ମେଷ: ଠାକୁରଙ୍କ ଦର୍ଶନ ଲାଭ କରିବାର ସୌଭାଗ୍ୟ ଅଛି। ବିଭିନ୍ନ ସ୍ତରରୁ ସହଯୋଗ ମିଳିବ। ଉନ୍ନତିମୂଳକ ଯୋଜନା ପ୍ରସ୍ତୁତି କରିପାରନ୍ତି। ଭୋଜନ ତୃପ୍ତିଦାୟକ ହେବ। ବନ୍ଧୁ ପ୍ରାପ୍ତିର ସୂଚନା ମିଳୁଛି। କଳ୍ପନା ବିଳାସୀ ହେବେ।
ବୃଷ: ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି। ସାମାନ୍ୟ ପୀଡ଼ାର ଶାରୀରିକ କଷ୍ଟ ଅନୁଭବ କରିପାରନ୍ତି। ମାନସିକସ୍ତରରେ ଦୁର୍ବଳ ହୋଇପାରନ୍ତି। ସ୍ବାଭିମାନୀ ହେବେ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଉଚ୍ଚସ୍ଥାନ ଆରୋହଣ ମନା।
ମିଥୁନ: କର୍ମକ୍ଷେତ୍ରରେ ଅଧିକ ଦାୟିତ୍ବ ବହନ କରିପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ସହଯୋଗର ହାତ ଲମ୍ବି ଆସିବ। ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସିତ ହେବେ। ବ୍ୟବସାୟ ଲାଭଜନକ ହେବ।
କର୍କଟ: ଆକସ୍ମିକ ଦୁର୍ଘଟଣା ପ୍ରତି ସତର୍କ ରହିବାକୁ ପଡ଼ିବ। ଶତ୍ରୁ ବଳବାନ୍ ଥିବାରୁ ତାକୁ ଭୟ ନ କରି ମୁକାବିଲା କରିବାକୁ ଚେଷ୍ଟା କରିବେ। ଧର୍ମ କାର୍ଯ୍ୟରେ ମନ ଦେବେ। ବ୍ୟକ୍ତି ବିଶେଷଙ୍କ ଦ୍ବାରା ଅନୁଗୃହୀତ ହେବେ। ଧର୍ମ କାର୍ଯ୍ୟ କରିବେ।
ସିଂହ: ବିବାଦୀୟ ଘଟଣାରୁ ଫାଇଦା ଉଠାଇପାରନ୍ତି। ସାଧନା ଫଳବତୀ ହେବ। ସୁଖ ସମ୍ମାନ ଲାଭ କରିପାରନ୍ତି। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଯାତ୍ରାକାଳୀନ ସୁଖ-ସମୃଦ୍ଧ ଆଶାକରାଯାଏ। ବ୍ୟବସାୟ ଅତ୍ୟନ୍ତ ଲାଭଦାୟକ ହେବ।
କନ୍ୟା: ସୁଖ, ସ୍ନେହ, ଶ୍ରଦ୍ଧା ସହିତ ଧନାଦିଯୁକ୍ତ ହୋଇପାରନ୍ତି। କଳହଠାରୁ ଦୂରେଇ ରହିବାକୁ ପଡ଼ିବ। ଉନ୍ନତିମୂଳକ ଯୋଜନା ପ୍ରସ୍ତୁତ କରିପାରନ୍ତି। ମାନ୍ୟତା ପ୍ରାପ୍ତ ହେବେ। ସାହସୀ ହେବେ। ପରିବାର ମିଳିତ ହେବେ। କୁଶଳୀ ଓ ବାଞ୍ଛିତ କାର୍ଯ୍ୟ କରିବେ।
ତୁଳା: କର୍ମକ୍ଷେତ୍ରରେ ସହଯୋଗୀଙ୍କ ସହାୟତା ଲାଭପ୍ରଦ ହେବ। କାର୍ଯ୍ୟରେ ବାଧା ଦେବାକୁ କେହି ଚେଷ୍ଟା କରିପାରନ୍ତି। ସେଥିପ୍ରତି ସତର୍କ ରହିବାକୁ ପଡ଼ିବ। ଘାତଚନ୍ଦ୍ର ଯୋଗୁଁ ଜଳଯାତ୍ରା ନ କରିବା ଭଲ। ବିବାଦରେ ବିଜୟୀ ହେବେ। ସୁଖ-ସମ୍ମାନ ମିଳିବ।
ବିଛା: ଗୁପ୍ତଧନର ସନ୍ଧାନ ପାଇବେ। ଆଶାବାଦୀ ହୋଇପାରନ୍ତି। ଚିନ୍ତାବୃଦ୍ଧି ହୋଇପାରେ। ସୁକୁମାର ରୂପର ଅଧିକାରୀ ହେବେ। ଶାନ୍ତ ହେବେ। ନିପୁଣ ହୋଇପାରନ୍ତି। ମେଧାବୀ ହେବେ। ଜିତେନ୍ଦ୍ରିୟ, ବିଦ୍ବାନ୍ ଓ ଦୟାଳୁ ହୋଇପାରନ୍ତି।
ଧନୁ: ବ୍ୟବସାୟ ଲାଭଜନକ ହେବା କଷ୍ଟକର; ମାତ୍ର ସହଯୋଗୀଙ୍କ ସହାୟତା ହେଲେ ସଫଳତା ଲାଭ କରିବେ। ଦୀର୍ଘଦିନର ଆଶାପୂରଣ ହେବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। କ୍ଷତି ଭରଣା କରିପାରନ୍ତି। ବସ୍ତ୍ର-ଭୂଷଣ ଲାଭ ହେବ।
ମକର: ହଠାତ୍ ଅର୍ଥାଭାବ ଦୂରେଇ ଯିବ। ପଥରୋଧର ସମ୍ମୁଖୀନ ହୋଇପାରନ୍ତି। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। କର୍ତ୍ତବ୍ୟ ପରାୟଣ ହୋଇପାରନ୍ତି। ସେବାକ୍ଷେତ୍ରରେ ଅବତୀର୍ଣ୍ଣ ହୋଇ ଖର୍ଚ୍ଚାନ୍ତ ହେବେ। ମିଷ୍ଟଭାଷୀ ହୋଇପାରନ୍ତି।
କୁମ୍ଭ: ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଘାତଚନ୍ଦ୍ର ଭୋଗ ହେତୁ ସତର୍କତାର ସହ ଚଳିବାକୁ ପଡ଼ିବ। ନାନାବିଧ ସମ୍ମାନର ଅଧିକାରୀ ହେବେ। ଯାନବାହନ ସୁଖ ମିଳିପାରେ। ବୁଦ୍ଧି, ବିଦ୍ୟା ଓ ଶ୍ରେଷ୍ଠ କର୍ମଯୁକ୍ତ ହେବେ। ସରକାରୀ ମାନ୍ୟତା ମିଳିବ।
ମୀନ: ଜଞ୍ଜାଳରୁ ମୁକ୍ତି ମିଳିବ। ପରିଶ୍ରମର ମୂଲ୍ୟ ମିଳିବ। ବନ୍ଧୁ ଓ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଆର୍ଥିକ ଉନ୍ନତି ଆଶାକରାଯାଏ। ସରକାରୀ ଅର୍ଥ ମିଳିପାରେ। କୀର୍ତ୍ତି, ମର୍ତ୍ତି, ସତ୍ତ୍ବ, ସନ୍ତୋଷ ବହୁବିଧ ଧନ ସବୁ କିଛି ମିଳିବ। ଉତ୍ତମ ଗୁଣର ହେବେ।
Breaking
ଓଡ଼ିଶାରେ ‘ବାଲ୍ ବିବାହ ମୁକ୍ତ ଭାରତ’ ଅଭିଯାନକୁ ଅଦ୍ଭୁତପୂର୍ବ ସମର୍ଥନଉତ୍କଳ କନିକା ଗ୍ୟାଲେରିଆ ମଲ୍ରେ ‘ଖୁସିୟୋଁ କା ତ୍ୟୋହାର – ସିଜିନ-୩’ ପୁରସ୍କାର ବିତରଣ ଉତ୍ସବଚାଷୀଙ୍କ ଜୀବିକା ବୃଦ୍ଧି ପାଇଁ ଓଡ଼ିଶାରେ ଉନ୍ନତି କଫି ପଦକ୍ଷେପ ଆରମ୍ଭ ହୋଇଛିଉତ୍କଳ ବିଲ୍ଡର୍ସ ଲିମିଟେଡ଼୍କୁ ଟାଇମ୍ସ ବିଜ୍ନେସ୍ ଆୱାର୍ଡ଼ମଧ୍ୟ ରାତିରେ ହାବେଳି ଖଟିରେ ଲ୍ୟଣ୍ଡଫଲ କଲା ବାତ୍ୟା ଦାନା