banner
Breaking

ବଜେଟ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମତାମତ

0

ନୂଆଦିଲ୍ଲୀ,୩୧।୧: ସଂସଦର ବଜେଟ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ଗୃହର ମିଳିତ ବୈଠକରେ ତାଙ୍କର ପ୍ରଥମ ଅଭିଭାଷଣ ପ୍ରଦାନ କରିବେ। ବଜେଟ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଣମାଧ୍ୟମକୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ଆଜି ବଜେଟ ଅଧିବେଶନ ଆରମ୍ଭ ହେଉଛି। ଆଜି ଭାରତର ବର୍ତ୍ତମାନର ରାଷ୍ଟ୍ରପତି ପ୍ରଥମ ଥର ପାଇଁ ମିଳିତ ଗୃହକୁ ସମ୍ବୋଧିତ କରିବାକୁ ଯାଉଛନ୍ତି। ତାଙ୍କର ସମ୍ବୋଧନ ହେଉଛି ଭାରତର ସମ୍ବିଧାନ, ସଂସଦୀୟ ବ୍ୟବସ୍ଥାର ଗର୍ବ ଏବଂ ଆଜି ମଧ୍ୟ ନାରୀଙ୍କୁ ସମ୍ମାନ କରିବାର ଏକ ଅବସର। ଅସ୍ଥିର ବିଶ୍ୱ ଅର୍ଥନୈତିକ ପରିସ୍ଥିତି ମଧ୍ୟରେ ଭାରତର ବଜେଟ ସାଧାରଣ ନାଗରିକଙ୍କ ଆଶା ଏବଂ ଆକାଂକ୍ଷା ପୂରଣ କରିବାକୁ ଚେଷ୍ଟା କରିବ। ମୋର ଦୃଢ ବିଶ୍ୱାସ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସେହି ଆକାଂକ୍ଷାକୁ ପୂରଣ କରିବା ପାଇଁ ସମସ୍ତ ଉଦ୍ୟମ କରିବେ। ଆମର ଅର୍ଥମନ୍ତ୍ରୀ ମଧ୍ୟ ଜଣେ ମହିଳା। ସେ ଆସନ୍ତାକାଲି ଦେଶ ସାମ୍ନାରେ ଆଉ ଏକ ବଜେଟ ଉପସ୍ଥାପନ କରିବେ। କେବଳ ଭାରତ ନୁହେଁ, ସମଗ୍ର ବିଶ୍ୱ ଏହି ବଜେଟ ଉପରେ ନଜର ରଖିଛି।
ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅପରାହ୍ନ ୧ଟାରେ ଅର୍ଥନୈତିକ ସର୍ଭେ ଉପସ୍ଥାପନ କରିବେ। ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବୃଆରୀ ୧୩ ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୩ ରୁ ଏପ୍ରିଲ ୬ ପର୍ଯ୍ୟନ୍ତ ଚାଳିବ। ବଜେଟ ଅଧିବେଶନରେ ୨୭ଟି ସିଟିଂ ହେବ।

Khansweb Solution Bhubaneswar

Leave A Reply

Your email address will not be published.