ୟୁନେସ୍କୋ ଏବଂ ଆଇ.ଆଇ.ଏମ୍.ଟି. ମିଳିତ ସହଯୋଗରେ ଆଲୋଚନା ଚକ୍ର
ଭୁବନେଶ୍ୱର : ୟୁନେସ୍କୋ ଏବଂ ଆଇ.ଆଇ.ଏମ୍.ଟି ଭୁବନେଶ୍ୱରର ମିଳିତ ସହଯୋଗରେ ମାନବିକ ଅଧିକାର ଏବଂ ଆର୍ଥିକ ବ୍ୟବସ୍ଥା ଉପରେ ଏକ ଆଲୋଚନା ଚକ୍ର ଜୁମ୍ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା । ଏହି ଆଲୋଚନା ଚକ୍ରକୁ ଉଦ୍ଘାଟନ କରି ୟୁନେସ୍କୋ ଲେକଚର ସିରିଜ୍ ଚେୟାରର ପ୍ରଫେସର ଫ୍ରାନ୍ସିସ୍କୋ ଭିଗ୍ଲିଆରୋଲୋ ଦେଶର ଆର୍ଥିକ ପ୍ରଗତିକୁ ଗୁରୁତ୍ୱ ଦେବା ସହିତ ମାନବିକ ଅଧିକାର ସୁରକ୍ଷା ଉଭୟ ପରସ୍ପର ଦେଶର ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ମତପ୍ରକାଶ କିରିଥିଲେ । ଆଲୋଚନା ଚକ୍ରକୁ ଆଇ.ଆଇ.ଏମ୍.ଟିର ପ୍ରଫେସର ଡ଼ଃ ଶ୍ରୀକାନ୍ତ ପଟ୍ଟନାୟକ ପରିଚାଳନା କରିବା ସହିତ ଏଥିରେ ଭାଗନେଇ ଗଣତନ୍ତ୍ର ପାଇଁ ଯେପରି ମାନବିକ ଅଧିକାର ଗୁରୁତ୍ୱପୂର୍ଣ୍ଣ ଦେଶର ବିକାଶ ପାଇଁ ଆର୍ଥିକ ସହଯୋଗ ସେହିପରି ଅତ୍ୟନ୍ତ ଆବଶ୍ୟକ । ଉଭୟ ପରସ୍ପର ପରିପୂରକ ଅଟେ ବୋଲି ମତବ୍ୟକ୍ତ କରିଥିଲେ । ଇଟାଲି ବିଶ୍ୱବିଦ୍ୟାଳୟର ପ୍ରଫେସର ଆରତୁରେ ହର୍ମନ ଆର୍ଥିକ ବିକାଶକୁ ଗୁରୁତ୍ୱ ଦେବା ସହିତ ମାନବିକ ଅଧିକାରକୁ ସମ୍ମାନ ଦେଲେ ଦେଶର ବିକାଶ ଆଗେଇ ଚାଲେ ବୋଲି ମତ ରଖିଥିଲେ । ଇଂ. ସୁବ୍ରତ କୁମାର ପୃଷ୍ଟି, ଓଡ଼ିଶା ଟେଲିକମ୍ର ନିର୍ଦ୍ଦେଶକ ଆଲୋଚନା ଚକ୍ରରେ ଅଂଶଗ୍ରହଣ କରି ଆଳିକ ବିକାଶ ସହିତ ତଳସ୍ତରରେ ରହୁଥିବା ଲୋକମାନଙ୍କର ଆବଶ୍ୟକତାକୁ ସରକାର ପୂରଣ କରିପାରିଲେ ମାନବିକ ଅଧିକାର ସୁରକ୍ଷିତ ହେବା ସହିତ ସମଗ୍ର ଦେଶର ପ୍ରଗତି ପରିଲିଖିତ ହୋଇପାରିବ ବୋଲି କହିଥିଲେ । ଅରୁଣାଚଳ ପ୍ରଦେଶ ରାଜୀବଗାନ୍ଧୀ ବିଶ୍ୱବିଦ୍ୟାଳୟ ଅର୍ଥନୀତି ବିଭାଗର ମୁଖ୍ୟ ପ୍ରଫେସର ସୁଶାନ୍ତ କୁମାର ନାଏକ ସରକାର ଏବଂ ପ୍ରତ୍ୟେକ ବ୍ୟକ୍ତି ମାନବିକ ଅଧିକାରକୁ ସୁରକ୍ଷା ଦେଇ ଦେଶର ଆର୍ଥିକ ବିକାଶରେ ସାମିଲ୍ ହୋଇ ପାରିଲେ ନାଗରିକର ସମୂହ ବିକାଶ ହୋଇପାରିବ ବୋଲି ମତ ରଖିଥିଲେ ।

4lofp8
g6btlt
uqse4v
ab1ahs