ଆସନ୍ତା ଜାନୁୟାରୀ ୮ ରେ ଜୀ-ସାର୍ଥକରେ ଦେଖନ୍ତୁ ନୂଆ ଚଳଚିତ୍ର ‘ଉଡ଼ନ୍ତା ଥାଳିରେ ଆସିଛି ପ୍ରିୟା’
ଭୁବନେଶ୍ବର : ପୃଥିବୀ ବାହାରେ ଅନ୍ୟ କେଉଁ ଗ୍ରହରେ ଜୀବନ ଅଛି ? ଅନ୍ୟ ଗ୍ରହରୁ ଏଲିଏନ କ’ଣ ପୃଥିବୀକୁ ଆସନ୍ତି? ଉଡ଼ନ୍ତା ଥାଳିଆ ପରି କିଛି ଯାନ ଅଛି କି ? ଏପରି ଅନେକ ପ୍ରଶ୍ନ ଆମ ମନରେ ଉଙ୍କି ମାରୁଥିବା ବେଳେ ଏପରି ଏକ ବିଜ୍ଞାନ ଭିତ୍ତିକ କହାଣୀ ଉପରେ ଆଧାରିତ ଏକ ନୂଆ ଚଳଚ୍ଚିତ୍ର ‘ଉଡ଼ନ୍ତା ଥାଳିରେ ଆସିଛି ପ୍ରିୟା’ ଆସନ୍ତା ଜାନୁୟାରୀ ୮ ସନ୍ଧ୍ୟା ୬ : ୩୦ ମିନିଟରେ ଲୋକପ୍ରିୟ ଓଡ଼ିଆ ଚ୍ୟାନେଲ ଜୀ-ସାର୍ଥକରେ ପ୍ରିମିୟର ହେବାକୁ ଯାଉଛି।

ଏହି ଚଳଚ୍ଚିତ୍ରରେ ଗୋଟିଏ ଆକାଶ ଯାନ ପୃଥିବୀ ମୁହାଁ ହେଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛି ଏବଂ ସେହି ଦୁର୍ଘଟଣାରେ ଗୋଟିଏ ଏଲିଏନ ବଞ୍ଚି ଯାଇଛି। ଘଟଣା କ୍ରମେ ସେ ପୃଥିବୀର ଜଣେ ଝିଅର ରୂପ ନେଇ ରହେ। ସେ ପୃଥିବୀରେ ରହିବା ସମୟରେ ଅନେକ କିଛି ଘଟଣା ତାର ଜୀବନରେ ଘଟୁଛି
ଯାହାକୁ ନେଇ ଚଳଚିତ୍ର କାହାଣୀ ଅଗ୍ରସର ହେଉଛି ।
କାତ୍ୟାୟାନି ଶୁକ୍ଳାଙ୍କ ପରିକଳ୍ପନା ତଥା ସଞ୍ଜୟ ନାୟକଙ୍କ ରଚନା ଓ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରରେ ଜାତୀୟ ସ୍ତରର ଖେଳାଳି, ମିଷ୍ଟର ଇଣ୍ଡିଆର ଫାଇନାଲିଷ୍ଟ ତଥା ଫିଟନେସ ଟ୍ରେନର ଅଭିଜିତ ଦାସ ମୁଖ୍ୟ ଚରିତ୍ର ବାଦଲ ଓ ଜଣାଶୁଣା ମଡେଲ ତଥା ବହୁ ଧାରାବାହିକର ଅଭିନେତ୍ରୀ କୁକିଜ ସ୍ଵାଇଁ ମୁଖ୍ୟ ଚରିତ୍ର ପରି ଓ ଏଲିଏନ ଭୂମିକାରେ ଅଭିନୟ କରିବେ। ଏହି ଚଳଚ୍ଚିତ୍ରର ଗୀତଗୁଡ଼ିକୁ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାଶ ସଙ୍ଗୀତରେ ସଜେଇଛନ୍ତି ।ଗୀତ ରଚନା କରିଛନ୍ତି ଡଃ ଶୁଭ ଦାସ,ଅରୁଣ ମନ୍ତ୍ରୀ,ନିହାର ପ୍ରିୟଦର୍ଶୀ ଓ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର,ଦେବାନ୍ସି ଓ ଅନ୍ତରା ଚକ୍ରବର୍ତ୍ତୀ। ଏହି ଚଳଚ୍ଚିତ୍ରର ନିର୍ମାଣରେ ଭଗତ ସିଂହ କ୍ୟାମେରାରେ ସହାୟତା କରିଥିବା ବେଳେ ରଞ୍ଜନ ଖଟେଇ ସମ୍ପାଦନା କରିଛନ୍ତି।
ବିଜ୍ଞାନର କୌତୁହଳତା ଓ ଭରପୁର ମନୋରଞ୍ଜନର ସମ୍ମିଶ୍ରଣରେ ଏହି ଚଳଚ୍ଚିତ୍ରଟି ଦର୍ଶକଙ୍କୁ ବାନ୍ଧି ରଖିବ ବୋଲି ଜ଼ୀ ସାର୍ଥକ ଚାନେଲ ମୁଖ୍ୟ ପ୍ରତୀକ ସିଲ ପ୍ରକାଶ କରିଛନ୍ତି ।

**mitolyn reviews**
Mitolyn is a carefully developed, plant-based formula created to help support metabolic efficiency and encourage healthy, lasting weight management.