ପ୍ରାଇଭେଟ୍ ସ୍କୁଲରେ ଗରିବ ପିଲାଙ୍କ ନାମଲେଖା ପାଇଁ ନୂଆ ନିୟମ
ଭୁବନେଶ୍ୱର : ଶିକ୍ଷା ଅଧିକାର ଆଇନ(ଆର୍ଟିଇ) ଅନୁସାରେ ଗରିବ ତଥା ଆର୍ଥତ୍କ ଅନଗ୍ରସର ପିଲାଙ୍କ ନାମଲେଖା ପାଇଁ ୨୫% ସଂରକ୍ଷଣ ରହିବା ଉଚିତ। ଏହାକୁ ରାଜ୍ୟରେ ଅଧିକାଂଶ ସ୍କୁଲ ପାଳନ କରୁ ନ ଥିବା ଦେଖାଯାଉଛି। ତେଣୁ ଏହାକୁ କଡ଼ାକଡ଼ି ପାଳନ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଣିକି ପ୍ରତ୍ୟେକ ଘରୋଇ ସ୍କୁଲର ୨୫ପ୍ରତିଶତ ସିଟ୍ରେ ନାମଲେଖା ଅଧିକାର ସରକାରଙ୍କ ପାଖରେ ରହିବ। ଆର୍ଥତ୍କ ଦୁର୍ବଳ ଶ୍ରେଣୀର ପିଲାମାନେ ଏହି ୨୫ପ୍ରତିଶତ କୋଟା ସିଟ୍ରେ ପଢ଼ିବାର ସୁଯୋଗ ପାଇପାରିବେ। ତେବେ ଏହି ନିୟମକୁ ଅବମାନନା କଲେ କିମ୍ବା ନାମଲେଖାରେ ପ୍ରିୟାପ୍ରୀତି କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଓସେପା ପକ୍ଷରୁ ସୂଚନା ମିଳିଛି। ଏପରିକି ୨୫ପ୍ରତିଶତ ସିଟ୍ରେ ଗରିବ ପିଲାଙ୍କୁ ନାମ ଲେଖାଇବାର ସୁଯୋଗ ନ ଦେଲେ ସମ୍ପୃକ୍ତ ସ୍କୁଲକୁ ଏନ୍ଓସି ମିଳିବ ନାହିଁ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି।
ପୂର୍ବରୁ ଘରୋଇ ସ୍କୁଲରେ ଗରିବ ପିଲାଙ୍କ ଲାଗି ୨୫ପ୍ରତିଶତ ସିଟ୍ ସଂରକ୍ଷିତ କରିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ। ମାତ୍ର ସମ୍ପୃକ୍ତ ସିଟ୍ରେ ଘରୋଇ ସ୍କୁଲ କର୍ତ୍ତୃପକ୍ଷ ମ୍ୟାନେଜମେଣ୍ଟ ସିଟ୍ କହି ଅଧିକ ଟଙ୍କାରେ ନାମ ଲେଖାଉଥିବା ବେଳେ ଗରିବ ପିଲାମାନେ ଏହି କୋଟାରେ ପଢ଼ିବାରୁ ବଞ୍ଚତ୍ତ ହେଉଥିଲେ। ହେଲେ ଏଣିକି ଏହି ୨୫% କୋଟା ସିଟ୍ ସରକାରଙ୍କ ପାଖରେ ରହିବ। ଆବେଦନକାରୀମାନେ ଏହି ସିଟ୍ ଲାଗି ସରକାରଙ୍କ ପାଖରେ ଆବେଦନ କରିବେ। ତେବେ ୨୫% ସିଟ୍ରେ ନାମଲେଖା ଲାଗି ସରକାର ଯେଉଁ ନିୟମ କରିଛନ୍ତି, ସେହି ନିୟମ ମଧ୍ୟରେ ଯେଉଁ ଆବେଦନକାରୀମାନେ ରହିବେ ସେମାନଙ୍କୁ ଘରୋଇ ସ୍କୁଲରେ ପଢ଼ିବାର ସୁଯୋଗ ମିଳିବ। ଏନେଇ ଚଳିତ ବର୍ଷରୁ ଅନ୍ଲାଇନ୍ରେ କମନ୍ ଡାଟାବେସ୍ ଲାଗୁ କରାଯିବ। ଫଳରେ ଏହା ମାଧ୍ୟମରେ ଯୋଗ୍ୟ ଛାତ୍ରୀଛାତ୍ରମାନେ ସିଧାସଳଖ ସ୍କୁଲରେ ଆବେଦନ ନ କରି ଏହି କମନ୍ ଡାଟାବେସ୍ରେ ଆବେଦନ କରିପାରିବେ। ଆବେଦନ ସମୟରେ ଆବେଦନକାରୀମାନେ ସ୍କୁଲ ତାଲିକାରେ ୫ଟି ସ୍କୁଲର ନାମ ରଖିବେ। ପିଲା ରହୁଥିବା ଠିକଣାଠାରୁ ନିକଟତର ଘରୋଇ ସ୍କୁଲରେ ପଢ଼ିବାକୁ ସୁଯୋଗ ଦିଆଯିବ। ତେବେ ଆବେଦନ ସମୟରେ ବାର୍ଷିକ ଆୟ, ଉଭୟ ଅଭିଭାବକ ଏବଂ ପିଲାର ଆଧାର ନମ୍ବର, ପରିବାର ସଦସ୍ୟଙ୍କ ସମ୍ପୂର୍ଣ୍ଣ ତାଲିକା ଫର୍ମରେ ଉଲ୍ଲେଖ କରାଯିବ ବୋଲି ନିର୍ଦ୍ଦେଶ ରହିଛି। ତେବେ ନାମଲେଖା ଲାଗି ଆବେଦନ ପ୍ରକ୍ରିୟା ମାର୍ଚ୍ଚ ପ୍ରଥମ ସପ୍ତାହରୁ ଆରମ୍ଭ ହେବ।
ସୂଚନାଯୋଗ୍ୟ, ରାଜ୍ୟରେ ୩୫୦ରୁ ଅଧିକ ପ୍ରତିଷ୍ଠିତ ଘରୋଇ ସ୍କୁଲ ରହିଥିବା ବେଳେ ସମ୍ପୃକ୍ତ ସ୍କୁଲଗୁଡ଼ିକରେ ନାମଲେଖା ବାବଦରେ ଲକ୍ଷାଧିକ ଟଙ୍କା ଆଦାୟ ହେଉଛି। ଗରିବ ପିଲାଙ୍କ ଲାଗି ଉଦ୍ଦିଷ୍ଟ ୨୫% କୋଟା ସିଟ୍କୁ ଅନେକ ଘରୋଇ ସ୍କୁଲର କର୍ତ୍ତୃପକ୍ଷ ମ୍ୟାନେଜମେଣ୍ଟ ସିଟ୍ ନାଁରେ ବିକ୍ରି କରିଥିବା ଅଭିଯୋଗ ମଧ୍ୟ ହୋଇଥିଲା। ତେଣୁ ଏପରି ସମସ୍ୟାର ସମାଧାନ ଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏଥିରେ ପ୍ରତିବର୍ଷ କେତେ ଗରିବ ପିଲା ଆବେଦନ କଲେ ଏବଂ କେଉଁ ସ୍କୁଲରେ ନାମଲେଖାଇବାର ସୁଯୋଗ ପାଇଲେ ତାହା ସ୍ପଷ୍ଟ ହୋଇପାରିବ। ଏପରିକି ରାଜ୍ୟରେ ଥିବା ଘରୋଇ ସ୍କୁଲଗୁଡ଼ିକରେ ଧାର୍ଯ୍ୟ ହୋଇଥିବା କୋଟା ସିଟ୍ରୁ କେତେ ପୂରଣ ହେଲା ଏବଂ କେତେ ସିଟ୍ ବଳକା ରହିଲା ତାହାର ରିପୋର୍ଟ ମଧ୍ୟ ବିଭାଗ ପାଖରେ ରହିବ ବୋଲି ଜଣାପଡ଼ିଛି।

**mitolyn**
Mitolyn is a carefully developed, plant-based formula created to help support metabolic efficiency and encourage healthy, lasting weight management.