banner
Breaking

ଜନପ୍ରିୟ ନେତାଙ୍କୁ ସନ୍ତୁଷ୍ଟ କଲେ ମୁଖ୍ୟମନ୍ତ୍ରୀ।ପ୍ରିୟଙ୍କୁ ହାଉସି° ବୋର୍ଡ ଓ ଚିନ୍ମୟଙ୍କୁ କ୍ଷୁଦ୍ର ଶିଳ୍ପ ନିଗମ ଅଧ୍ୟକ୍ଷ ପଦ

0

ଭୁବନେଶ୍ବର,୧୬/୮(ଓଡ଼ିଆ ନ୍ୟୁଜ) ୨୦୧୯ ନିର୍ବାଚନରେ କିଛି କାରଣ ନଥାଇ ବହୁ ଜନପ୍ରିୟ ନେତାଙ୍କ ଟିକେଟ କାଟି ଦିଆଯାଇଥିଲା।ଏହା କିଛି କୃଚକ୍ରି କିମ୍ୱା ଅର୍ଥ ପାଇଁ ହୋଇଛି ତାହା ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରିଥିଲା।ଏହାର କାରଣ ଯାହାବି ହେଉ ବଳି ପଡିଥିବା ନେତାମାନେ ଦଳ ପାଇଁ କାମକରି ଚାଲିଥିଲେ। ସେମାନଙ୍କ ମଧ୍ୟରେ ଭୁବନେଶ୍ୱରର ଲୋକ ପ୍ରିୟ ନେତା ତଥା ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଓ ଛାତ୍ରନେତା ଚିନ୍ମୟ ସାହୁ ଅନ୍ୟତମ। ପ୍ରିୟଙ୍କୁ ହାଉସି° ବୋର୍ଡ ଓ ଚିନ୍ମୟଙ୍କୁ କ୍ଷୁଦ୍ର ଶିଳ୍ପ ନିଗମ ଅଧ୍ୟକ୍ଷ ପଦ ମିଳିଛି।ଅନ୍ୟ ମାନଙ୍କୁ ସନ୍ତୁଷ୍ଟ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି ବିଜେଡି ନେତାଙ୍କୁ ବିଭିନ୍ନ ପଦ ପଦବୀରେ ଥଇଥାନ କରିଛନ୍ତି । ତେବେ କେଉଁ ବିଜେଡି ନେତାଙ୍କୁ କେଉଁ ପଦରେ ନିଯୁକ୍ତ କରାଯାଇଛି ସେ ସମ୍ପର୍କରେ ଜାଣନ୍ତୁ-

୧- ଲେନିନ ମହାନ୍ତି- ସମ୍ପାଦକ, ଉକ୍ରଳ ପ୍ରସଙ୍ଗ ଓ ଓଡ଼ିଶା ରିଭୁ୍ୟ
୨- ସୁଜିତ କୁମାର- ଉପଦେଷ୍ଟା, ସ୍ୱତନ୍ତ୍ର ଉନ୍ନୟନ ପରିଷଦ
୩- ଅନୁଭବ ପଟ୍ଟନାୟକ- ଉପଦେଷ୍ଟା, ଇଟି ଓ ଆଇଟି
୪- କୃତିବାସ ପାତ୍ର- ଉପଦେଷ୍ଟା, କୃଷି ଓ କୃଷକ ସଶକ୍ତୀକରଣ ବିଭାଗ
୫- ଉକ୍ରଳ କେଶରୀ ପରିଡ଼ା- ଉପଦେଷ୍ଟା ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ
୬- ଦେବାଶିଷ ଘୋଷ- ଉପଦେଷ୍ଟା, ଓଡ଼ିଶା ବନ ଉନ୍ନୟନ ନିଗମ
୭- ସୁଲତା ଦେଓ- ଉପଦେଷ୍ଟା ମହିଳା ଓ ଶିଶୁ ବିକାଶ ବିଭାଗ
୮- ଜନ୍ମେଜୟ ଲେଙ୍କା- ଉପଦେଷ୍ଟା, ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ
୯- ରାମଚନ୍ଦ୍ର ପଣ୍ଡା- ଉପଦେଷ୍ଟା, ଓଡ଼ିଶା ରାଜ୍ୟ କୃଷି ବିପଣନ ବୋର୍ଡ
୧୦-ଦେବାଶିଷ ମହାନ୍ତି- ଅଧ୍ୟକ୍ଷ, ଓଡ଼ିଶା କୃଷି ଶିଳ୍ପ ନିଗମ
୧୧-ଇଶ୍ୱର ପାଣିଗ୍ରାହୀ- ଅଧ୍ୟକ୍ଷ, ଓଡ଼ିଶା ବିହନ ନିଗମ
୧୨-ପ୍ରଭାତ ଆଦିତ୍ୟ ମିଶ୍ର -ଅଧ୍ୟକ୍ଷ, ଆପିକଲ
୧୩-ଅନୂପ ସାଏ- ଅଧ୍ୟକ୍ଷ, ଓଡ଼ିଶା ଓୟାର ହାଉସିଂ କର୍ପୋରେସନ
୧୪-ଅସିତ ପଟ୍ଟନାୟକ- ଅଧ୍ୟକ୍ଷ, ଓଡ଼ିଶା ମତ୍ସ୍ୟ ବିକାଶ ନିଗମ

ଅମରେନ୍ଦ୍ର ଦାସ : ଅଧ୍ୟକ୍ଷ, ଓଡ଼ିଶା କାଜୁ ନିଗମ
ଲୁଲୁ ଅମାତ : ଅଧ୍ୟକ୍ଷ, ଓଡ଼ିଶା ଗ୍ରାମ୍ୟ ଗୃହ ନିଗମ
ଚିନ୍ମୟ ସାହୁ : ଅଧ୍ୟକ୍ଷ, ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ
ଶ୍ରୀମୟୀ ମିଶ୍ର : ଅଧ୍ୟକ୍ଷ, ଓଟିଡ଼ିସି
ଅମରେଶ ପତ୍ରୀ : ଅଧ୍ୟକ୍ଷ, ଓଡ଼ିଶା ଉଠା ଜଳସେଚନ ନିଗମ
ସତ୍ୟବ୍ରତ ତ୍ରିପାଠୀ : ଅଧ୍ୟକ୍ଷ, ଓଡ଼ିଶା ସିନେ ବିକାଶ ନିଗମ
ବିଜୟ କୁମାର ନାୟକ : ଅଧ୍ୟକ୍ଷ, ଓଡ଼ିଶା ଯବୁ ମଙ୍ଗଳ ବୋର୍ଡ
ପ୍ରିୟଦର୍ଶୀ ମିଶ୍ର : ଅଧ୍ୟକ୍ଷ, ଓଡ଼ିଶା ରାଜ୍ୟ ହାଉସିଂ ବୋର୍ଡ ନିଗମ
ସୁବାସ ସିଂହ : ଅଧ୍ୟକ୍ଷ, ନିର୍ମାଣ ଶ୍ରମିକ ବୋର୍ଡ
ସଂଜୀବ ପାଇକରାୟ : ଓଡ଼ିଶା ଖଦୀ ଓ ଗ୍ରାମୋଦ୍ୟୋଗ ବୋର୍ଡ

Khansweb Solution Bhubaneswar

Leave A Reply

Your email address will not be published.