banner
Breaking

ରାଇଜିଂ ଇଣ୍ଡିିଆ ସିଟିଜେନ୍ ଫୋରମ ପକ୍ଷରୁ ବୃକ୍ଷରୋପଣ ଓ ସମ୍ବର୍ଦ୍ଧନା ଉତ୍ସବ।

0

ଭୁବନେଶ୍ୱର, ୧୮/୮(ଓଡ଼ିଆ ନ୍ୟୁଜ) ରାଇଜିଂ ଇିଣ୍ଡିଆ ସିଟିଜେନ୍ ଫୋରମ ପକ୍ଷରୁ ବୃକ୍ଷରୋପଣ ଓ ସମ୍ବର୍ଦ୍ଧନା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ପଟିଆ ସ୍ଥିତ ବିଜୁ ନଗର ଠାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରିଷ୍ଟ ନାଗରିକ ମଣ୍ଡଳୀର ସଭାପତି ଅବନୀନ୍ଦ୍ର କର ଯୋଗଦେଇ ବୃକ୍ଷ ଆମର ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ପ୍ରତ୍ୟେକ କାମରେ ଲାଗିଥାଏ । ସମସ୍ତେ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରି ତାଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରନ୍ତୁ ବୋଲି କହିଥିଲେ । ସମ୍ମାନୀତ ଅତିଥି ଭାବେ ବିଜୁନଗର ସଭାପତି ବିଜୟ ସ୍ୱାଇଁ, ମହାବିନାୟକ ପୁରମର ସଭାପତି କୈଳାସ ଚନ୍ଦ୍ର ଓଝା ପ୍ରମୁଖ ଯୋଗ ଦେଇଥିଲେ । ସମସ୍ତ କର୍ମକର୍ତ୍ତା ଓ ଅତିଥିମାନେ ବୃକ୍ଷରେ ରାଖି ବାନ୍ଧିବା ସହିିତ ରୋପଣ କରିଥିଲେ । ପ୍ରଥମେ କୁନି କୁନି ପିଲାମାନଙ୍କ ଦ୍ୱାରା ଦେଶାତ୍ମ ବୋଧକ ସଂଗୀତ ପରିବେଶଣ କରାଯାଇଥିଲା । ଏହି ଅବସରରେ ସମାଜର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷ ଯଥା ସମାଜସେବା କ୍ଷେତ୍ରରେ ମନୋଜ ସାହୁ, ପ୍ରଶାସନିକ କ୍ଷେତ୍ରରେ ବନିତା ମହାରଣା, ସାମ୍ବାଦିକତା କ୍ଷେତ୍ରରେ ପ୍ରସନ୍ନ ସୁବୁଦ୍ଧି ଏବଂ ନୂତନ ଭାବେ ଆଇ.ଏଫ.ଏସ୍ ପାଇଥିବା ବିଜୁନଗରର ସୌମ୍ୟ ରଞ୍ଜନ ରାଉତଙ୍କୁ ମାନପତ୍ର ଓ ରୌପ୍ୟ ପଦକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସଂଗଠନର ବରିଷ୍ଠ ସଭ୍ୟ ଅକ୍ଷୟ କୁମାର ସ୍ୱାଇଁ, ତ୍ରିଲୋଚନ ପରିଡା, ସିଦ୍ଧାର୍ଥ ମିଶ୍ର, ତିଳ କିଶୋର ମହାନ୍ତି ଓ ସନ୍ତୋଷ କୁମାର ଦାଶ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସ୍ଥାନୀୟ ଅଳର ଜନସାଧାରଣ ଓ ସଂଗଠନର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.