banner
Breaking

ଶିରିଡି ସାଇ ସନ୍ଥ ଜରାଶ୍ରମରେ ଏଲପିଟିମ୍ ପକ୍ଷରୁ ରଜ ମହୋତ୍ସବ

0

ଭୁବନେଶ୍ୱର, : ଓଡିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଲେଡି ପ୍ରୋଟେକ୍ଟ ଟିମ୍ ପକ୍ଷରୁ ରଘୁନାଥପୁର ସ୍ଥିତ ଶିରିଡି ସାଇ ସନ୍ଥ ଜରାଶ୍ରମରେ ରଜ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଲୋକଙ୍କ ଦୁଃଖରେ,ଅସୁବିଧା ସମୟରେ, କରୋନା ମୋହାମାରୀ କାଳରେ ଅସହାୟ ଓ ନିଃସହାୟଙ୍କ ପାଖରେ ପହଞ୍ଚି ସେବା ଯୋଗାଉଥିବା ଏଲ ପି ଟିମର ସଦସ୍ୟମାନେ ଜରାଶ୍ରମର ଅନ୍ତେବାସୀ ବୃଦ୍ଧ ବୃଦ୍ଧା ବାପା,ମାଙ୍କ ସହିତ ରଜ ମହୋତ୍ସବ ଧୁମଧାମରେ ପାଳନ କରିଛନ୍ତି ।

ଏଲପିଟିମ୍ ଓ ସାଇ ସନ୍ଥ ଆଶ୍ରମର ମିଳିତ ସହେଯାଗରେ ଆୟୋଜିତ ଏହି ମହୋତ୍ସବରେ ବିଶିଷ୍ଠ ଅତିଥି ଭାବେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ମେୟର ସୁଲୋଚନା ଦାସ. କର୍ପୋରେଟର ଜୟନ୍ତୀ ସାହୁ, ମୋନାଲିସା ସାହୁ,ଓଡିଶା ମୋ ପରିବାରର ସଦସ୍ୟ ସୁବାସ ଚନ୍ଦ୍ର ପାତ୍ର ,ଆଇନଜୀବୀ ଡ ମଧୁମାଧବ ଜେନା, ପୁର୍ବତନ ଜିଲ୍ଲା ପରିଷଦ କୁନାଲ ରାଉତ, ଭୁବନେଶ୍ୱର ଜିଲା ସମ୍ପାଦକ ପ୍ରସନ କୁମାର ସାହୁ ପ୍ରମୁଖ ଯୋଗଦେଇ ରଜ ମେହୋତ୍ସବକୁ ଉଦଘାନକ କରିଥିଲେ ।

ପ୍ରଥମେ ଶ୍ରୀ ସାଇଙ୍କୁ ଶୋଭାଯାତ୍ରାରେ ନିଆଯାଇ ଝୁଲଣ ବେଦିରେ ସ୍ଥାପନ କରାଯାଇଥିଲା । ଏହାପରେ ଗୀତିକାର ଶରତ ବାରିକ ଓ ତାଙ୍କ ଟିମ ପକ୍ଷରୁ ସାଇ ଭଜନ ପରିବେଶଣ ହୋଇଥିଲା । ପିଲା ମାନଙ୍କ ମଧ୍ୟରେ ଝୋଟି,ପୁଚି,ବେଲୁନ୍ ଫଟା,ଦୌଡି ଡିଆଁ,ପାନ ଭଙ୍ଗା,ଛୁଞ୍ଚିସୂତା,ନାଚଗୀତ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଲପି ଟିମ୍ ଦ୍ୱାରା ରକ୍ତଦାନ ଓ ବୃକ୍ଷ ରୋପଣ ଉପରେ ପ୍ରସ୍ତୁତ ନାଟକ ପରିବେଷଣ କରାଯାଇଥିଲା ।

ଏହି ଅବସରରେ ସମାଜସେବା କ୍ଷେତ୍ରରେ ବିଭିନ୍ନ ଅବଦାନ ପାଇଁ ବାବୁଭାଇ ଟିମର ଅଧ୍ୟକ୍ଷ ପ୍ରଶନ୍ନ କୁମାର ସାହୁ,ଜୟ ଜୟ ଜଗନ୍ନାଥ ପରିବାରର ମୁଖ୍ୟ ଭଗବାନ ଦାସ,ଜଜବାର ଅଧ୍ୟକ୍ଷ ସଫଦର୍ ହାସିମ୍‌,ସାମ୍ବାଦିକ ଗୌରୀ ପ୍ରସାଦ ମୋହାନ୍ତି,ସ୍ୱପ୍ନାଞ୍ଜଳି ମୋହାନ୍ତିଙ୍କୁ ସଂସ୍କୃତି ସୁରକ୍ଷା ସମ୍ମାନ ପ୍ରଦାନ କରାଯିବା ସହ ଉରୀୟ .ଫୁଲତୋଡା ପରିବର୍ତ୍ତେ ପୁଷ୍ପ ଗଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା କାର୍ଯ୍ୟକ୍ରମକୁ ଜରଶ୍ରମର ଟ୍ରଷ୍ଠି ବିଜୟ ପାତ୍ର ,ଏଲପିଟିମର ଉପଦେଷ୍ଟା ସମରେନ୍ଦ୍ର ସାହୁ , ସମ୍ପାଦକ ଅନିରୁଦ୍ଧ ଲେଙ୍କା ଓ ସମସ୍ତ ସଦସ୍ୟ ପରିଚାଳନା କରିଥିଲାବେଳେ ସଭାପତି ରମାକାନ୍ତ ସ୍ୱାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.