banner
Breaking

୧୭ରୁ ବସ୍ ଧର୍ମଘଟ

0

ଭୁବନେଶ୍ୱର,୫ା୧(ବ୍ୟୁରୋ): ଦାବି ପୂରଣ ନେଇ ନିଖିଳ ଓଡ଼ିଶା ଘରୋଇ ବସ୍‌ ମାଲିକ ସଂଘ ପୁଣି ସରକାରଙ୍କୁ ଚେତାବନୀ ଦେଇଛି। ଆସନ୍ତା ୧୬ ତାରିଖ ସୁଦ୍ଧା ଦାବି ପୂରଣ ନ ହେଲେ ୧୭ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାଜ୍ୟବ୍ୟାପୀ ଘରୋଇ ବସ୍‌ ଚଳାଚଳ ବନ୍ଦ ରହିବ। ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ପକ୍ଷରୁ ସରକାରଙ୍କ ନିକଟରେ ୯ ଦଫା ଦାବି ରଖାଯାଇଛି। ଦାବି ଉପରେ ୪ଟି ପର୍ଯ୍ୟାୟରେ ଆଲୋଚନା କରାଯାଇଛି। ମାତ୍ର ଏ ଦିଗରେ ସରକାର କୌଣସି ପଦକ୍ଷେପ ନେଇନାହାନ୍ତି। ବୁଧବାର ଭୁବନେଶ୍ୱରଠାରେ ସଂଘ କାର୍ଯ୍ୟାଳୟରେ ୫ନମ୍ବର ଜୋନ ଅଧୀନରେ ଥିବା ୧୬ଟି ଆଞ୍ଚଳିକ ବସ୍‌ ମାଲିକ ସଂଘ ଯଥା ଭୁବନେଶ୍ୱର, ଖୋର୍ଦ୍ଧା, ନୟାଗଡ଼, ପୁରୀ, ନିମାପଡ଼ା, ଦଶପଲ୍ଲା, ଲିଙ୍ଗରାଜ, ରାଜଧାନୀ, ଟାଉନବସ୍‌ ଭୁବନେଶ୍ୱର, ଶ୍ରୀକ୍ଷେତ୍ର ପୁରୀ, ରାମଚଣ୍ଡୀ କାକଟପୁର, ସୁନାଖଳା, ନିରାକାରପୁର ବସ୍‌ ମାଲିକ ସଂଘର କର୍ମକର୍ତ୍ତାମାନଙ୍କର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ସରକାରଙ୍କ ବୈମାତୃକ ମନୋଭାବକୁ ନେଇ ବୈଠକରେ ଉଦ୍‌ବେଗ ପ୍ରକାଶ କରାଯାଇଥିଲା। ଦାବି ପୂରଣ ନ ହେଲେ ୧୭ରୁ ବସ୍‌ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି ବୋଲି ସଂଘ ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.