banner
Breaking

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ବୁଧବାର, ୨୫ ଡିସେମ୍ବର ୨୦୧୯ ବଡଦିନ

0

ମେଷ: କର୍ମକ୍ଷେତ୍ର ଶାନ୍ତିମୟ ହେବ। ସାମାନ୍ୟ ମାତ୍ରାର ଶାରୀରିକ କ୍ଳେଶ ଅନୁଭବ କରିପାରନ୍ତି। ପତ୍ନୀଙ୍କ ସ୍ବାସ୍ଥ୍ୟ ନେଇ ଚିନ୍ତିତ ହୋଇ ପ୍ରତିକାର କରିବେ। କୃପଣ ସ୍ବଭାବର ହେବେ। ସ୍ବାଭିମାନୀ ହୋଇପାରନ୍ତି। କେବଳ ଯୁଗ୍ମ ବ୍ୟବସାୟରୁ ଲାଭ ମିଳିବ।
ବୃଷ: ବ୍ୟବସାୟରେ ଅର୍ଥ ବିନିଯୋଗ ଲାଭପ୍ରଦ ହେବ। କାର୍ଯ୍ୟ କରିବାରେ ଉତ୍ସାହ ବୃଦ୍ଧି ପାଇବ। ସନ୍‌ମାର୍ଗୀ ହେବେ। ଦୟାର ଅବତାର ହୋଇପାରନ୍ତି। ମନୋରମା ପତ୍ନୀଙ୍କ ସାନ୍ନିଧ୍ୟ ମିଳିବ। ପୁତ୍ର ସୁଖ ମିଳିବ। ବନ୍ଧୁ ଓ ପ୍ରିୟଜନଙ୍କ ସହାୟତା ମିଳିବ।
ମିଥୁନ: ଆଶା ଫଳବତୀ ହେବ। ଦୁଃସାହସିକ ପଦକ୍ଷେପ ନେଇ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ସଫଳତା ଲାଭ କରିବେ। ବ୍ୟବସାୟ ଲାଭଜନକ ହେବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶତ୍ରୁ ଯେତେ ବଳବାନ୍‌ ହେଉ ନା କାହିଁକି ତାକୁ ଦମନ କରିବେ।
କର୍କଟ: ପିଲାମାନଙ୍କ କାର୍ଯ୍ୟ କଳାପରେ ସନ୍ତୁଷ୍ଟ ହେବେ। ବ୍ୟବହାର କୁଶଳତା ଆପଣଙ୍କୁ ମହାନ୍‌ କରି ଗଢ଼ି ତୋଳିବ। ପ୍ରୀତି ଲାଭ କରିପାରନ୍ତି। ଜ୍ଞାନ-ଗରିମା ଯୋଗୁଁ ସାମାଜିକ ସ୍ତରରେ ଆଦରଣୀୟ ହେବେ। ବହୁ ମିତ୍ରଙ୍କ ଆଗମନୀ ହୋଇପାରେ।
ସିଂହ: କଷ୍ଟ ସ୍ବୀକାର କଲେ ବି ଲାଭବାନ୍‌ ହେବେ। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଯାତ୍ରା ଶୁଭଦାୟକ ହେବ। ବ୍ୟବସାୟରେ ଲାଭଜନକ ହେବ। ବିବେକି ବ୍ୟକ୍ତି ଭାବେ ପରିଚୟ ସୃଷ୍ଟି କରିବେ।
କନ୍ୟା: ଯୋଜନାରେ ସୃଷ୍ଟି ହୋଇଥିବା ତ୍ରୁଟିକୁ ସଂଶୋଧନ କରିବେ। କାର୍ଯ୍ୟରେ ସଫଳତା ଲାଭ କରିବେ। ମାନ୍ୟତା ପ୍ରାପ୍ତ ହେବେ। ସୌନ୍ଦର୍ଯ୍ୟ ଉପଭୋଗ କରିପାରନ୍ତି। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ସର୍ବଦା ଚପଳମତି ଭାବେ କାର୍ଯ୍ୟ କରିବେ।
ତୁଳା: ନୂଆବନ୍ଧୁତା ସ୍ଥାପନ କରିପାରନ୍ତି। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ପ୍ରଭୂତ ବିତ୍ତର ଅଧିକାରୀ ହୋଇପାରନ୍ତି। ବିଳାସ-ବ୍ୟସନରୁ ବଞ୍ଚିତ ହେବେ। ଭୂମିପତି ଭାବେ ପ୍ରଭାବଶାଳୀ ହେବା ସହ ସୁଶାସକ ହେବେ।
ବିଛା: କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। କର୍ମତତ୍ପରତା ପ୍ରକାଶ ପାଇବ। ଚିନ୍ତାଧାରା ଉନ୍ନତମାର ହୋଇପାରେ। ଦାମ୍ପତ୍ୟ ସୁଖ ମିଳିବ। ନୂଆବନ୍ଧୁ ଜୁଟିବେ।
ଧନୁ: ଆୟ ହେବ; ମାତ୍ର ବିଶେଷ ଲାଭ ମିଳିବା କଷ୍ଟକର ହେବ। କାର୍ଯ୍ୟରେ ବାଧା ଉପୁଜି ପାରେ। କର୍ମତତ୍ପରତା ପ୍ରକାଶ ପାଇବ। ସୁସମ୍ବାଦ ପାଇ ଖୁସି ହେବେ। ବସ୍ତ୍ର-ଭୂଷଣ ପ୍ରାପ୍ତି ଯୋଗ ଅଛି। ଅଧିକ ଖର୍ଚ୍ଚାନ୍ତ ହେଲେ ବି ସର୍ବ ସୁଖ ମିଳିପାରେ।
ମକର: ମନ ଚଞ୍ଚଳ ରହିବ। ଆୟ ପରିମାଣ ବୃଦ୍ଧି ପାଇବ। ବାରମ୍ବାର ଚେଷ୍ଟା କଲେ ସଫଳତା ମିଳିବ। ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ଉନ୍ନତି ପଥରେ ଆଗେଇ ଚାଲିବେ। ସରକାରଙ୍କ କୃପା ଦୃଷ୍ଟି ରହିଛି। ଜନାଦୃତ ଲାଭ କରିବେ।
କୁମ୍ଭ: କର୍ମକ୍ଷେତ୍ର ଉତ୍ସାହଜନକ ହେବ। ଘାତଚନ୍ଦ୍ର ଭୋଗ ହେତୁ, ଦେହ ଓ ମାନସିକ ସ୍ତରରେ ପୀଡ଼ିତ ହୋଇପାରନ୍ତି। ଦ୍ବିଜମାନଙ୍କ ହିତସାଧନ ପାଇଁ ସର୍ବଦା ଉଦ୍ୟମ ଚଳାଇ ପାରନ୍ତି। ପୁଣ୍ୟବାନ୍‌ ହେବେ। ଦୃଢ଼ଜ୍ଞ ହେବେ। ବିଖ୍ୟାତ କୀର୍ତ୍ତି ଅର୍ଜନ କରିବେ।
ମୀନ: ଭ୍ରମଣ ଯୋଗ ଅଛି। ଶୟନ-ସୁଖ ମିଳିବ। କୌଶଳ ପ୍ରୟୋଗ କରି କାର୍ଯ୍ୟ ହାସଲ କରିବେ। ଉତ୍ତମ ବନ୍ଧୁଙ୍କ ସହଚର୍ଯ୍ୟ ଲାଭ କରିବେ। ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ। ସତ୍ୟର ପୂଜାରୀ ହେବେ। ପ୍ରଭୂତ ମିତ୍ର ଅର୍ଜନ କରିବେ।

Khansweb Solution Bhubaneswar

Leave A Reply

Your email address will not be published.