ଭୁବନେଶ୍ୱର: ରଜ ଉତ୍ସବର ଦ୍ୱିତୀୟ ଦିନକୁ ନିଆରା ଢଙ୍ଗରେ ପାଳିଛି ପରିଚୟ ଫାଉଣ୍ଡେସନ। ଆର୍ଥିକ ପଛୁଆ ଶ୍ରେଣୀର ମେଧାବୀ ଛାତ୍ରୀଙ୍କୁ ସାଇକେଲ ବାଣ୍ଟି ରଜ ପାଳନ କରାଯାଇଛି। ବାଲିପାଟଣାର କାଞ୍ଚନଦେବୀ କମ୍ୟୁନିଟି ସେଣ୍ଟରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପରିଚୟ ପକ୍ଷରୁ ଏହି ସାଇକେଲ ପ୍ରଦାନ କରାଯାଇଛି।
ବିଶିଷ୍ଟ ମନସ୍ତତ୍ତ୍ୱବିତ ଡ଼ା ଅମିତ ପାଟ୍ଟଯୋଶୀଙ୍କ ସହାୟତାରେ ଏହି ଅଭିଯାନ ହୋଇଥିଲା। ପରିଚୟର ପଙ୍ଖ ପ୍ରକଳ୍ପ ଅଧୀନରେ ଏହି ଅଭିଯାନ ହାତକୁ ନିଆଯାଇଥିଲା। ପରିଚୟର ପ୍ରତିଷ୍ଠାତା ରୋଜାଲିନ ପାଟ୍ଟଶାଣୀ ଉପସ୍ଥିତ ରହି କହିଥିଲେ। କିଛି ମେଧାବୀ ଛାତ୍ରୀ ଅର୍ଥ ଅଭାବରୁ ସାଇକେଲ ଖଣ୍ଡେ କିଣି ପାରୁନଥିଲେ। ସେମାନଙ୍କ ସ୍କୁଲ ଯିବାରେ ସମସ୍ୟା ହେଉଥିଲା। ଅର୍ଥ ଅଭାବରୁ ଯେଭଳି ପାଠପଢାରେ ସମସ୍ୟା ହେବନି ସେଥିପାଇଁ କିଛି ସହାୟତା କରିବାକୁ ଆମେ ପରିକଳ୍ପନା କରିଥିଲୁ। ଛାତ୍ରୀଙ୍କ ପାଠ ପଢିବା ସ୍ବପ୍ନ ପୂରା କରିବା ଓ ସେମାନଙ୍କୁ ସଶକ୍ତିକରଣ କରିବାକୁ ଆମେ ଏହି ଅଭିଯାନ ଆରମ୍ଭ କରିଛୁ। ଏଥିପାଇଁ ଡ଼ା ପାଟ୍ଟଯୋଶୀଙ୍କୁ ସେ ଧନ୍ୟବାଦ ଦେଇଛନ୍ତି। ପରିଚୟର ବହୁ ସଦସ୍ୟ ଏହି କାର୍ଯକ୍ରମରେ ଉପସ୍ଥିତ ଥିଲେ।
Breaking
ଷ୍ଟ୍ରଙ୍ଗରୁମରେ ପହଁଚିଲା ଇଭିଏମ ଓ ଭିଭିପ୍ୟାଟ ୨୪ ଘଣ୍ଟିଆ ସୁରକ୍ଷା ସହ ସିସିଟିଭି ବ୍ୟବସ୍ଥାସରପଞ୍ଚ ଏବଂ ଶିକ୍ଷକଙ୍କୁ ମିଳିବ ଅବଦୁଲ କାଲାମ ଆୱାର୍ଡ଼ଆଇ ଆଇ ଏମଟି ରେ ଆର୍ଥିକ ବିନିଯୋଗରେ ସମୀକ୍ଷା ଏବଂ ବ୍ୟବସାୟିକ ବିଶ୍ଳେଷଣତା ଉପରେ ଆନ୍ତର୍ଜାତିକ ସମ୍ମିଳନୀଡଲାର ବିଗ୍ବସ୍’ର ନୂତନ ଟେଲିଭିଜନ ବିଜ୍ଞାପନ ଅଭିଯାନ ଆରମ୍ଭଇଞ୍ଜଣା ଜରିପାଟଣା ରାସ୍ତାର ଭିିତ୍ତିପ୍ରସ୍ତର ସ୍ଥାପନ ଓ ମିଶନ ଶକ୍ତି ଗୃହ ଉଦ୍ଘାଟନ