banner
Breaking

ପୋଲିସ ମହାନିର୍ଦ୍ଦେଶକ ବଦଳିବା ପରେ ଆଇପିଏସ୍ ସ୍ତରରେ ଅଦଳ ବଦଳ

0

ଭୁବନେଶ୍ୱର ୧୯/୮(ବ୍ୟୁରୋ)ପୋଲିସ ମହାନିର୍ଦ୍ଦେଶକ ବଦଳିବା ପରେ ଆଇପିଏସ୍ ସ୍ତରରେ ବଡ ଧରଣର ଅଦଳ ବଦଳ ହୋଇଯାଇଛି । ଡ. ସୁଧାଂଶୁ ଷଡଙ୍ଗୀ ହୋଇଛନ୍ତି ନୂଆ ପୋଲିସ କମିଶନର । କମିଶନର ସତ୍ୟଜିତ୍ ମହାନ୍ତି ମିଳିଛି ଜେଲ୍ ବିଭାଗ ଏଡିଜି । ଆଶିଷ କୁମାର ସିଂହ ହେଲେ କେନ୍ଦ୍ରାଞ୍ଚଳ ଡିଆଇଜି ।

ସତ୍ୟଜିତ୍ ମହାନ୍ତିଙ୍କୁ ଜେଲ୍ ବିଭାଗର ଏଡିଜି ଦାୟିତ୍ୱ ସହ କରେକ୍ସନାଲ୍ ସର୍ଭିସର ନିର୍ଦ୍ଦେଶକ ଭାବେ ମଧ୍ଯ ଦାୟିତ୍ୱ ପ୍ରଦାନ କରାଯାଇଛି । ସେହିଭଳି ଜେଲ୍ ବିଭାଗର ଆଇଜି  ମହେନ୍ଦ୍ର ପ୍ରତାପଙ୍କୁ କଟକ ପ୍ରିଣ୍ଟିଂ ପ୍ରେସ୍ ଏବଂ ଷ୍ଟେସନାରୀ ସଂସ୍ଥାର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ଆଇନ୍ ଶୃଙ୍ଖଳା ଦାୟିତ୍ୱରେ ଥିବା ଏଡିଜି ସଂଜୀବ ପଣ୍ଡାଙ୍କୁ ପରିବହନ କମିଶନର ଭାବେ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ଏଡିଜି ଅପରେସନ୍ ଆର୍ପି କୋଚେଙ୍କୁ ଆଇନ୍ ଶୃଙ୍ଖଳା ଏଡିଜି ଭାବେ ଅବସ୍ଥାପିତ କରାଯାଇଛି ।

ଅଗ୍ନିଶମ ଓ ଗୃହରକ୍ଷୀ ବିଭାଗର ଆଇଜି ରାଜେଶ କୁମାରଙ୍କୁ ଏସସିଆରବିର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ଆଶିଶ କୁମାର ସିଂଙ୍କୁ କେନ୍ଦ୍ରାଞ୍ଚଳ ଡିଆଇଜି ଭାବେ ବଦଳି କରାଯାଇଛି । ଆଶିଷ ସିଂ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଓ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଦାୟିତ୍ୱରେ ଥିଲେ । ଏଚଆରପିସିର ଡିଆଇଜି ଦିପ୍ତେଶ୍ ପଟ୍ଟନାୟକଙ୍କୁ ଆଇଜି ପାହ୍ଯାକୁ ପଦୋନ୍ନତି ଦିଆଯିବା ସହ ତାଙ୍କୁ ପୂର୍ବାଞ୍ଚଳ ଆଇଜି ଭାବେ ଅବସ୍ଥାପିତ କରାଯାଇଛି ।

ଉତ୍ତରାଞ୍ଚଳ ରେଞ୍ଜ ଡିଆଇଜି ସତ୍ୟବ୍ରତ ଭୋଇଙ୍କୁ ଦକ୍ଷିଣାଞ୍ଚଳ ରେଞ୍ଜ ଡିଆଇଜି ଭାବେ ଅବସ୍ଥାପିତ କରାଯାଇଛି । ତାଙ୍କ ସ୍ଥାନରେ କୋରାପୁଟ ଡିଆଇଜି ହିଂମାଶୁ ଲାଲଙ୍କୁ ସମ୍ବଲପୁର ଡିଆଇଜି ଭାବେ ବଦଳି କରାଯାଇଛି । ପୋଲିସ ମୁଖ୍ୟାଳୟରେ ଥିବା ଡିଆଇଜି ସୈଫିନ୍ ଅହମ୍ମଦଙ୍କୁ କେଙ୍କୁ ଦକ୍ଷିଣ ପଶ୍ଚିମାଞ୍ଚଳ (କୋରାପୁଟ) ଡିଆଇଜି ଭାବେ ବଦଳି କରାଯାଇଛି । ପୂର୍ବାଞ୍ଚଳ ରେଞ୍ଜ ଡିଆଇଜି  ଅମିତେନ୍ଦ୍ର ନାଥ ସିହ୍ନାଙ୍କୁ କ୍ରାଇମବ୍ରାଞ୍ଚ ଡିଆଇଜି ଭାବେ ବଦଳି କରାଯାଇଛି । ପୋଲିସ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଆଇଜି ପୋଲିସ ପର୍ସନାଲ ଭାବେ ବଦଳି କରାଯାଇଛି । ଏସଆଇଡବ୍ଲୁ ଆଇଜି ଘନଶ୍ଯାମ ଉପାଧ୍ୟାୟଙ୍କୁ ଅର୍ଥନୈତିକ ଅପରାଧିକ ଶାଖାର ଆଇଜି ଭାବେ ବଦଳି କରାଯାଇଛି । ଛୁଟିରୁ ଫେରିବା ପରେ ଏନ. ବି ଭାରତୀଙ୍କୁ ଏଚଆରପିସି ଆଇଜି ଭାବେ ଅବସ୍ଥାପିତ କରାଯାଇଛି । ଏସଏପି ଆଇଜି ଅମିତାଭ ଠାକୁରଙ୍କୁ ଆଇଜି ପୋଲିସ ଅପରେସନ ଭାବେ ଅବସ୍ଥାପିତ କରାଯାଇଛି । ଆଇଜି ପର୍ସନାଲ ପିଏସ୍ ରଣପିସେଙ୍କୁ ଭିଜିଲାନ୍ସ ଆଇଜି ଭାବେ ଅବସ୍ଥାପିତ କରାଯାଇଛି ।

ଆଇଜି ରେଖା ଲୋହାନୀଙ୍କୁ ପୋଲିସ ଆଧୁନିକୀକରଣ ବିଭାଗର ଆଇଜି ଭାବେ ବଦଳି କରାଯାଇଛି । ପୋଲିସ ମୁଖ୍ଯାଳୟ ଆଇଜି ଅସିତ୍ କୁମାର ପାଣିଗ୍ରାହୀଙ୍କୁ ଫାୟାର ସର୍ଭିସ୍ ଏବଂ ହୋମଗାର୍ଡ ଆଇଜି ଭାବେ ଅବସ୍ଥାପିତ କରାଯାଇଛି । ଦକ୍ଷିଣାଞ୍ଚଳ ଆଇଜି ଯତୀନ୍ଦ୍ର କୋଏଲଙ୍କୁ ଏସଏପି ଆଇଜି ଭାବେ ବଦଳି କରାଯାଇଛି । ଏସଓଜି ଚନ୍ଦକାର କମାଣ୍ଡାଣ୍ଟ୍ ଅନିରୁଦ୍ଧ କୁମାର ସିଂଙ୍କୁ ଏସଆଇଡବ୍ଲୁ ଡିଆଇଜି ଭାବେ ବଦଳି କରାଯାଇଛି । ନୂଆପଡା ଏସପି ପରମାରସ୍ମିଥ୍ ପୁରୁଷୋତ୍ତମ ଦାସଙ୍କୁ ମୟୁରଭଞ୍ଜ ଏସପି ଭାବେ ବଦଳି କରାଯାଇଛି । ବରଗଡ ଏସପି ମୁକେଶ କୁମାର ଧାମୁଙ୍କୁ କୋରାପୁଟ ଏସପି ଭାବେ ବଦଳି କରାଯାଇଛି । ବାଲିଗୁଡା ଏସଡିପିଓ ଭିନିତ୍ ଅଗ୍ରୱାଲଙ୍କୁ ନୂଆପଡା ଇନଚାର୍ଜ ଏସପି ଭାବେ ଦାୟିତ୍ୱ ଦିଆଯାଇଛି । ଜୟପୁର ଏସଡିପିଓ ସାଗରିକା ନାଥଙ୍କୁ କଟକ-ଭୁବନେଶ୍ୱର କମିସନରେଟ୍ ପୋଲିସର ଇନଚାର୍ଜ ଟ୍ରାଫିକ୍ ଡିସିପି ଭାବେ ଦାୟିତ୍ୱ ଦିଆଯାଇଛି । କୋରାପୁଟ ଏସପି କନୱର ବିଶାଲ ସିଂହଙ୍କୁ ସମ୍ବଲପୁର ଏସପି ଭାବେ ବଦଳି କରାଯାଇଛି ।

ମୟୁରଭଞ୍ଜ ଏସପି ଅବିନାଶ କୁମାରଙ୍କୁ ଅର୍ଥନୈତିକ ଅପରାଧ ଶାଖାର ଏସପି ଭାବେ ବଦଳି କରାଯାଇଛି। ଏସଡିପିଓ ଖିଲାରୀ ଋଷିକେଶଙ୍କୁ ମାଲକାନଗିରିର ଇନଚାର୍ଜ ଏସପି ଦାୟିତ୍ୱ ଦିଆଯାଇଥିବା ବେଳେ ପୋଲିସ କମିଶନରେଟ ମୁଖ୍ୟାଳୟ ଡିସିପି ପଦ୍ମିନୀ ସାହୁଙ୍କୁ ବରଗଡ ଏସପି ଭାବେ ବଦଳି କରାଯାଇଛି। ରାଉରକେଲା ଏସଆରପି ଇନଚାର୍ଜ ଓପିଏସ୍ ଅଧିକାରୀ ଅଜୟ ପ୍ରତାପ ସ୍ୱାଇଁଙ୍କୁ ଖୋର୍ଦ୍ଧା ଏସପି ଭାବେ ପଦୋନ୍ନତି ଦିଆଯାଇଛି। ସେହିପରି କଟକ-ଭୁବନେଶ୍ୱର ପୋଲିସ କମିଶନରେଟର ଅତିରିକ୍ତ ଡିସିପି ତ୍ରିନାଥ ପଟେଲଙ୍କୁ ରାଉରକେଲା ଏସଆରପି ଭାବେ ବଦଳି କରାଯାଇଛି। ବୌଦ୍ଧ ଏସପି ସୁଧାଂସୁ ଶେଖର ମିଶ୍ରଙ୍କୁ କ୍ରାଇମବ୍ରାଞ୍ଚ ଏସପି ଭାବେ ବଦଳି କରାଯାଇଛି ।

ଭିଜିଲାନ୍ସ ଏସପି ଆର.ପ୍ରକାଶଙ୍କୁ ଜଗତସିଂହପୁର ଏସପି ଭାବେ ବଦଳି କରାଯାଇଛି । ରାୟଗଡାର ଅତିରିକ୍ତ ଏସପି ୱାଇ.ରଘୁନାଥ ରାଓଙ୍କୁ ବୌଦ୍ଧ ଏସପି ଭାବେ ବଦଳି କରାଯାଇଛି । ମାଲକାନଗିରି ଏସପି ଜଗମୋହନ ମିଣାଙ୍କୁ ଅନୁଗୁଳ ଏସପି ଭାବେ ବଦଳି କରାଯାଇଛି । ବଲାଙ୍ଗିର ଏସପି ଶିବ ସୁବ୍ରମଣୀଙ୍କୁ ରାଉରକେଲା ଏସପି ଭାବେ ବଦଳି କରାଯାଇଛି । ଅନୁଗୁଳ ଏସପି ମିତ୍ରଭାନୁ ମହାପାତ୍ରଙ୍କୁ କେନ୍ଦୁଝର ଏସପି ଭାବେ ବଦଳି କରାଯାଇଛି। ରାଉରକେଲା ଏସପି ସାର୍ଥକ ଷଢଙ୍ଗୀଙ୍କୁ ଭିଜିଲାନ୍ସ ଏସପି ଭାବେ ବଦଳି କରାଯାଇଛି । କ୍ରାଇମବ୍ରାଞ୍ଚ ଏସପି ମାଡକର ସନ୍ଦିପ ସମ୍ପତଙ୍କୁ ବଲାଙ୍ଗିର ଏସପି ଭାବେ ବଦଳି କରାଯାଇଛି ।

Khansweb Solution Bhubaneswar

Leave A Reply

Your email address will not be published.