ପଟିଆଗଡ ଶିରିଡି ସାଇ ମନ୍ଦିରର ପ୍ରତିଷ୍ଠା ଉତ୍ସବ
ଭୁବନେଶ୍ୱର,୨୩ା୨ ପଟିଆଗଡ ଶିରିଡି ସାଇ ମନ୍ଦିରର ୧୩ ତମ ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଚାରିଦିନ ଧରି ଚାଲିଥିବା ଏହି ଧାର୍ମିକ ଉତ୍ସବରେ ବୁଧବାର ଅଙ୍କୁରାରୋପଣ, ନବବ୍ୟୁହ ପୂଜା, ମଣ୍ଡଳକରଣ ଗୁରୁବାର ସକାଳେ କଳସ ଯାତ୍ରା ଅନୁଷ୍ଠିତ ହୋଇ ସୂର୍ଯ୍ୟପୂଜା, ଶାଲା ପ୍ରବେଶ, ଦେବ ଆବାହନ ଓ ଅଗ୍ନି ସ୍ଥାପନ କରାଯାଇଥିଲା । ଶୁକ୍ରବାର ସୂର୍ଯ୍ୟପୂଜା, ଗୋପୂଜା, ଶାଲା ପୂଜା ସାଇନାଥଙ୍କ ପାମୃତ ମହାସ୍ନାନ ଓ ସହସ୍ରାର୍ଚ୍ଚନ ଘୃତାହୁତୀ ଶନିବାର ଦିନ ଯଥା ବିଧି ଓ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ପୂର୍ବକ ସାଇନାଥଙ୍କ ୧୦୦୮ ନାମ ମୂଳମନ୍ତ୍ରରେ ଘୃତାହୁତୀ, ପୂର୍ଣ୍ଣାହୂତି, ଆଳତୀ, ପୁଷ୍ପାଞ୍ଜଳି ଏବଂ ଶାନ୍ତି ପାଠ ହେବା ସହିତ ସାଇ ପାଲିଙ୍କି ମେଲଣ ଅନୁଷ୍ଠିତ ହୋଇଥିଲା । ଏଥିରେ ସ୍ଥାନୀୟ ଅଳର ୧୨ଟି ମନ୍ଦିରରୁ ପାଲିଙ୍କି ବାହାରି ପଟିଆ ଗାଁ ମୁଣ୍ଡରୁ ଶାଭାଯାତ୍ରା କରି ସାଇ ମନ୍ଦିର ନିକଟରେ ପହଞ୍ଚି ଥିଲେ । ମନ୍ଦିର କମିଟି ପକ୍ଷରୁ ସମସ୍ତ ପାଲିଙ୍କିକୁ ସୁସ୍ୱାଗତ କରାଯାଇ ପୂଜାର୍ଚ୍ଚନା କରାଯିବା ପରେ କମିଟିର ସଦସ୍ୟ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସାସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ତିନିଦିନ ପ୍ରବଚନ, ଗୋଟିଏ ଦିନ ନୃତ୍ୟ ପ୍ରତିଯୋଗିତା ଓ ଦୁଇଦିନ ଭଜନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରବଚକ ଡ. ଗୁରୁ ପ୍ରସାଦ ମହାପାତ୍ର ପ୍ରଭୁ ସାଇଙ୍କ ଅଲୌକିକ ଲୀଳା ଉପରେ ପ୍ରବଚନ ରଖିଥିଲେ । ଗୁରୁବାର ସନ୍ଧ୍ୟାରେ ଅନୁଷ୍ଠିତ ନୃତ୍ୟ ପ୍ରତିଯୋଗିତାରେ ପ୍ରଶାନ୍ତି ବିହାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପଟିଆ ସରସ୍ୱତୀ ଶିଶୁ ମନ୍ଦିର, ପଠାଣୀ ସାମନ୍ତ ଶିକ୍ଷାକେନ୍ଦ୍ର, ଜୟଦେବ ଶିକ୍ଷାକେନ୍ଦ୍ର ଓ ନୃତ୍ୟଭୂମି ସାଂସ୍କୃତିକ ଟ୍ରଷ୍ଟର ଛାତ୍ରଛାତ୍ରୀମନେ ନୃତ୍ୟ ପରିବେଷଣ କରିଥିଲେ । ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଅନ୍ତିମ ଦିବସରେ ଶିରିଡି ସାଇ ଟ୍ରଷ୍ଟର ଟ୍ରଷ୍ଟି ମିହିର କୁମାର ରାଉତଙ୍କ ନେତୃତ୍ୱରେ ଦିବା ୧୦ ଘଟିକା ସମୟରେ ବିଶାଳ ରକ୍ତଦାନ ଶିବିର ଓ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇ ୪୦୦ ଲୋକଙ୍କୁ ବସ୍ତ୍ର ଦାନ କରାଯାଇଥିଲା । ଗ୍ରାମର ପ୍ରତ୍ୟେକ ସାହିର ମୁରବୀଙ୍କ ପାଦୁକା ପୂଜା କରାଯିବା ସହିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସନ୍ଧ୍ୟାରେ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ସହିତ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା । ଏହି ବାର୍ଷିକ ଉତ୍ସବରେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ରାଜନେତା ଓ ସ୍ଥାନୀୟ ଅଳର ବହୁ ଭକ୍ତ ଯୋଗଦେଇ ଦର୍ଶନ କରିବା ସହିତ ସାଇନାଥଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ମନ୍ଦିର ପରିଚାଳନା କମିଟିର ସଦସ୍ୟ ମାନେ ପରିଚାଳନା କରିଥିବା ବେଳେ ଗ୍ରାମବାସୀ ଓ ସ୍ଥାନୀୟ ଅଂଚଳର ଭକ୍ତମାନେ ସାହାର୍ଯ୍ୟ ସହଯୋଗ କରିଥିଲେ ।

Yo, been messin’ with jl1 lately and gotta say, it’s got some potential. Needs a bit of polish, but keep an eye on it! Check it out here: jl1
Seriously, forgetting passwords is my superpower. This pokerstarslogin link has saved my bacon so many times. Quick and easy login process, no messing about.
Mafia777pk is where it’s at! Big wins, good times. Definitely recommend if you’re lookin’ for some excitement. Don’t be a chump, check it out! mafia777pk
oDsKtryYwiHtOynWKZIOTILt
Looking for the right link? Linkbong8899 seems legit. Needed a quick and easy way to get where I needed to be to bet on my favourite matches this weekend! And this was it! linkbong8899
881bet login was smooth, no issues there. Pretty standard process, like most other sites. If you’re looking to try something new, this login experience won’t be a headache. 881bet login