banner
Breaking

୨୫ ବର୍ଷ ନିରନ୍ତର ସେବା ଯୋଗାଇ ଆସୁଅଛି ବିଜେଡି

ଉତ୍ତର ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରତିଷ୍ଠା ଦିବସ

0

ଭୁବନେଶ୍ୱର,୬ା୧ – ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ବିଜେଡିର ୨୫ ବର୍ଷ ପୂର୍ତ୍ତି ଅବସରରେ ୨୬ ତମ ପ୍ରତିଷ୍ଠା ଦିବସ ଡମଣା ଯାତ୍ରା ପଡିଆ ଠାରେ ମହା ଆଡମ୍ବରରେ ପାଳିତ ହୋଇଯାଇଛି । ଏଥିରେ ବିଜେଡି ନେତାମାନେ ଯୋଗଦେଇ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ, ୨୫ ବର୍ଷର ନିରନ୍ତର ସେବା ଉପରେ ଗୁରୁତ୍ୱାରୋପ କରିଥିଲେ ।

ଉତ୍ତର ବିଧାୟକ ତଥା ଜିଲ୍ଲା ସଭାପତି ସୁଶାନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରତିଷ୍ଠା ଉତ୍ସବରେ ବିଶିଷ୍ଟ ଅତିଥି ମାନଙ୍କ ମଧ୍ୟରେ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇ କହିଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡିଶାରେ ଏକ ଆଞ୍ଚଳିକ ଦଳ ବହୁ ବାଧା ବିଘ୍ନ ଭିତରେ ୨୫ ବର୍ଷ ଧରି ଓଡିଶା ବାସୀଙ୍କୁ ନିରନ୍ତର ଭାବରେ ସେବା ଯୋଗାଇ ଆସିଛି ।

ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଥିଲେ ଶିକ୍ଷା କ୍ଷେତ୍ରରେ ୫ଟି ମାଧ୍ୟମରେ ସ୍କୁଲ ଗୁଡିକ ରୁପାନ୍ତିକରଣ ହେଉଛି । କ୍ରୀଡା କ୍ଷେତ୍ରରେ ଓଡିଶା ଦୁଇ ଦୁଇ ଥର ପୁରୁଷ ହକି ବିଶ୍ୱକପ୍ ଆୟୋଜନ କରି ସାରା ବିଶ୍ୱ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି । ମହିଳା ମାନଙ୍କ ଆଶୀର୍ବାଦ ରହିଲେ ବିଜେଡି ୧୦୦ ବର୍ଷ ରାଜ୍ୟକୁ ଶାସନ କରି ପାରିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟକୁ ଦୋହରାଇ ଥିଲେ । କୋଭିଡ ପରିଚାଳନା କ୍ଷେତ୍ରରେ ରାଜ୍ୟର ପ୍ରତ୍ୟେକ ବର୍ଗର ବ୍ୟକ୍ତିଙ୍କ ଜୀବନ ମୁଲ୍ୟବାନ ଜୀବନକୁ ସୁରକ୍ଷା ଦେବା ସହିତ ଅନ୍ୟ ରାଜ୍ୟ ଗୁଡିକୁ ଅମ୍ଳଜାନ ଯୋଗାଇବାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଭୂମିକାକୁ ଓଡିଶାବାସୀ କେବେ ଭୁଲିବେ ନାହିଁ । ଏବଂ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବାକୁ ସାଂସଦ ସୁଲତା ଦେଓ ଅଭିଭାଷଣ ରଖି ନିବେଦନ କରିଥିଲେ ।

ମେୟର ସୁଲୋଚନା ଦାସ ନିଜ ଅଭିଭାଷଣ ରଖି ବସ୍ତି ଗୁଡିକୁ ସମସ୍ତ ପ୍ରକାର ସୁବିଧା ପ୍ରଦାନ କରି ବିଜୁ ଆଦର୍ଶ କଲୋନୀରେ ପରିଣତ କରିବା, ମା ମାନଙ୍କୁ ମୁକ୍ତା ଯୋଜନା ମାଧ୍ୟମରେ ଆତ୍ମନିର୍ଭରଶୀଳ କରିବା ଓ ମିଶନ ଶକ୍ତି ଜରିଆରେ ୭୦ ଲକ୍ଷରୁ ଉର୍ଦ୍ଧ୍ୱ ମହିଳାଙ୍କୁ ରୋଜଗାରକ୍ଷମ କରାଇବାରେ ରାଜ୍ୟ ସରକାରଙ୍କ ଦାୟିତ୍ୱକୁ ପ୍ରଶଂସା କରିଥିଲେ ।

ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଛାତ୍ର ସଭାପତି ତଥା ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ବରିଷ୍ଠ ନେତା ଅରୁପ ପଟ୍ଟନାୟକ, କୁନ ବିହାରୀ ଦାସ, ଗୌତମ ବୁଦ୍ଧ ଦାସ, ମିହିର ମହାନ୍ତି, ପ୍ରକାଶ ବସ୍ତିଆ, ସୁବାସ ଚନ୍ଦ୍ର ପାତ୍ର, ଯୁବନେତା କୁନାଲ ରାଉତ, ମନୋଜ ସାହୁ, ଦୁର୍ଗା ସାମନ୍ତରାୟ, ଅମରେଶ ଜେନା, ବିରଞ୍ଚି ନାରାୟଣ ମହାସୁପକାର ଓ ଜିଲ୍ଲା ପରିଷଦ, ସମସ୍ତ କର୍ପୋରେଟର, ସରପ, ସମିତି ସଭ୍ୟ ଯୋଗ ଦେଇ ବିଧାୟକ ସୁଶାନ୍ତ ରାଉତଙ୍କ ସରଳ ପଣିଆ, କର୍ତ୍ତବ୍ୟ ନିଷ୍ଠା ଓ ସେବା ମନୋବୃିକୁ ପ୍ରଶଂସା କରିବା ସହିତ ଦ୍ୱିତୀୟ ଥର ପାଇଁ ନିର୍ବାଚିତ କରିବାବୁ ନିବେଦନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ମୁରବୀ, ସମସ୍ତ ସାଙ୍ଗଠନିକ ପଦାଧିକାରୀ, ଯୁବ, ଛାତ୍ର, ମହିଳା ଓ ଏସ ଏଚ ଜିର ମା ମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ୮ ହଜାରରୁ ଉର୍ଦ୍ଧ୍ୱ ଜନ ସମାଗମ ହୋଇଥିଲା । ଉପଦେଷ୍ଠା ସମରେନ୍ଦ୍ର ସାହୁ ମଞ୍ଚ ପରିଚାଳନା କରିଥିଲା ବେଳେ ଡେପୁଟି ମେୟର ମଞ୍ଜୁଲତା କହଁର ଧନ୍ୟବାଦ ଅର୍ପଣ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.