ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।
ମେଷ:-ଆଜିର ପ୍ରତ୍ୟୁଷଯାତ୍ରା ଲାଭଦାୟକ ହେବ। ବିବାଦୀୟ ଘଟଣା, ପ୍ରତିଯୋଗିତାମୂଳକ କାର୍ଯ୍ୟ ଓ ଆନୁଷ୍ଠାନିକ କାମରେ ସଫଳତା ମିଳିବ । ବହୁତ ଦିନରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ । ଦୀର୍ଘଦିନର ସୁପରିକଳ୍ପିତ ନୂଆ ଯୋଜନାଟିଏ କରିବା ସକାଶେ ମନ ବଳାଇ କାମରେ ଲାଗି ପାରନ୍ତି ।
ବୃଷ:-ଆଜି ପ୍ରତ୍ୟେକ କ୍ଷେତ୍ରରେ ପ୍ରତିବନ୍ଧକକୁ ଦୃଢତାର ସହ ସମ୍ମୁଖୀନ ହୋଇ କାମ କରିବେ । ନିକଟସ୍ଥ ପାଖ ପଡୋଶୀମାନେ ସହାୟତା ଆଶା କରିପାରନ୍ତି । ସଙ୍ଗୀତ କଳା, ସାହିତ୍ୟ, କ୍ରୀଡା, ଚଳଚ୍ଚିତ୍ର କ୍ଷେତ୍ରରେ ଉନ୍ନତି କରିବେ । ପାରିବାରିକ ଅଶାନ୍ତି କାରଣରୁ ଅନ୍ୟମନସ୍କ ରହିପାରନ୍ତି ।
ମିଥୁନ:-ଆଜି କର୍ମକ୍ଷେତ୍ରରେ ପ୍ରତିଯୋଗୀ କିମ୍ବା ପ୍ରତିଦ୍ୱନ୍ଦ୍ୱୀ ଦୋଷାରୋପ କରି ସମସ୍ୟାକୁ ବଢାଇ ଦେଇପାରନ୍ତି । ପୂର୍ବ ଯୋଜନା ଅନୁଯାୟୀ କର୍ମ କରନ୍ତୁ ଅବଶ୍ୟ କେତେକାଂଶରେ ସଫଳତା ପାଇବେ । ପୁରାତନ ରୋଗର ପୀଡା କାମ କରିବାକୁ ନିରୁତ୍ସାହିତ କରିବ । ପରିବହନ ସକାଶେ ଦିନଟି ବହୁତ ଭଲ ।
କର୍କଟ:-ଆଜି କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାରର କଷ୍ଟ ସ୍ବୀକାର କରିବାକୁ ପଡିପାରେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ । ଆଗନ୍ତୁକ ବନ୍ଧୁଟି ନିଜର ପାରିବାରିକ କ୍ଷେତ୍ରର ଅଭିମାନଭରା କଥା କହି ଦୁଃଖ କରିପାରନ୍ତି । ଆନୁଷ୍ଠାନିକ କାମରେ ତପତ୍ରତା ବୃଦ୍ଧିପାଇବ ।
ସି˚ହ:-ଆଜି କର୍ମକ୍ଷେତ୍ରରେ ମାତ୍ରାଧିକ ଭ୍ରମଣ ଓ କାମର ଚାପ ଯୋଗୁ କ୍ଳାନ୍ତି ଅନୁଭବ କରିବେ । ଆକସ୍ମିକ ଭାବରେ ପଦସ୍ଥ ବ୍ୟକ୍ତିଙ୍କ କିଛି ଆଶ୍ୱସ୍ତି ସୂଚକ କଥା ଶୁଣି ମନ ହାଲୁକା ହୋଇଯିବ । ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ନିଜର କାମଟି ଅଟକି ରହିଯିବାର ଆଶଙ୍କା ରହିଛି । ସହଯୋଗୀଙ୍କ ଦ୍ୱାରା ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।
କନ୍ୟା:-ଆଜି ପାରିବାରିକ ଅଶାନ୍ତି କାରଣରୁ ଚିନ୍ତାରେ ମାନସିକ ସ୍ଥିରତା ରହିବ ନାହିଁ । ଆଜିର ଯାତ୍ରାରେ ଲକ୍ଷ୍ୟସ୍ଥଳରେ କିଛିଟା ହଇରାଣ ହରକତ ହେବାକୁ ପଡିପାରେ । ଘରର ବରାଦ ଅନୁଯାୟୀ କୌଣସି ଗୃହୋପକରଣ କିଣିବା ସକାଶେ ଯୋଜନା କରିପାରନ୍ତି । ବିବାଦୀୟ କଥାରେ କିମ୍ବା ସମସ୍ୟା ଥିବା ଘଟଣାରେ ମୁଣ୍ଡ ନ ପୂରାଇବା ଭଲ ।
ତୁଳା:-ଆଜି କେତେକ ଦୀର୍ଘ ମିଆଦୀ ଯୋଜନା ଫସର ଫାଟିଯିବା କାରଣରୁ ମନ ଭଲ ରହିବ ନାହିଁ । ବ୍ୟବସାୟରେ ଓ ପରିବହନରେ ସମସ୍ୟା ସମାଧାନ ହେବ । ଆଜି ହଠାତ୍ ପରିସ୍ଥିତିରେ ପଡି ଖର୍ଚ୍ଚାନ୍ତ ହେବେ । ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହେବ ।
ବିଛା:-ଆଜି ବିଭିନ୍ନ ପ୍ରକାରର କୌଶଳ ଅବଲମ୍ବନ କରି ଆଶା ପୂରଣ ଦିଗରେ ଚେଷ୍ଟା କରିପାରନ୍ତି । ସାହିତ୍ୟ, ସଂଗୀତ, କଳା, କ୍ରୀଡ଼ା ଓ ଚଳଚ୍ଚିତ୍ରରେ ସୁନାମ ଅର୍ଜନ କରିବେ । ବିଶ୍ୱାସର ସହ କାମ କରି ଚାଲନ୍ତୁ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ । ସ୍ବାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ, ନତୁବା ପରେ ଚିନ୍ତା କରିବାକୁ ପଡିବ ।
ଧନୁ:-ଆଜି ଆପଣ ଆନୁଷ୍ଠାନିକ କ୍ଷେତ୍ରରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ପାଇବ । ଆଲୋଚନା ପରିସରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । ବ୍ୟବସାୟ, ବାଣିଜ୍ୟରେ କ୍ଷତିର ଭରଣା କରିବା ସକାଶେ ପ୍ରଯତ୍ନ କରିପାରନ୍ତି । ବିବାଦୀୟ ଘଟଣାରେ ନୀରବ ରହିଯିବା ଏକ ପ୍ରକାର ଭଲ ହେବ ।
ମକର:-ଆଜି ଯେ କୌଣସି ପ୍ରକାରେ ସମସ୍ତ କାମ ଶେଷ କରିବାକୁ ବାଧ୍ୟ ହେବେ । ବାଣିଜ୍ୟ କ୍ଷେତ୍ରରେ ଆଶାନୁରୂପ ଲାଭ ନ ହୋଇପାରେ । ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ । ଭୁଲ୍ ବୁଝାମଣା ଯୋଗୁ ପରିବାର ଭିତରେ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି ।
କୁମ୍ଭ:-ପାରିବାରିକ ଶୃଙ୍ଖଳା ରକ୍ଷା କରିବବାକୁ ଯାଇ ବହୁିତ କଷ୍ଟ ସ୍ବୀକାର କରିବାକୁ ପଡିବ । ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ । କେତେକ କ୍ଷେତ୍ରରେ ଜାଣିଶୁଣି ମଧ୍ୟ ନୀରବ ରହିବାକୁ ବାଧ୍ୟ ହୋଇ ପାରନ୍ତି । କୌଣସି ନୀଚ ଜାତିର ବ୍ୟକ୍ତିଙ୍କ ସହୟତାରୁ ଉପକୃତ ହେବାର ଅଅଶା ରହିଛି ।
ମୀନ:-ପାରିବାରିକ କ୍ଷେତ୍ରରେ ନୀରବଦ୍ରଷ୍ଟା ଭଳି କାମ କରିବା ସକାଶେ ବାଧ୍ୟ ହୋଇ ପାରନ୍ତି । ଅଫିସ୍ କାମର ଜାଳ ବୃଦ୍ଧି ପାଇପାରେ । ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିବେ । ଅସୁବିଧା ନହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ । ଆକସ୍ମିକଭାବରେ ପୁରାତନ ରୋଗର ପ୍ରାଦୁର୍ଭାବ ବୃଦ୍ଧି ପାଇବ ।