banner
Breaking

ବଜେଟ ଅଧିବେଶନରେ ରାଷ୍ଟ୍ରପତିଙ୍କ ଉଦବୋଧନ

1

ନୂଆଦିଲ୍ଲୀ,୩୧।୧: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣରୁ ସଂସଦର ବଜେଟ୍‌ ଅଧିବେଶନ ମଙ୍ଗଳବାର ଆରମ୍ଭ ହୋଇଛି। ସଂସଦର ମିଳିତ ସଦନକୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି, ଆମକୁ ଏପରି ଏକ ଭାରତ ଗଠନ କରିବାକୁ ହେବ, ଯେଉଁଥିରେ ଅତୀତର ଗୌରବ ଥିବ। ଆମକୁ ଏପରି ଏକ ଭାରତ କରିବାକୁ ପଡିବ, ଯେଉଁଠାରେ ଦାରିଦ୍ର୍ୟ ନ ଥିବା। ଯୁବକମାନେ ସମୟଠାରୁ ଦୁଇ ପାଦ ଆଗରେ ଥିବେ। ୨୦୪୭ ସୁଦ୍ଧା ଏକ ସ୍ବର୍ଣ୍ଣିମ ଭାରତ ଗଢିବାର ଅଛି।
ମୋର ସରକାର ରାଷ୍ଟ୍ର ନିର୍ମାଣର କର୍ତ୍ତବ୍ୟ ପାଳନ କରିବାରେ ନିୟୋଜିତ ଅଛନ୍ତି। ଆଜି ଭାରତରେ ଏପରି ଏକ ସରକାର ଅଛି, ଯିଏ ସ୍ବପ୍ନକୁ ପୂରଣ କରେ, ସଚ୍ଚୋଟତାକୁ ଅନୁସରଣ କରେ। ଦାରିଦ୍ର୍ୟର ସ୍ଥାୟୀ ସମାଧାନ ଏବଂ ସଶକ୍ତିକରଣ ପାଇଁ ଆଜି ସରକାର କାର୍ଯ୍ୟ କରୁଛନ୍ତି। ସରକାର ଜନ କଲ୍ୟାଣକୁ ପ୍ରାଧାନ୍ୟ ଦେବା ସହ ପ୍ରକୃତିର ଯତ୍ନ ନେଉଛନ୍ତି। ଆଜି ଭାରତରେ ସରକାର ଆଧୁନିକତାକୁ ପ୍ରୋତ୍ସାହିତ କରୁଥିବାବେଳେ ଐତିହ୍ୟ ରକ୍ଷା କରୁଛନ୍ତି।

Khansweb Solution Bhubaneswar
1 Comment
  1. mitolyn reviews says

    **mitolyn reviews**

    Mitolyn is a carefully developed, plant-based formula created to help support metabolic efficiency and encourage healthy, lasting weight management.

Leave A Reply

Your email address will not be published.