banner
Breaking

ପରେଡରେ ଭାରତର ଶକ୍ତି ପ୍ରଦର୍ଶନ

0

ନୂଆଦିଲ୍ଲୀ : କର୍ତ୍ତବ୍ୟ ପଥରେ ୭୪ତମ ସାଧାରଣତନ୍ତ୍ର ଦିବସ ଅବସରରେ ଭାରତର ନିଜର ସ୍ବଦେଶୀ ଶକ୍ତିର ପ୍ରଦର୍ଶନ କରିଛି। ବାୟୁସେନାର ଯୁଦ୍ଧ ବିମାନ ନିଜର ସମରକଳା କୌଶଳ ପ୍ରଦର୍ଶନ କରିଛି। ସମଗ୍ର ବିଶ୍ୱ ଭାରତର ଶକ୍ତି ସହିତ ପରିଚିତ ହୋଇଛି। ଚଳିତ ବର୍ଷର ଗଣତନ୍ତ୍ର ଦିବସ ପାଳନ ଅବସରରେ ଇଜିପ୍ଟର ରାଷ୍ଟ୍ରପତି ଅବଦେଲ ଫତ୍ତାହ ଏଲ ସିସି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। ସ୍ବାଧୀନତା ପରେ ପ୍ରଥମ ଥର,  ରିପବ୍ଲିକ ଡେ ପରେଡ ଦେଖିବା ପାଇଁ ପ୍ରଥମ ଧାଡିରେ ଭିଭିଆଇପି ଲୋକ ବଦଳରେ ରିକ୍ସା ଟାଣୁଥିବା ଲୋକେ, ଶ୍ରମିକ ଏବଂ ସେମାନଙ୍କ ପରିବାର ଯେଉଁମାନେ କର୍ତ୍ତବ୍ୟ ପଥରେ ବସିଛନ୍ତି।

ଏଥର ଭାରତୀୟ ବାୟୁସେନା ରିପବ୍ଲିକ ଡେ ପ୍ୟାରେଡରେ ୫୦ ବିମାନ ସହିତ ନିଜର ଶକ୍ତି ପ୍ରଦର୍ଶନ କରିଛି। ଫ୍ଲାଇପ୍ୟାଷ୍ଟ ସମୟରେ ୨୩ ଯୁଦ୍ଧ ବିମାନ ଏବଂ ୧୮ ହେଲିକପ୍ଟର, ୮ ଟି ପରିବହନ ବିମାନ ଏବଂ ଏକ ଭିଣ୍ଟେଜ ବିମାନ ଡାକୋଟା ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି। ଏଥର ‘ପାୱାର୍‌ ଓ୍ବିଣ୍ଡୋବାଉଣ୍ଡ୍ରିଜ’ ଥିମ ଉପରେ ବାୟୁସେନାର ପ୍ରଜ୍ଞାପନ ମେଢ଼ ପ୍ରସ୍ତୁତ କରାଯାଇଛି ।
ଏଥର ଅଗ୍ନିବୀର ଗଣତନ୍ତ୍ର ଦିବସ ପାଳନ ପରେଡରେ ଅଂଶଗ୍ରହଣ କରିଛନ୍ତି। ଭାରତରେ ନିର୍ମିତ ୧୦୫ ମିଲିମିଟର ବନ୍ଧୁକରୁ ୨୧ ଥର ତୋପ ସଲାମୀ ଦିଆଯାଇଛି।

ଇଜିପ୍ଟର ୧୨୦ ସଦସ୍ୟ ବିଶିଷ୍ଟ ମାର୍ଚିଂ ଦଳ ମଧ୍ୟ ପରେଡରେ ଅଂଶଗ୍ରହଣ କରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.