banner
Breaking

ଭୁବନେଶ୍ୱର ବାଲିଯାତ୍ରା ଉଦଘାଟିତ।

0

ଭୁବନେଶ୍ୱର : ଜରିପାଟଣାସ୍ଥିତ କୁଆଖାଇ ନଦୀପଠାରେ ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହୋଇଯାଇଛି। ଉଦ୍‌ଘାଟନୀ ଉତ୍ସବରେ ମନ୍ତ୍ରୀ ଅଶୋକ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶାର ନୌବାଣିଜ୍ୟ ପରମ୍ପରାକୁ ଜନମାନସରେ ଉଜ୍ଜୀବିତ ରଖିବାରେ ଆୟୋଜକ ଅନୁଷ୍ଠାନର ଏପରି ଉଦ୍ୟମକୁ ପ୍ରଶଂସା କରିଥିଲେ। ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ ରାଉତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବାଲିଯାତ୍ରାରେ ଯୋଗ ଦେଇଥିବା ବିଭିନ୍ନ ଅଞ୍ଚଳର ବ୍ୟବସାୟୀ ଓ ଦର୍ଶକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ବର (ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା, ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ସୁବାସ ପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟ ଉପଦେଷ୍ଟା ଜୀବନ ଗରାବଡ଼ୁ ସଭାକାର୍ଯ୍ୟ ପରିଚାଳନା କରିଥି‌ଲେ। ଉପଦେଷ୍ଟା ଅଭୟ ବଡ଼ଜେନା, ଜଗନ୍ନାଥ ପଟ୍ଟାନୟକ ଓ ଅନ୍ନପୂର୍ଣ୍ଣା ମିଶ୍ର, ବରିମୁଣ୍ଡ ସରପଞ୍ଚ ବୀରେନ୍ଦ୍ର ଜେନା, ଯାତ୍ରାର ପ୍ରତିଷ୍ଠାତା ସଭ୍ୟ ଯଶବନ୍ତ ଓଝା, ନାରୀନେତ୍ରୀ ପ୍ରୀତିନନ୍ଦା ରାଉତ, ଯୁବନେତା ନିର୍ମଳ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ଯାତ୍ରାର ସଂପାଦକ ତପନ ବଳିଆରସିଂ ଅତିଥି ପରିଚୟ ପ୍ରଦାନ କରିଥିଲେ।

ଆଜି ପ୍ରଥମ ଦିନରେ ଯାତ୍ରାରେ ୪୧୦ ଷ୍ଟଲ୍ ଖୋଲିଥିବା ଦେଖିବାକୁ ମିଳିଥିଲା। ଦର୍ଶକଙ୍କ ସଂଖ୍ୟା ଆଖିଦୃଶିଆ ହୋଇନଥିଲେ ମଧ୍ୟ ଆଗାମୀ ଦିନରେ ଲକ୍ଷାଧିକ ଲୋକଙ୍କ ସମାଗମ ହେବ ବୋଲି ଆୟୋଜକ କମିଟି ଆଶା ପ୍ରକଟ କରିଛି। ବିଭିନ୍ନ ପ୍ରକାର ସୁସ୍ବାଦୁ ଖାଦ୍ୟ ସହ ଗୃହ ଉପକରଣ ସାମଗ୍ରୀ, ଖେଳନା ଆଦି ବିକ୍ରି ହେବା ସହ ବିଭିନ୍ନ ପ୍ରକାର ଦୋଳି ଦେଖିବାକୁ ମଳିଥିଲା। ୨୦ ତାରିଖ ପର୍ଯ୍ୟନ୍ତ ଏହି ବାଲିଯାତ୍ରା ଚାଲିବାକୁ ଥିବା ବେଳେ ପ୍ରତି ସଂଧ୍ୟାରେ ପାରମ୍ପରିକ ଲୋକନୃତ୍ୟର ଆସର ଜମିବ ବୋଲି ସୂଚନା ମଳିଛି।

Khansweb Solution Bhubaneswar

Leave A Reply

Your email address will not be published.