ବଟକୃଷ୍ଣ ପଣ୍ଡାଙ୍କ ଆଧ୍ୟାତ୍ମିକ କବିତା ସଂକଳନ ନିର୍ମାଲ୍ୟ କଣିକା ଉନ୍ମୋଚିତ
ଭୁବନେଶ୍ୱର – ନୀଳାଦ୍ରି ବିହାର ଠାରେ ପ୍ରତିବର୍ଷ ଭଳି ଶ୍ରୀମଦ୍ ଭାଗବତ ପାରାୟଣ କମିଟି ଦ୍ଵାରା ସ୍ଥାନୀୟ ଦୂର୍ଗାପୂଜା ମଣ୍ଡପ ଠାରେ ଏକାଦଶ ବର୍ଷର ପ୍ରବଚନ କାର୍ଯ୍ୟକ୍ରମ ଅବସରରେ କବି, ଲେଖକ, ସଂଗଠକ ତଥା ସମାଜସେବୀ ବଟକୃଷ୍ଣ ପଣ୍ଡାଙ୍କ ଦ୍ଵାରା ରଚିତ ଆଧ୍ୟାତ୍ମିକ କବିତା ସଂକଳନ ନିର୍ମାଲ୍ୟ କଣିକା ଉନ୍ମୋଚିତ ହୋଇଯାଇଛି।

ଏହି ଅବସରରେ ପ୍ରବଚକ ଅଧ୍ୟାପକ ସନ୍ତୋଷ କୁମାର ସାହୁ, ୧୪ନମ୍ବର ୱାର୍ଡର କର୍ପୋରେଟର ଶ୍ରୀମତୀ ମୋନାଲିସା ସାହୁ, ବରିଷ୍ଠ ଆଇନଜୀବୀ ମନମୋହନ ପଟ୍ଟନାୟକ, ନିଳାଦ୍ରୀ ବିହାର ଯୁବ ଓ ସାଂସ୍କୃତିକ ସଂଘର ସଭାପତି, ସମାଜ ସେବୀ, ଶିକ୍ଷାବିତ ତଥା ପୁସ୍ତକର ପ୍ରକାଶକ ଡ. ପ୍ରକାଶ ଚନ୍ଦ୍ର ପାଣିଗାହୀ , କମିଟିର ଅଧ୍ୟକ୍ଷ ରମେଶ ଚନ୍ଦ୍ର ନାୟକ, ସଭାପତି ସୁକେଶ କୁମାର ମାହାନ୍ତି (ଲିଟୁଭାଇ), ସମ୍ପାଦକ ସୁରେଶ କୁମାର ଦାଶ, ଉପଦେଷ୍ଟା ପ୍ରମୋଦ କୁମାର ପରିଡା ପ୍ରମୁଖ ଅତିଥି ରୂପେ ଯୋଗ ଦେଇ ଅଗଣିତ ଶ୍ରୋତା, ଶୁଭେଚ୍ଛୁ ମାନଙ୍କ ଗହଣରେ ପୁସ୍ତକଟିକୁ ଉନ୍ମୋଚନ କରି ଲେଖକଙ୍କ ଏହି ପ୍ରୟାସକୁ ପ୍ରଶଂସା କରିଥିଲେ।

ଉନ୍ମୋଚନ ଅବସରରେ ଲେଖକ ଆଧ୍ୟାତ୍ମିକ ଜଗତର ମହାକୁମ୍ଭ ମହାମିଳନ ମଞ୍ଚରେ ଏହି ପବିତ୍ର ପୁସ୍ତକ ଉନ୍ମୋଚିତ ହୋଇଥିବାରୁ ସମସ୍ତଙ୍କ ଧନ୍ୟବାଦ ଦେବା ସହ ମୁଁ ସଦା ଚିର ଋଣୀ ହୋଇ ରହିବି ବୋଲି ମତବ୍ୟକ୍ତ କରିବା ସହ ଆଗକୁ ଆହୁରି ଏହିପରି ସଂକଳନ ପ୍ରକାଶ କରାଯିବ ବୋଲି ମତବ୍ୟକ୍ତ କରିଥିଲେ। ଲେଖକଙ୍କ ଏହି ସାଧୁ ଉଦ୍ୟମକୁ ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି।

**mitolyn reviews**
Mitolyn is a carefully developed, plant-based formula created to help support metabolic efficiency and encourage healthy, lasting weight management.