banner
Breaking

ଚନ୍ଦ୍ରଶେଖରପୁର ବୋଇତ ବନ୍ଦାଣ ଉତ୍ସବ ମହାସମାରୋହରେ ଅନୁଷ୍ଠିତ।

0

ଭୁବନେଶ୍ୱର,୧୨.୧୧: ଅନ୍ୟାନ୍ୟ ବର୍ଷ ପରି ଚଳିତ ବର୍ଷ ମଧ୍ୟ ‘ସୁରକ୍ଷା’ ପକ୍ଷରୁ ୧୩ତମ ବୋଇତ ବନ୍ଦାଣ ଉତ୍ସବ ସ୍ଥାନୀୟ ଲୁମ୍ବିନୀ ବିହାରସ୍ଥିତ ପ୍ରୋଜେକ୍ଟ ୱାଟର ପରିସରରେ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଗତ ୧୧ ତାରିଖ ସନ୍ଧ୍ୟାରେ ଚନ୍ଦ୍ରଶେଖରପୁର ବୋଇତ ବନ୍ଦାଣ ଉତ୍ସବ ଉଦ୍ଘାଟନୀ ଉତ୍ସବ ବୋଇତ ବନ୍ଦାଣ କମିଟିର ସଭାପତି ବିଶ୍ୱନାଥ ମହନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ‘ସୁରକ୍ଷା’ର ସଭାପତି ସୁଧାଂଶୁ ମହାପାତ୍ର ସ୍ୱାଗତ ଭାଷଣ ଓ ସମ୍ପାଦକ କେଶବ ରଣା ଧନ୍ୟବାଦ ପ୍ରଦାନ କରିଥିଲେ ।
ଏଥିରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ଉର ବିଧାୟକ ସୁଶାନ୍ତ କୁମାର ରାଉତ, ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଖଦୀ ଓ ଗ୍ରାମୋଦ୍ୟୋଗ ବୋର୍ଡ଼ର ସଭାପତି ସଂଗ୍ରାମ କେଶରୀ ପାଇକରାୟ, ରାଜ୍ୟ ଯୁବ କଲ୍ୟାଣ ବୋର୍ଡ଼ର ଅଧ୍ୟକ୍ଷ ବିଜୟ ନାୟକ, ବିଜେଡ଼ି ମୁଖପାତ୍ର ତଥା ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଉପଦେଷ୍ଟା ସୁଲତା ଦେଓ, ସୁବାସ ଚୌଧୁରୀ, ଉମାକାନ୍ତ ମହାପାତ୍ର, ସ୍ୱେଚ୍ଛାସେବୀ ବନ୍ଦନା ପଣ୍ଡା, ରୁଦ୍ର ସାମନ୍ତରାୟ ଓ ମିହିର ମେହେର ପ୍ରମୁଖ ଉପସ୍ଥିତ ଥିଲେ ।
୧୨ ତାରିଖ ସକାଳ ୬ ଘଟିକାରେ ବୋଇତ ବନ୍ଦାଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ କାଦମ୍ବିନୀର ସମ୍ପାଦିକା ଡଃ ଇତି ସାମନ୍ତରାୟ ଓ ରାଜ୍ୟ ଯୁବ କଲ୍ୟାଣ ବୋର୍ଡ଼ର ଅଧ୍ୟକ୍ଷ ବିଜୟ ନାୟକ ଯୋଗ ଦେଇ ବୋଇତ ବନ୍ଦାଣ ଉତ୍ସବର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିବା ସହିତ ବୋଇତ ଭସାଇଥିଲେ । ଏହି ଉତ୍ସବରେ ‘ସୁରକ୍ଷା’ର ସଭାପତି ସୁଧାଂଶୁ ମହାପାତ୍ର, ବୋଇତ ବନ୍ଦାଣ କମିଟିର ସଭାପତି ବିଶ୍ୱନାଥ ମହାନ୍ତି, ବିଶିଷ୍ଟ ସମାଜସେବୀ ଆନନ୍ଦ ପଟ୍ଟନାୟକ, ସୁରକ୍ଷାର ସମ୍ପାଦକ କେଶବ ରଣା, ଦେବ ଚୌଧୁରୀ ସଂଗଠନ ସମ୍ପାଦିକା ମିଲି ରଣା, ରେବତୀ ସ ଓ କର୍ମକର୍ତ୍ତା ପଦ୍ମଲୋଚନ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଏହି ଉପଲଲେ ସ୍ମରଣିକା ଉନ୍ମୋଚନ ହେବା ସହିତ ଚତୁର୍ଥ ପ୍ରହରୀ ନାମଯଜ୍ଞ ଓ ଭଜନ ସମାରୋହ ଆୟୋଜିତ ହୋଇଥିଲା । ବିଶିଷ୍ଟ ବ୍ୟକ୍ତି ବିଶ୍ୱନାଥ ପଟ୍ଟନାୟକ, ଚିତ୍ରଙ୍ଗଦା ପ୍ରଧାନ, ଡଃ ସୁବାସ ନାୟକ, ସୋନୁ ଆଚାର୍ଯ୍ୟ, ନିହାର ଦାସ, ପ୍ରସନ୍ନ ପାଣି, କନକଲତା ପାତ୍ର, ଧନେଶ୍ୱର ବାରିକ, ଇଂ ରାକେଶ କୁମାର ସାହୁ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ନିବେଦିତା ଲେଙ୍କା, କୈଳାସ ଜେନା, ରବୀନ୍ଦ୍ର ପଟ୍ଟନାୟକ, ପବିତ୍ର ସ୍ୱାଇଁ, ବିଚିତ୍ରାନନ୍ଦ ରାଉତରାୟ ଓ ଜୟଚନ୍ଦ୍ର ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ । ଏହି ଅବସରରେ ର୍କାିକେଶ୍ୱର ମନ୍ଦିରର ଶିଳାନ୍ୟାସ କରାଯାଇଥିଲା ।

Khansweb Solution Bhubaneswar

Leave A Reply

Your email address will not be published.