ବେଗୁନିଆପଡ଼ା/ଖଲିକୋଟ: ଗଞ୍ଜାମ ଜିଲା ଖଲ୍ଲିକୋଟ ପୁସ୍ତପୁର ନିକଟରେ ବୁଧବାର ଭୋରରେ ଗଞ୍ଜାମ ପୋଲିସ ଏନ୍କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଦିଲୀପ ଦାସ ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ପ୍ରଥମେ ତାଙ୍କୁ ଖଲ୍ଲିକୋଟ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ନିକଟରୁ ୧୪ ହଜାର ଟଙ୍କା, ଗୋଟିଏ ଦେଶି ବନ୍ଧୁକ, ୨ ଅଫୁଟା ଗୁଳି, ଗୋଟିଏ ମୋବାଇଲ ଫୋନ ଓ ଏକ ମୋଟରସାଇକେଲ ପୋଲିସ ଜବତ କରିଛି। ପ୍ରକାଶ ଯେ, ପୋଲିସ କୌଣସି ସୂତ୍ରରୁ ଖବର ପାଇ କୋଦଳା ଥାନା ପୁସ୍ତପୁର ଗ୍ରାମ ନିକଟରେ ଚଢାଉ କରିଥିଲେ। ଏହା ଜାଣିପାରି ଦିଲୀପ କାଜୁ ଜଙ୍ଗଲ ମଧ୍ୟକୁ ପଳାଇ ଯାଇ ପୋଲିସ ଉପରକୁ ଗୁଳି ଚାଳନା କରିଥିଲେ। ପୋଲିସର ପାଲଟା ଗୁଳିମାଡରେ ଦିଲୀପ ଆହତ ହୋଇଛନ୍ତି। ତାଙ୍କ ଡାହାଣ ଗୋଡରେ ଗୁଳି ବାଜିଛି। ଦିଲୀପଙ୍କ ନାମରେ ଖୋର୍ଦ୍ଧା, ନୟାଗଡ଼, ଓ ଗଞ୍ଜାମ ଜିଲାରେ ୨୦ରୁ ଊର୍ଦ୍ଧ୍ୱ ମାମଲା ରହିଥିବା ପୋଲିସ ପ୍ରକାଶ କରିଛି। ଦିଲୀପଙ୍କ ଘର ଖୋର୍ଦ୍ଧା ଜିଲା ବାଣପୁର ଥାନା ଅନ୍ତର୍ଗତ ନାରଣଦେଇପୁର ଅଞ୍ଚଳରେ।

Breaking
ରାଜ୍ୟସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସଏମ୍ସ ଭୁବନେଶ୍ୱରରେ ଏମ୍ସ ଆଇସିୟୁ ପୁନର୍ବାସ ପାଇଲଟ୍ ପ୍ରକଳ୍ପ ସଫଳତାର ସହ ସମାପ୍ତଭାରତ ସରକାରର ଟେକ୍ସଟାଇଲ୍ ମନ୍ତ୍ରାଳୟ ଏବଂ NIFT ଏସିୟାନ୍ ସବକଣ୍ଟିନେଣ୍ଟ ଏବଂ ଭାରତର ଫ୍ୟାସନ୍ ସେଗ୍ମେଣ୍ଟ ପାଇଁ ଟ୍ରେଣ୍ଡ୍ ସୂଚନା ଏବଂ ପୂର୍ବାନୁମାନ ଆରମ୍ଭ କରିଛନ୍ତି”ଆପୋଲୋ ହସ୍ପିଟାଲ୍ସ, ଭୁବନେଶ୍ୱରରେ ସମ୍ପୂର୍ଣ୍ଣ ଯକୃତ ପ୍ରତିସ୍ଥାପନ କାର୍ଯ୍ୟକ୍ରମ ଆରମ୍ଭଆଇଓଏସ ଉପକରଣଗୁଡ଼ିକ ଫିସିଂ ଆକ୍ରମଣ ପାଇଁ ଅଧିକ ବିପଦଯୁକ୍ତ: ଲୁକ୍ଆଉଟ