banner
Breaking

ଜାଗୁଆର ଲ୍ୟାଣ୍ଡ ରୋଭରର ବାର୍ଷିକ ମୌସୁମୀ ସର୍ଭିସ୍ କ୍ୟାମ୍ପ ଜୁନ୍ ୧୪ରୁ ୧୮

0

ଭୁବନେଶ୍ୱର : ଜାଗୁଆର ଲ୍ୟାଣ୍ଡ ରୋଭର ପକ୍ଷରୁ ଭାରତ ବାର୍ଷିକ ମୌସୁମୀ ସର୍ଭିସ୍ କ୍ୟାମ୍ପ୍ ସମ୍ପର୍କରେ ଘୋଷଣା କରାଯାଇଛି । ଏହା ଗ୍ରାହକଙ୍କ ପାଇଁ ୨୦୨୨ ଜୁନ୍ ୧୪ରୁ ୧୮ ପର୍ଯ୍ୟନ୍ତ ଉପଲବ୍ଧ ହେବ । ଦେଶର ସମସ୍ତ ପ୍ରାଧିକୃତ ରିଟେଲରମାନଙ୍କ ମାଧ୍ୟମରେ ଏହା ଗ୍ରାହକଙ୍କକୁ ଯୋଗାଇ ଦିଆଯିବ । ସର୍ଭିସ୍ କ୍ୟାମ୍ପ୍‌ରେ ଗ୍ରାହକମାନେ ଯାନ ଯାଂଚ୍ ସହିତ ବ୍ରାଣ୍ଡେଡ ସାମଗ୍ରୀ, ଆସେସୋରିଜ ଏବଂ ମୂଲ୍ୟଯୁକ୍ତ ସେବା ଉପରେ ଅଫର ଳାଭ କରିବେ । ପ୍ରଶିକ୍ଷିତ ଜାଗୁଆର ଏବଂ
ଲ୍ୟାଣ୍ଡ ରୋଭର ଟେକ୍ନିସିଆନମାନେ ଆବଶ୍ୟକ ସ୍ଥଳେ ଜାଗୁଆର ଏବଂ ଲ୍ୟାଣ୍ଡ ରୋଭର ଜେନୁଇନ ପାର୍ଟସ ମଧ୍ୟ ଯୋଗାଇଦେବେ ।
ଗ୍ରାହକଙ୍କ ପ୍ରତ୍ୟେକ ଯାତ୍ରାକୁ ସୁରକ୍ଷିତ ଏବଂ ନିରାପଦ କରାଯିବା ପାଇଁ ଏହି କ୍ୟାମ୍ପ୍‌ରେ ୩୨-ପଏଂଟ ଇଲେକ୍ଟ୍ରୋନିକ୍ ଭେଇକିଲ୍ ହେଲଥ୍ ଚେକ ଅପ, ବ୍ରେକ୍ ଏବଂ ୱାଇପର ଚେକ୍‌, ଟାୟାର ଏବଂ ଫ୍ଲୁଇଡ ଲେଭଲ୍ ଚେକ୍ ପ୍ରଦାନ କରାଯିବା ସହିତ ବ୍ୟାଟେରୀ ହେଲଥ୍ ଚେକ୍ କରାଯିବ ।
ଏହି ଅବସରରେ ଜାଗୁଆର ଲ୍ୟାଣ୍ଡ ରୋଭର ଇଣ୍ଡିଆର ସଭାପତି ତଥା
ପରିଚାଳନା ନିର୍ଦ୍ଦେଶକ ରୋହିତ ସୁରୀ କହିଲେ, ଆମର ଗ୍ରାହକଙ୍କୁ ସେବା ଯୋଗାଇବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ । ଏହା ଦ୍ୱାରା ସେମାନଙ୍କ ଯାନବାହନକୁ ଆବଶ୍ୟକ ସେବା ଯୋଗାଇ ଦିଆଯାଇ ଏକ ସୁରକ୍ଷିତ ଏବଂ ଦକ୍ଷ ଡ୍ରାଇଭିଂ ଅଭିଜ୍ଞତା ଉପଲବ୍ଧ କରାଇବ । ଆମର ମୌସୁମୀ ସର୍ଭିସ୍ କ୍ୟାମ୍ପରେ ସମସ୍ତ ଜାଗୁଆର ଏବଂ ଲ୍ୟାଣ୍ଡ ରୋଭର ଯାନ ମାଲିକଙ୍କ ଋତୁକାଳୀନ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଉପଯୁକ୍ତ ସେବା ଯୋଗାଇ ଦିଆଯିବ । ଯାହାଦ୍ୱାରା ସେମାନେ ମାନସିକ ଶାନ୍ତି ପାଇବା ସହିତ ଚିନ୍ତାମୁକ୍ତ ଡ୍ରାଇଭିଂ ଅଭିଜ୍ଞତା ହାସଲ
କରିପାରିବେ । ଚାଉଫର ଥିବା ଗ୍ରାହକଙ୍କ ପାଇଁ, ଏହି କ୍ୟାମ୍ପ୍‌ରେ ଏକ ସ୍ୱତନ୍ତ୍ର କ୍ୟୁରେଟେଡ ଚାଉଫର ଟ୍ରେନିଂ ପ୍ରୋଗ୍ରାମ ମଧ୍ୟ ଉପଲବ୍ଧ କରାଯିବ । ଏହା ମୌସୁମୀରେ ଡ୍ରାଇଭିଂ ଏବଂ ଯାନବାହାନର ରକ୍ଷଣାବେକ୍ଷଣର ସମସ୍ତ ଦିଗ ସମ୍ପର୍କରେ ସଚେତନ କରାଇବ ।
ଏହି ସେବାଗୁଡିକ ପାଇବା ପାଇଁ, ଗ୍ରାହକମାନେ ୨୦୨୨ ଜୁନ୍ ୧୪ ରୁ ୧୮ ମଧ୍ୟରେ ପୂର୍ବାହ୍ନ ୯:୩୦ ରୁ ଅପରାହ୍ନ ୬:୦୦ ମଧ୍ୟରେ ନିକଟତମ ପ୍ରାଧିକୃତ ରିଟେଲରଙ୍କ ସହିତ ଯୋଗାଯୋଗ କରି ଆପଏଂଟ୍‌ମେଂଟ୍ ନେଇ ପାରିବେ ।
ସୂଚନାଯୋଗ୍ୟ,ଭାରତରେ ଜାଗୁଆର ଲ୍ୟାଣ୍ଡ ରୋଭର ରିଟେଲର ନେଟୱାର୍କ ଅହମ୍ମଦାବାଦ, ବେଙ୍ଗାଲୁରୁ (୩), ଭୁବନେଶ୍ୱର, ଚଣ୍ଡିଗଡ଼, ଚେନ୍ନାଇ (୨), କୋଏମ୍ବାଟୁର, ଦିଲ୍ଲୀ, ଗୁରୁଗାଓଁ, ହାଇଦ୍ରାବାଦ, ଇନ୍ଦୋର, ଜୟପୁର, କୋଲକାତା, କୋଚି, କର୍ନାଲ, ଲକ୍ଷ୍ନୌ, ମୁମ୍ବାଇ (୨), ନୋଏଡା, ପୁଣେ, ରାୟପୁର, ସୁରଟ ଏବଂ ବିଜୟୱାଡା ଆଦି ୨୧ ଟି ସହରରେ ରହିଛି ।

Khansweb Solution Bhubaneswar

Leave A Reply

Your email address will not be published.