banner
Breaking

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ତିନିମାସ ହେବନାହିଁ ଚେକି°

0

ଭୁବନେଶ୍ୱର,୯/୯(ଓଡ଼ିଆ ନ୍ୟୁଜ) ରାଜ୍ୟରେ ଲାଗୁ ହୋଇଥିବା ନୂତନ ପରିବହନ ନିୟମ ଲୋକମାନଙ୍କୁ ନାହିଁ ନଥିବା ଅସୁବିଧାରେ ପକାଇଛି ତା ସହିତ ପୋଲିସ ଓ ଟ୍ରାଫିକ ଜୁଲୁମ,ପରିବହନ ଅଧିକାରୀଙ୍କ ମାତ୍ରାଧିକ ଫାଇନ୍ ସାଧାରଣ ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି। ରାଜମହଲ ଛକରେ ଘଟିଥିବା ଖଣ୍ଡ ଯୁଦ୍ଧ ଜନ ଅସନ୍ତୋଷର ଜ୍ବଳନ୍ତ ଉଦାହରଣ କହିଲେ ଅତ୍ୟୁକ୍ତି ହେବନାହିଁ। ଏସବୁକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ କରିଛନ୍ତି ବଡ ଘୋଷଣା। ଆସନ୍ତା ୩ ମାସ ଯାଏ ଟ୍ରାଫିକ ଧରପଗଡ଼ ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନ୍ଫୋର୍ସମେଣ୍ଟ ଏଜେନ୍ସି ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୟ ଭିତରେ ଭିତ୍ତିଭୂମି ସଜାଡ଼ିବାକୁ କୁହାଯାଇଛି ଏବଂ ଏହି ତିନିମାସ ଭିତରେ ଜନସାଧାରଣ ତାଙ୍କର ସବୁ କାଗଜ ପତ୍ର କରାଇନିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି। ନୂଆ ଟ୍ରାଫିକ ଆଇନକୁ ନେଇ ଯେଉଁଭଳି ଭାବରେ ଲୋକେ ପ୍ରତିକ୍ରିୟା ପ୍ରକାଶ କଲେ ତାକୁ ଡରି ମୁଖ୍ୟମନ୍ତ୍ରୀ ଉଦବେଗ ପ୍ରକାଶ କରିଛନ୍ତି।
ଏନ୍ଫୋର୍ସମେଣ୍ଟ ଏଜେନ୍ସି ଲୋକଙ୍କୁ ହଡବଡ଼ ନ କରି କାଉନସେଲିଂ କରିବା, ନୂଆ ଆଇନ ବିଷୟରେ ବୁଝାଇବାକୁ କୁହାଯାଇଛି। ଲୋକ ସେବା ଗୁଡିକୁ କିପରି ସଜଡ଼ାଯିବ ସେନେଇ ପରିବହନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଟ୍ରାଫିକ ନିୟମ ମାନିବା ଦ୍ରୁତ ଗତିରେ ଗାଡି ନ ଚଳାଇବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି

Khansweb Solution Bhubaneswar

Leave A Reply

Your email address will not be published.