ଓଡ଼ିଶାରେ ରିଟେଲ ବଣ୍ଟନ ବିସ୍ତାର ଆଦାନୀ ସୋଲାର ଓ ଖେତାନ ଗ୍ରୁପ ମଧ୍ୟରେ ସହଯୋଗ ଚୁକ୍ତି

ଭୁବନେଶ୍ବର : ଆଦାନୀ ଗ୍ରୁପ୍‌ର ସୋଲାର ଉତ୍ପାଦନ ଶାଖା, ଏବେ ଓଡିଶାରେ ଖେତାନ୍‌ ଗ୍ରୁପ୍‌ଙ୍କୁ ଅଞ୍ଚଳୀୟ ଆଧିକାରିକ ଚ୍ୟାନେଲ୍‌ ପାର୍ଟନର୍‌ ଭାବେ ନିର୍ଦ୍ଦିଷ୍ଟ କରି, ତା’ର କ୍ଷୁଦ୍ର ବିକ୍ରୟ ବଣ୍ଟନ ବ୍ୟବସାୟକୁ ବିସ୍ତାର କରିଛି। ଏହା ମାଧ୍ୟମରେ ଆଦାନୀ ସୋଲାର ଦେଶରେ ୩୮୦୦ ଠାରୁ ଅଧିକ ସହରାଞ୍ଚଳକୁ ଏବେ ସୋଲାର ପ୍ୟାନେଲ୍‌ ବଣ୍ଟନ କରିବ। ଏହି ଅବସରରେ ଖେତାନ ଉଦ୍ୟଗ ସିଇଓ ନିଖିଲ ଖେତାନ, ଆଦାନିର ନ୍ୟାସନାଲ ସେଲ୍ସ ମୁଖ୍ୟ ଓ ମାକେର୍ଟିଂ ସିସିଲ ଅଗଷ୍ଟିନ୍, ଉତ୍ତର ପୂର୍ବ ଆଞ୍ଚଳିକ ମୁଖ୍ୟ ଅରବିନ୍ଦ ସେମଓ୍ବାଲ, ପୂର୍ବ ଉତ୍ତର ପୂର୍ବ ସେଲ୍ସ ମ୍ୟାନେଜର ତଫିକ୍ ଅହମ୍ମଦ ଉପସ୍ଥିତ ଥିଲେ।

ଏହି ସଂଯୋଗ ମାଧ୍ୟମରେ, ଖେତାନ୍‌ ସୋଲାର ଓଡିଶାର ନବୀକରଣୀୟ ଉର୍ଜା ବଜାରରେ ଶୀଘ୍ର ପ୍ରବେଶ କରିବା ଏବଂ ଏଥିରୁ ଲାଭ ଉଠାଇବାକୁ ଲକ୍ଷ୍ୟ ରଖିଛି। ଏହାଦ୍ବାରା ସ୍ଥାନୀୟ ଅଞ୍ଚଳର ନିବାସୀ, ବାଣିଜ୍ୟିକ ଏବଂ ଉଦ୍ୟୋଗିକ ଉପଭୋକ୍ତାଙ୍କୁ ଆର୍ଥିକ ହାନି ଅଧିକାଂଶ କମ୍ କରିବା ସହିତ ସୁସ୍ଥାୟୀ ସୋଲାର ଶକ୍ତି ସମାଧାନ ଯୋଗାଇବ।

ଓଡିଶା ସରକାର ରୁଫଟପ୍‌, ସି ଆଣ୍ଡ ଆଇ ଏବଂ ପ୍ରଧାନମନ୍ତ୍ରୀ କୃଷି ଉର୍ଜା ସୁରକ୍ଷା ଏବଂ ଉତଥାନ ମହାଅଭିଯାନ ଯୋଜନା କୁସୁମ୍ ସହିତ ନୂତନ ରୁଫଟପ୍‌ ଯୋଜନା ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁଫ୍ତ ବିଲ୍ ଯୋଜନା ମାଧ୍ୟମରେ ସୋଲାର ଶକ୍ତି ସଂସ୍ଥାପନକୁ ପ୍ରୋତ୍ସାହନ ପ୍ରଦାନ କରୁଛି। ଆଦାନୀ ସୋଲାର ର ଅଫ୍ – ଗ୍ରିଡ ପ୍ୟାନେଲ୍‌ ଉପଭୋକ୍ତାଙ୍କୁ ବିଦ୍ୟୁତ୍ ବିଚ୍ଛିନ୍ନତାର ସମସ୍ୟା କମ୍ କରିବ ଏବଂ ତାହାର ଅନ୍ – ଗ୍ରିଡ୍ ପ୍ୟାନେଲ୍‌ ବିଦ୍ୟୁତ୍ ଖର୍ଚ୍ଚ ହ୍ରାସ କରିବାରେ ସାହାଯ୍ୟ କରିବ। ଖେତାନ୍‌ ସୋଲାର ଆଦାନୀ ସୋଲାରର କ୍ଷୁଦ୍ର ବଣ୍ଟନ କ୍ଷେତ୍ରରେ ଏକ ଜିଡବ୍ଲ୍ୟୁ ରୁ ଅଧିକ ସମ୍ଭାବନା ଦେଖୁଛି। ଏହି ଯୋଜନା ମୁଖ୍ୟତଃ ରୁଫଟପ୍‌, ୟୁଟିଲିଟି-ସ୍କେଲ୍‌, ନିବାସୀ, ସି ଆଣ୍ଡ ଆଇ ଏବଂ ସୋଲାର ପମ୍ପ ସଂଗ୍ରହକୁ ଲକ୍ଷ୍ୟ କରି ରଖାଯାଇଛି।

ନିକଟରେ ଆୟୋଜିତ ଏହି ଉତ୍ସବରେ, ଚ୍ୟାନେଲ୍‌ ପାର୍ଟନର୍‌ ଲଞ୍ଚ ମିଟ୍‌ ସହିତ, ଭାରତର ସବୁଠୁ ବଡ଼ ସମ୍ପୃକ୍ତ ଟିଅର୍‌-୧ ମଡ୍ୟୁଲ୍‌ ସପ୍ଲାୟର୍‌ ଆଦାନୀ ସୋଲାର ଦେଶରେ ନୂତନ ସ୍ୱପ୍ନ ନେଇ ଅଗ୍ରସର ହୋଇଛି। ଏଥିରେ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ପ୍ରଦର୍ଶନ ହେଉଛି ସାଇନ୍ ଟପ୍ କନ୍ ପିଭି ମଡ୍ୟୁଲ୍‌ ଯାହା ସୋଲାର ଉର୍ଜା ଦିଗରେ ଏକ ଆଧୁନିକ ପଦ୍ଧତି ଉପସ୍ଥାପନ କରେ। ସାଇନ ଟପକନ୍ ମଡ୍ୟୁଲ୍‌ ଏହାର ପିଇଆରସି ସହଯୋଗୀମାନଙ୍କୁ ପଛରେ ପକାଇ ଉଚ୍ଚତମ ଓ୍ବାଟ୍-ପିକ୍ ଉତ୍ପନ୍ନ କରିବା ସହ ଉତ୍ତମ କାର୍ଯ୍ୟକ୍ଷମତା ପ୍ରଦାନ କରେ, ଯାହା ଭାରତର ବିଭିନ୍ନ ପ୍ରତିକୂଳ ପରିସ୍ଥିତି ତଥା ପାଇଁ ଉପଯୋଗୀ। ଆଦାନୀ ସୋଲାର ନିରନ୍ତର ତରଙ୍ଗ ଓ ସୌର ଉପକରଣ ବିକାଶ ଦିଗରେ ପ୍ରଗତି କରିବା ନେଇ ପ୍ରତିବଦ୍ଧ।

ଆଦାନୀ ସୋଲାର ଦେଶ ବ୍ୟାପି ତା’ର କ୍ଷୁଦ୍ର ବଜାର ଉପସ୍ଥିତିକୁ ଦ୍ରୁତ ଭାବେ ବୃଦ୍ଧି କରୁଛି। ଏହା ରାଜସ୍ଥାନ, ଉତ୍ତର ପ୍ରଦେଶ, ବିହାର, ଦିଲ୍ଲୀ, ହରିୟାଣା, ମହାରାଷ୍ଟ୍ର, ଗୁଜରାଟ, ମଧ୍ୟ ପ୍ରଦେଶ, ପଶ୍ଚିମବଙ୍ଗ, କେରଳ, ତମିଳନାଡୁ, ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ, ଓଡିଶା, ସିକ୍କିମ୍, ଆସାମ, ମଣିପୁର, ମିଜୋରାମ୍, ଅରୁଣାଚଳ ପ୍ରଦେଶ, ମେଘାଳୟ, ନାଗାଲାଣ୍ଡ ଏବଂ ତ୍ରିପୁରାରେ ଅନେକ ଅଞ୍ଚଳରେ ନିଜକୁ ପ୍ରତିଷ୍ଠା କରିବା ସହ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛି।