, କଟକ ୩୫୪, ଦେଓଗଡ଼୧୦, ଢେଙ୍କାନାଳ ୮୭, ଗଜପତି ୨୫, ଗଞ୍ଜାମ ୮୯, ଜଗତସିଂହପୁର ୧୨୨, ଯାଜପୁର ୧୧୯, ଝାରସୁଗୁଡ଼ା ୭୯, କଳାହାଣ୍ଡି ୫୮, କନ୍ଧମାଳ ୪୭, କେନ୍ଦ୍ରାପଡ଼ା ୧୩୦, କେନ୍ଦୁଝର ୬୦, କୋରାପୁଟ ୯୩, ମାଲକାନଗିରି ୪୭, ମୟୁରଭଞ୍ଜ ୧୬୦, ନବରଙ୍ଗପୁର ୧୫୧, ନୟାଗଡ଼ ୭୭, ନୂଆପଡ଼ା ୧୦୩, ପୁରୀ ୨୭୯, ରାୟଗଡ଼ା ୧୦୫, ସମ୍ବଲପୁର ୯୧, ସୋନପୁର ୯୧, ସୁନ୍ଦରଗଡ଼ ୮୮ ଜଣ ଓ ଷ୍ଟେଟ ପୁଲରୁ ୨୦୬ ଜଣ ଚିହ୍ନଟ ହୋଇଛନ୍ତି।

୨୪ ଘଣ୍ଟାରେ କରୋନା ଆଉ ୧୪ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୬୦୫ରେ ପହଞ୍ଚିଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।
ଆଜି କରୋନାରେ ୧୪ ଜଣ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୫ ଜଣଙ୍କର ମୃତ୍ୟୁ ଘଟିଛି। ପୁରୀ ଜିଲାରୁ ୩ ଓ ମୟୁରଭଞ୍ଜରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେହିପରି କଟକ, କଳାହାଣ୍ଡି, କୋରାପୁଟ ଓ ସମ୍ବଲପୁର ଜିଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

Khansweb Solution Bhubaneswar

Leave A Reply

Your email address will not be published.