ବେଗୁନିଆପଡ଼ା/ଖଲିକୋଟ: ଗଞ୍ଜାମ ଜିଲା ଖଲ୍ଲିକୋଟ ପୁସ୍ତପୁର ନିକଟରେ ବୁଧବାର ଭୋରରେ ଗଞ୍ଜାମ ପୋଲିସ ଏନ୍କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଦିଲୀପ ଦାସ ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ପ୍ରଥମେ ତାଙ୍କୁ ଖଲ୍ଲିକୋଟ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ନିକଟରୁ ୧୪ ହଜାର ଟଙ୍କା, ଗୋଟିଏ ଦେଶି ବନ୍ଧୁକ, ୨ ଅଫୁଟା ଗୁଳି, ଗୋଟିଏ ମୋବାଇଲ ଫୋନ ଓ ଏକ ମୋଟରସାଇକେଲ ପୋଲିସ ଜବତ କରିଛି। ପ୍ରକାଶ ଯେ, ପୋଲିସ କୌଣସି ସୂତ୍ରରୁ ଖବର ପାଇ କୋଦଳା ଥାନା ପୁସ୍ତପୁର ଗ୍ରାମ ନିକଟରେ ଚଢାଉ କରିଥିଲେ। ଏହା ଜାଣିପାରି ଦିଲୀପ କାଜୁ ଜଙ୍ଗଲ ମଧ୍ୟକୁ ପଳାଇ ଯାଇ ପୋଲିସ ଉପରକୁ ଗୁଳି ଚାଳନା କରିଥିଲେ। ପୋଲିସର ପାଲଟା ଗୁଳିମାଡରେ ଦିଲୀପ ଆହତ ହୋଇଛନ୍ତି। ତାଙ୍କ ଡାହାଣ ଗୋଡରେ ଗୁଳି ବାଜିଛି। ଦିଲୀପଙ୍କ ନାମରେ ଖୋର୍ଦ୍ଧା, ନୟାଗଡ଼, ଓ ଗଞ୍ଜାମ ଜିଲାରେ ୨୦ରୁ ଊର୍ଦ୍ଧ୍ୱ ମାମଲା ରହିଥିବା ପୋଲିସ ପ୍ରକାଶ କରିଛି। ଦିଲୀପଙ୍କ ଘର ଖୋର୍ଦ୍ଧା ଜିଲା ବାଣପୁର ଥାନା ଅନ୍ତର୍ଗତ ନାରଣଦେଇପୁର ଅଞ୍ଚଳରେ।
Breaking
ଚନ୍ଦ୍ରଶେଖରପୁରରେ ମହାଆଡମ୍ବରରେ ପାଳିତ ହେବ ଶ୍ରୀରାମ ନବମୀ ଉତ୍ସବଓଡିଶାରେ ଡିଜିଟାଲ ମିଡ଼ିଆ ଓନର୍ସ ଆସୋସିଏସନ୍ ଗଠିତ, ଭୁବନେଶ୍ୱର ଠାରେ ଲୋଗୋ ଉନ୍ମୋଚିତ, ସମସ୍ତ ମାଲିକ ଓ ସମ୍ପାଦକ ସାମିଲ ହେବାକୁ ଆହ୍ୱାନକୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛି
