ଭୁବନେଶ୍ୱର: ରଜ ଉତ୍ସବର ଦ୍ୱିତୀୟ ଦିନକୁ ନିଆରା ଢଙ୍ଗରେ ପାଳିଛି ପରିଚୟ ଫାଉଣ୍ଡେସନ। ଆର୍ଥିକ ପଛୁଆ ଶ୍ରେଣୀର ମେଧାବୀ ଛାତ୍ରୀଙ୍କୁ ସାଇକେଲ ବାଣ୍ଟି ରଜ ପାଳନ କରାଯାଇଛି। ବାଲିପାଟଣାର କାଞ୍ଚନଦେବୀ କମ୍ୟୁନିଟି ସେଣ୍ଟରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପରିଚୟ ପକ୍ଷରୁ ଏହି ସାଇକେଲ ପ୍ରଦାନ କରାଯାଇଛି।
ବିଶିଷ୍ଟ ମନସ୍ତତ୍ତ୍ୱବିତ ଡ଼ା ଅମିତ ପାଟ୍ଟଯୋଶୀଙ୍କ ସହାୟତାରେ ଏହି ଅଭିଯାନ ହୋଇଥିଲା। ପରିଚୟର ପଙ୍ଖ ପ୍ରକଳ୍ପ ଅଧୀନରେ ଏହି ଅଭିଯାନ ହାତକୁ ନିଆଯାଇଥିଲା। ପରିଚୟର ପ୍ରତିଷ୍ଠାତା ରୋଜାଲିନ ପାଟ୍ଟଶାଣୀ ଉପସ୍ଥିତ ରହି କହିଥିଲେ। କିଛି ମେଧାବୀ ଛାତ୍ରୀ ଅର୍ଥ ଅଭାବରୁ ସାଇକେଲ ଖଣ୍ଡେ କିଣି ପାରୁନଥିଲେ। ସେମାନଙ୍କ ସ୍କୁଲ ଯିବାରେ ସମସ୍ୟା ହେଉଥିଲା। ଅର୍ଥ ଅଭାବରୁ ଯେଭଳି ପାଠପଢାରେ ସମସ୍ୟା ହେବନି ସେଥିପାଇଁ କିଛି ସହାୟତା କରିବାକୁ ଆମେ ପରିକଳ୍ପନା କରିଥିଲୁ। ଛାତ୍ରୀଙ୍କ ପାଠ ପଢିବା ସ୍ବପ୍ନ ପୂରା କରିବା ଓ ସେମାନଙ୍କୁ ସଶକ୍ତିକରଣ କରିବାକୁ ଆମେ ଏହି ଅଭିଯାନ ଆରମ୍ଭ କରିଛୁ। ଏଥିପାଇଁ ଡ଼ା ପାଟ୍ଟଯୋଶୀଙ୍କୁ ସେ ଧନ୍ୟବାଦ ଦେଇଛନ୍ତି। ପରିଚୟର ବହୁ ସଦସ୍ୟ ଏହି କାର୍ଯକ୍ରମରେ ଉପସ୍ଥିତ ଥିଲେ।
Breaking
ଚନ୍ଦ୍ରଶେଖରପୁରରେ ମହାଆଡମ୍ବରରେ ପାଳିତ ହେବ ଶ୍ରୀରାମ ନବମୀ ଉତ୍ସବଓଡିଶାରେ ଡିଜିଟାଲ ମିଡ଼ିଆ ଓନର୍ସ ଆସୋସିଏସନ୍ ଗଠିତ, ଭୁବନେଶ୍ୱର ଠାରେ ଲୋଗୋ ଉନ୍ମୋଚିତ, ସମସ୍ତ ମାଲିକ ଓ ସମ୍ପାଦକ ସାମିଲ ହେବାକୁ ଆହ୍ୱାନକୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛି
