banner
Breaking

ରାଜଧାନୀ ଶାନ୍ତି କମିଟିର ଦୁର୍ଗାପୂଜାରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବୈଠକ

0

ଭୁବନେଶ୍ୱର, ୮/୯- ରାଜଧାନୀ ଶାନ୍ତି କମିଟି ତରଫରୁ ଆଗାମୀ ଦୁର୍ଗାପୂଜାରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ବୈଠକ ଅନୁଷ୍ଠିତ ହୋଇଯାଇଛି । କମିଟିର ସଭାପତି ମଧୁ ମାଧବ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଭୁବନେଶ୍ୱର ସମସ୍ତ ଦୁର୍ଗାପୂଜା କମିଟିର କର୍ମକର୍ତ୍ତାଙ୍କ ସମେତ ମୁରବୀମାନେ ଯୋଗଦେଇଥିଲେ । ଆଗାମୀ ଦୁର୍ଗାପୂଜାରେ ଶାନ୍ତି ଶୃଙ୍ଖଳା ରକ୍ଷା କରି ପୂଜା ପାଳନ କରିବା ଓ ପ୍ଲାଷ୍ଟିକ୍ ବ୍ୟବହାର ବନ୍ଦ କରିବା, ଶବ୍ଦ ପ୍ରଦୁଷଣ ନ କରି ନିୟମ ଅନୁଯାୟୀ ଯନ୍ତ୍ରପାତି ବ୍ୟବହାର କରିବା, ମାଙ୍କ ମୃଣ୍ମୟ ମୂର୍ତ୍ତି ତିଆରିରେ କେମିକାଲ୍ ବ୍ୟବହାର ନ କରିବା, ପ୍ରତେକ ମଣ୍ଡପରେ ଅଗ୍ନି ନିର୍ବାପକ ଯନ୍ତ୍ର ରଖିବା, ପାନୀୟଜଳ ବ୍ୟବସ୍ଥା କରିବା, ପଲିଥିନ୍ ଓ ପାଣିପାଉଚ୍ ବ୍ୟବହାର ନ କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା । ସେହିପରି ପୂଜା ସମୟରେ ବରିଷ୍ଠ ନାଗରିକ, ମହିଳା ଓ ଶାରିରୀକ ବିକଳାଙ୍ଗମାନଙ୍କୁ ସମ୍ମାନର ସହ ମପମାନଙ୍କରେ ପ୍ରବେଶ ଓ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ସମସ୍ତ ପୂଜା କମିଟିକୁ ଅନୁରୋଧ କରାଯାଇଥିଲା । ଏଥିସହିତ ରାସ୍ତା ମରାମତି ବା ପୁନଃନିର୍ମାଣ, ଷ୍ଟ୍ରିଟ୍ ଲାଇଟ୍ ସମସ୍ୟା ଓ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ପ୍ରାଶାସନକୁ ଅନୁରୋଧ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଉତ୍ତର ବିଧାୟକ ସୁସାନ୍ତ କୁମାର ରାଉତ, ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଡ. ଜଗନ୍ନାଥ ମହାପାତ୍ର, ସୁବାଷ ପାତ୍ର, ନାରାୟଣ ମହାପାତ୍ର, ପ୍ରିତିନନ୍ଦା ରାଉତରାୟ, ଦେବୀ ପ୍ରସାଦ ମଲ୍ଲିକ୍, ହାସନ୍ ଖାଁ, ଗଣେଶ୍ୱର ମିଶ୍ର, ପବିତ୍ର ବେହେରା, ମନମୋହନ ପନାୟକ, ଅକ୍ଷୟ ମିଶ୍ର, ବାବାଜି ରାଉତ, ସମୀର ମହାନ୍ତି ପ୍ରମୁଖ ଯୋଗଦେଇ ସଭାମଣ୍ଡନ କରିଥିଲେ ।

ଏହି ଅବସରରେ ଶାନ୍ତି କମିଟିର ପ୍ରତେକ କାର୍ଯ୍ୟକ୍ରମକୁ ସୂଚାରୁରୂପେ ସମ୍ପାଦନ କରୁଥିବା ମଦନ ଭୁୟାଁ, ଇଂ. ଦିଲିପ୍ ସାହୁ, ସମରେନ୍ଦ୍ର ସାହୁ ଓ ବିଜୟ ପାତ୍ରଙ୍କୁ କମିଟି ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । କମିଟିର ସମ୍ପାଦକ ନବ କିଶୋର ବେହେରା ବାର୍ଷିକ ବିବରଣୀ ପାଠ କରିଥିବାବେଳେ ଆଶାଲତା ରାଉତରାୟ ଗୀତାପାଠ କରିଥିଲେ । ମାନସ ରାଉତ, ରବିନ୍ଦ୍ର ସ୍ୱାଇଁ, ସିଦ୍ଧାର୍ଥ ଦାସ, ମିହିର ରାଉତ, ଶିବଭଦ୍ର ମାଝୀ, କୃଷ୍ଣ ଚନ୍ଦ୍ର ସେଠୀ, ବାବାଜି ମଲ୍ଲ, ରମାକାନ୍ତୁ ରାଉତ ଓ ରବିନ୍ଦ୍ର ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଇଂ. ଦିଲିପ୍ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.