banner
Breaking

ଶିକ୍ଷା ବଂଚାଅ-ଦେଶ ବଂଚାଅ ଦାବିରେ ଯୁବଛାତ୍ର ପକ୍ଷରୁ ପ୍ରତିବାଦ ସଭା

0

ଭୁବନେଶ୍ୱର:ଭାରତର ଉଚ୍ଚ ଶିକ୍ଷାର ଗୁଣ ଓ ମାନର ବିକାଶ ପାଇଁ ଉଚ୍ଚ ଶିକ୍ଷାରେ ଅନୁସନ୍ଧାନ ଓ ପରୀକ୍ଷଣକୁ ପ୍ରୋତ୍ସାହନ ଦେବାପାଇଁ ରାଜନୈତିକ ଅଙ୍କୁଶ ମୁକ୍ତ ସ୍ୱୟଂଶାସିତ ଉଚ୍ଚ ଶିକ୍ଷା ମଂଜୁରୀ ବ୍ୟବସ୍ଥା ପ୍ରଣୟନ ପାଇଁ “ବିଶ୍ୱ ବିଦ୍ୟାଳୟ ମଂଜୁରୀ କମିଶନ”ୟୁଜିସି ଗଠନ କରାଯାଇଥିଲା।କିନ୍ତୁ ମୋଦି ସରକାରଙ୍କ ଶାସନ କାଳରେ ୟୁଜିସି କୁ ବନ୍ଦ କରିବାର ହୀନ ଚକ୍ରାନ୍ତ ଏହା ପ୍ରମାଣିତ କରିଛି ଯେ,ବିଜେପି ସରକାର ଶିକ୍ଷାକୁ ଘରୋଇ ସଂସ୍ଥାମାନଙ୍କ ହାତରେ ବିକିଦେବା ସହିତ ବ୍ୟବସାୟର ମାଧ୍ୟମ କରିବାକୁ ଚାହୁଁଛି।ୟୁଜିସି ବଦଳରେ ଏଚ୍.ଇ.ସି.ଆଇ. ଆଇନ ଲାଗୁକରି ସରକାରୀ ହସ୍ତକ୍ଷେପକୁ ସିଧାସଳଖ କରିବାକୁ ପ୍ରୟାସ କରାଯାଇଛି।ଅନେକ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ଥିବା ସତ୍ତ୍ୱେ ଜନ୍ମ ନେଇ ନଥିବା ଜିଓ ୟୁନିଭରସିଟି କୁ “ୟୁନିଭରସିଟି ଅଫ୍ ଏମିନାନ୍ସ”ର ମାନ୍ୟତା ଦେବା ସହିତ ୧୦୦୦କୋଟିର ଅନୁଦାନ ମଧ୍ୟ ସରକାରଙ୍କ ତରଫରୁ ଦିଆଗଲା।
ଅନ୍ୟ ପକ୍ଷରେ ସାଧାରଣ ଛାତ୍ରଟିଏ ପ୍ରକୃତ ଶିକ୍ଷାରୁ ବଂଚିତ ହେଉଛି।ଶିକ୍ଷା ଏକ ସୁଯୋଗ ନୁହେଁ,ସାର୍ବଜନୀନ ଅଧୀକାର।ସମସ୍ତଙ୍କର ମାଗଣା,ସମାନ ଓ ବୈଜ୍ଞାନିକ ସମ୍ମତ ଶିକ୍ଷା ପାଇବାର ଅଧୀକାର ଥାଇ ମଧ୍ୟ ସରକାର ଏହାକୁ ସଙ୍କୁଚିତ କରିଚାଲିଛନ୍ତି।ବର୍ଷକୁ ୨କୋଟି ବେକାରୀ ଯୁବକ ଯୁବତୀଙ୍କୁ ନିଯୁକ୍ତି ପ୍ରତିଶ୍ରୁତି ପୂରଣରେ ବି ମୋଦୀ ସରକାର ବିଫଳ।ଚାକିରୀ ନଥିବା କଥା କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ମଧ୍ୟ ସ୍ୱୀକାର କରିଛନ୍ତି।

ତେଣୁ ଅଗଷ୍ଟ ୯ କ୍ରାନ୍ତି ଦିବସରେ ଅଖିଳ ଭାରତ ଛାତ୍ରସଂଘ ଓ ଅଖିଳ ଭାରତ ଯୁବସଂଘ ପକ୍ଷରୁ ମିଳିତ ଭାବରେ ସର୍ବଭାରତୀୟ “ଶିକ୍ଷା ବଂଚାଅ-ଦେଶ ବଂଚାଅ” ଡାକରା ଦିଆଯାଇଥିଲା।ୟୁଜିସି ବଂଚାଇବା,ଖାଲିପଡିଥିବା ୫୦ଲକ୍ଷ ପଦବୀ ପୂରଣ,BNEGA ଆଇନକୁ କାର୍ଯ୍ୟକାରୀ କରିବା,ଭିଡତନ୍ତ୍ରକୁ ବନ୍ଦ କରିବା,ଦୁଷ୍କର୍ମ ଓ ଯୌନ ନିର୍ଯାତନା ବନ୍ଦ କରିବା ଦାବିରେ ,ଭୁବନେଶ୍ୱର ଠାରେ AISF-AIYF ଦ୍ୱାରା ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।ଏହି ପ୍ରତିବାଦରେ AISFର ପବିତ୍ର ସ୍ୱାଇଁ,ଅବିନାଶ ନାୟକ,ସଙ୍ଘମିତ୍ରା ଜେନା,ରିଙ୍କି ବେହେରା ଓ AIYFର ସୁଭାଶିନୀ ଭଦ୍ର,ଗୋହିଗୋବିନ୍ଦ ବେଶ୍ରା,ନାରାୟଣ ଡାଳୁଆ,ବିଶ୍ୱଜିତ୍ ନାୟକ,ସୁରେଶ ମୁଦୁଲି,ବିକ୍ରମ କୁମାର ପ୍ରମୁଖ ନେତୃତ୍ୱ ନେଇଥିଲେ।

Khansweb Solution Bhubaneswar

Leave A Reply

Your email address will not be published.