ମେଷ: ଦଶମରେ ଚନ୍ଦ୍ରଙ୍କ ଚଳନ ହେତୁ ଦିଅଁ ଦର୍ଶନର ସୁଯୋଗ ମିଳିବ। କର୍ମ ଚଞ୍ଚଳ ରହିବେ। ଶୁଭ ଖବର ପାଇ ସୁଖୀ ହୋଇପାରନ୍ତି। କର୍ମକ୍ଷେତ୍ରରେ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି। ବିବାଦରେ ବିଜୟୀ ହେବେ।
ବୃଷ: ନବମ ଚନ୍ଦ୍ର ଯୋଗୁଁ ସେବା ଧର୍ମକୁ ଆଦରି ନେଇପାରନ୍ତି। କାର୍ଯ୍ୟରେ ସଫଳତା ଲାଭ କରିବେ। କ୍ଷମତାର ଅଭିବୃଦ୍ଧି ଘଟାଇ ତାହର ସଦ୍ବ୍ୟବହାର କରିପାରନ୍ତି। ବିବାଦୀୟ କ୍ଷେତ୍ରରେ ବିଜୟୀ ହେବେ। ଦିନଟି ମଧ୍ୟମ ଧରଣର। ଭକ୍ତିଗାଥା ଶୁଣି ଅପାର ଆନନ୍ଦ ଲାଭ କରିପାରନ୍ତି।
ମିଥୁନ: ସ୍ବାସ୍ଥ୍ୟରେ ଅବନତି ଘଟିବ। ପୂର୍ବରୁ ଯତ୍ନବାନ ହେବା ଆବଶ୍ୟକ। ସାମାନ୍ୟ କ୍ଳେଶ ଅନୁଭବ କରିବେ। ମନ ବିଷାଦ ଭରା ହୋଇପାରେ। ଆକସ୍ମିକ ସମସ୍ୟା ଦେଖା ଦେବ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ଶତ୍ରୁ ବଳବାନ୍ ହେଲେ ବି କିଛି ଅନିଷ୍ଟ ହେବ ନାହିଁ।
କର୍କଟ: ସପ୍ତମରେ ଚନ୍ଦ୍ର ହେତୁ ପର ପାଇଁ ଜାମିନ୍ଦାର ହୋଇ ନିଜର ମାନବିକତାର ପରିଚୟ ଦେବେ। ସୁଖକର ଘଟଣାମାନ ଘଟିପାରେ। କର୍ମରେ ସଫଳତା ମିଳିବ। ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି। ରୁଚିକର ଭୋଜନରେ ଆପ୍ୟାହିତ ହେବେ। ଭ୍ରାତୃ ଭାବ ରହିବ।
ସିଂହ: ଘାତଚନ୍ଦ୍ର ଭୋଗ ହେଉଥିବାରୁ ଦେବ-ଦେବ ମହାଦେବଙ୍କ ଧ୍ୟାନ ସର୍ବାଦୌ କରଣୀୟ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ସୁ ସମ୍ବାଦ ପାଇ ଖୁସି ହେବେ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି। ଋଣ ପରିଶୋଧ କରିବେ।
କନ୍ୟା: ଠାକୁରଙ୍କ ଦର୍ଶନ ପାଇବାର ସୁଯୋଗ ଅଛି। ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ। ଅଧ୍ୟୟନରତ ହୋଇପାରନ୍ତି। ପ୍ରଚୁର ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶୁଭ ଖବର ପାଇ ଉତ୍ଫୁଲ୍ଲିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଦିନଟି ମଧ୍ୟମ ଧରଣର।
ତୁଳା: ସତର୍କ ରହିବେ; କାରଣ ସୁଯୋଗ ଦୁର୍ଯୋଗରେ ପରିଣତ ହୋଇପାରେ। କଳହଠାରୁ ଦୂରେଇ ରହିବା ସବୁଠୁଁ ଭଲ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ପରିଶ୍ରମର ମୂଲ୍ୟ ମିଳିବ। ଚାଷରୁ ଲାଭବାନ୍ ହେବେ। ଉଦାର ପ୍ରକୃତିର ହେବେ।
ବିଛା: କର୍ମକ୍ଷେତ୍ରରେ ଅଗ୍ରଗାମୀ ହୋଇପାରନ୍ତି। ସୁଖୀ ହେବେ। ସମ୍ମାନିତ ହୋଇପାରନ୍ତି । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ରହିବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଦିଅଁ ଦର୍ଶନର ସୁଯୋଗ ରହିଛି। ଅଶାନ୍ତିର ଉପଶମ ହେବ। ସରକାରୀ ସ୍ତରରୁ ଲାଭ ମିଳିବ।
ଧନୁ: ଅର୍ଥ ଯୋଗୁଁ ଅନର୍ଥ ଉପୁଜି ପାରେ। ଶୁଭଫଳ ପାଇବାକୁ ହେଲେ ଅପେକ୍ଷା କରିବାକୁ ପଡ଼ିବ। ବିଭିନ୍ନ ଦିଗରୁ ଧନାଗମର ସ୍ୱଚ୍ଛଳତା ମିଳୁଛି। ସମ୍ମାନ ଓ ସୌଭାଗ୍ୟ ସମ୍ପନ୍ନ ହୋଇପାରନ୍ତି। ସତ୍ୟାନୁରକ୍ତ ହେବେ। ବହୁ ବନ୍ଧୁଙ୍କ ସାନ୍ନିଧ୍ୟ ପାଇ ଖୁସି ହେବେ।
ମକର: ଜନ ସାଧାରଣଙ୍କର କଲ୍ୟାଣ ଭାଜନ ହେବେ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଅଧିକ ରୋଜଗାରକ୍ଷମ ହେବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଦାମ୍ପତ୍ୟ ସୁଖ ମିଳିବ। ଚିନ୍ତାଧାରା ଉନ୍ନତମାନର ହେବ। ନୂଆବନ୍ଧୁ ଜୁଟିବେ।
କୁମ୍ଭ: ସତ୍ପାତ୍ରରେ ଦାନ ଦେଇ ଆତ୍ମ ସନ୍ତୋଷ ଲାଭ କରିବେ। କାର୍ଯ୍ୟରେ ବାଧା ଦେବାକୁ କେହି ଉଦ୍ୟମ କରିପାରନ୍ତି। ଅଯଥା ବିତର୍କରେ ଭାଗ ନ ନେଇ ଚୁପ୍ ରହିବେ। ବନ୍ଧୁ ବିରୋଧର ସମ୍ମୁଖୀନ ହୋଇପାରନ୍ତି। ମଧୁରଭାଷାରେ ପରକୁ ଆପଣାର କରି କାର୍ଯ୍ୟ ହାସଲ କରି ପାରନ୍ତି।
ମୀନ: ଯାହା ପାଇବା ପାଇଁ ଚିନ୍ତା କରିବେ। ତାହା ଖୁବ୍ ଶୀଘ୍ର ପାଇବେ। ଆୟ ଆଶାନୁ ରୂପ ହେବାର ସୂଚନା ମିଳୁଛି। ସୁସମାଚାର ପାଇ ଖୁସି ହୋଇପାରନ୍ତି। ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି। ସହକର୍ମରେ ନିୟୋଜିତ ହେବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।
Breaking
ଓଡିଶାରେ ଡିଜିଟାଲ ମିଡ଼ିଆ ଓନର୍ସ ଆସୋସିଏସନ୍ ଗଠିତ, ଭୁବନେଶ୍ୱର ଠାରେ ଲୋଗୋ ଉନ୍ମୋଚିତ, ସମସ୍ତ ମାଲିକ ଓ ସମ୍ପାଦକ ସାମିଲ ହେବାକୁ ଆହ୍ୱାନକୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛିଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍
