banner
Breaking

ସାମାଜିକ ସହଭାଗିତାରେ ସପିଙ୍ଗ ମଲ ବ୍ୟବସାୟୀ ଓ ଅଭ୍ୟାଗତଙ୍କୁ ବିଏମସି କଲା ସାମିଲ ।

ଏସପ୍ଲାନେଡ଼ ମଲ ଠାରେ ଅନୁଷ୍ଠିତ ହେଲା ବିଏମସି ର ସମ୍ପର୍କ ଅଭିଯାନ ।

0

ଭୁବନେଶ୍ୱର,୧୩/୯(ଓଡ଼ିଆ ନ୍ୟୁଜ): ବିଏମସିର ଦକ୍ଷିଣ ପୂର୍ବ ମଣ୍ଡଳ ଅନ୍ତର୍ଗତ ଏସପ୍ଲାନେଡ଼ ମଲ ଠାରେ ଆଜି ବିଏମସି ତରଫରୁ ସଂପର୍କ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମାଜର ସମସ୍ତ ବର୍ଗର ଲୋକଙ୍କ ସହଭାଗିତାରେ କୋଭିଡ ବିରୁଦ୍ଧ ଯୁଦ୍ଧରେ ସାମିଲ କରାଇବା ପରିପ୍ରେକ୍ଷୀରେ ଏହି ସମ୍ପର୍କ ଅଭିଯାନ ଆରମ୍ଭ କରାଯାଇଛି । ଏଥିରେ ମଲ କର୍ତ୍ତୃପକ୍ଷ ଓ କର୍ମଚାରୀଙ୍କ ସହ ଯୋଗାଯୋଗ ଓ ସମ୍ପର୍କ ମାଧ୍ୟମରେ କୋଭିଡ ଯୁଦ୍ଧ କୁ ଆଗେଇ ନେବା ପ୍ରଚେଷ୍ଟାରେ ଆଜିର ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ଜଳ ସଂସାଧନ ବିଭାଗର ଯୁଗ୍ମ ସଚିବ ତଥା ବିଏମସି ର କୋଭିଡ ପର୍ଯ୍ୟବେକ୍ଷକ ଶ୍ରୀ ସୁବ୍ରତ କୁମାର ପଣ୍ଡା, ବିଏମସି ର ସହକାରୀ କମିଶନର ଶ୍ରୀ ଲିଲନ ପ୍ରସାଦ ସାହୁ, କଟକ ଚଣ୍ଡୀ ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସ୍ୱରୂପ ବେହେରା, ସିଟି ଓ ଜିଏସଟି ଡେପୁଟି କମିଶନର ଶ୍ରୀ ଦେବାଶିଷ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

କୋଭିଡ ମହାମାରୀ କୁ ପ୍ରତିହତ କରିବା ନିମନ୍ତେ ଆମ ସମସ୍ତଙ୍କୁ ଏକଜୁଟ ହୋଇ ନୂଆ ଅଭ୍ୟାସ ଯଥା – ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଓ ପ୍ରତ୍ୟେକ ସମୟରେ ହାତ ଧୋଇବା/ସାନିଟାଇଜ କରିବା ଅଭ୍ୟାସକୁ ଆମକୁ ନିଜ ଦୈନନ୍ଦିନ ଜୀବନଶୈଳୀ ରେ ପରିଣତ କରିବା ପାଇଁ ପଡିବ ବୋଲି ମୁଖ୍ୟ ଅତିଥି ଶ୍ରୀ ସୁବ୍ରତ ପଣ୍ଡା କହିଥିଲେ । ଦକ୍ଷିଣ ପୂର୍ବ ମଣ୍ଡଳର ଡେପୁଟି କମିଶନର ଶ୍ରୀ ଅଂଶୁମାନ ରଥ ଲୋକଙ୍କ ସୁରକ୍ଷା ପାଇଁ ଏସପ୍ଲାନେଡ଼ ମଲ ତରଫରୁ ନିଆ ଯାଇଥିବା ପଦକ୍ଷେପକୁ ପ୍ରସଂଶା କରିବା ସହ ସମ୍ପର୍କ କାର୍ଯ୍ୟକ୍ରମ ରେ ସାମିଲ ହୋଇ ଲୋକଙ୍କୁ ସଚେତନତା ବାର୍ତା ପହଞ୍ଚାଇବା ପାଇଁ ସହଯୋଗ କରିଥିବା ହେତୁ କୃତଜ୍ଞତା ଜଣାଇଥିଲେ । ଏହା ସହିତ କୋଭିଡ ନିୟମାବଳୀ ବିଷୟରେ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ପୁରଷ୍କାର ସ୍ୱରୂପ ୮ ଜଣଙ୍କୁ ସଠିକ ଉତ୍ତର ଦେଇଥିବା ହେତୁ କୋଭିଡ ସଚେତନତା କିଟ ପ୍ରଦାନ କରାଯାଇଥିଲା ।

କାର୍ଯ୍ୟକ୍ରମ ଶେଷରେ ଏସପ୍ଲାନେଡ଼ ମଲ ପକ୍ଷରୁ ମାର୍କେଟିଂ ବିଭାଗ ମୁଖ୍ୟ ଶ୍ୟାମା ଝା ଧନ୍ୟବାଦ ଅର୍ପଣ କରିଥିଲେ । ଜୟ ଓଡ଼ିଶାର ସ୍ବେଛାସେବୀ ବିବେକ ପାଣ୍ଡେ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ମଲ କର୍ମକର୍ତ୍ତା ସଂଗ୍ରାମ ସ୍ୱାଇଁ, ସୁଜିତ ବଳ, ସୁମନ ମିଶ୍ର, ଜୟ ଓଡ଼ିଶା ଓ ଲକ୍ଷ୍ୟର ସ୍ବେଛାସେବୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.