ଭୁବନେଶ୍ୱର, ୪।୧୧(ଓଡ଼ିଆ ନ୍ୟୁଜ): ଦୁର୍ନୀତି ବିରୋଧରେ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଜାରି ରଖିଛନ୍ତି। ଗତ ୨ ମାସରେ ୪୪ଜଣ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କରିଥିବା ବେଳେ ବେଳେ ୧୧ଜଣଙ୍କ ପେନ୍ସନ ସ୍ଥାୟୀ ଭାବରେ ବନ୍ଦ କରାଦେଇଛନ୍ତିି। ୧୦ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ସ୍ବଚ୍ଛତା ବଜାୟ ରଖିବା ଉପରେ ଗୁରୁତ୍ୱ ଦେଇଆସୁଛନ୍ତି। ତେଣୁ ଦୁର୍ନୀତି ବିରୋଧରେ ତାଙ୍କର କଡ଼ା କାର୍ଯ୍ୟାନୁଷ୍ଠାନର ଅଂଶ ସ୍ବରୂପ ମୁଖ୍ୟମନ୍ତ୍ରୀ ସୋମବାର ୬ ଜଣ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କରିବା ସହ ୫ ଜଣଙ୍କ ପେନ୍ସନ ସ୍ଥାୟୀଭାବେ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଚାକିରିରୁ ବରଖାସ୍ତ ହୋଇଥିବା ଅଧିକାରୀମାନେ ହେଲେ ମାଲକାନଗିରି ଜିଲା କୁଡୁମୁଲୁଗୁମ୍ମା ବ୍ଲକ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ରବୀନ୍ଦ୍ର କୁମାର ଦାସ,
ସମ୍ବଲପୁର ଧନକଉଡ଼ା ବ୍ଲକ ପଞ୍ଚାୟତିରାଜ ବିଭାଗର ଜୁନିୟର ଇଞ୍ଜିନିୟର ବୁଦ୍ଧିରାମ ଶୁନିଆନି,
ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ପ୍ରୋଗ୍ରେସ ଆସିଷ୍ଟାଣ୍ଟ ସୁରେଶ ଚନ୍ଦ୍ର ମିଶ୍ର,
ଅନୁଗୋଳ ଜିଲାର ଜଙ୍ଗଲ ବିଭାଗ ଓ୍ବାର୍କିଂ ପ୍ଲାନ୍ ଅଫିସର ଫରେଷ୍ଟ ରେଞ୍ଜ ଅଫିସର ହେମନ୍ତ କୁମାର ପଣ୍ଡା,
ବ୍ରହ୍ମପୁର ପୂର୍ତ୍ତ ବିଭାଗ ଏନ୍ଏଚ୍ ଡିଭିଜନ ସହକାରୀ ନିର୍ବାହୀ ଯନ୍ତ୍ରୀ ପୃଥ୍ବୀରାଜ ଲେଙ୍କା
କେନ୍ଦୁଝର ଜିଲା ହାଟଡିହି ବ୍ଲକ ଜଳ ସମ୍ପଦ ବିଭାଗର ଆସିଷ୍ଟାଣ୍ଟ ଇଞ୍ଜିନିୟର ସୁଶୀଲ କୁମାର ସେଠ।
ସ୍ଥାୟୀଭାବେ ପେନ୍ସନ ବନ୍ଦ ହୋଇଥିବା ୫ ଅଧିକାରୀଙ୍କ ମଧ୍ୟରେ ୩ଜଣ ଅବସରପ୍ରାପ୍ତ ଓଏଏସ୍ ଅଫିସର ରହିଛନ୍ତି। ସେମାନେ ହେଲେ ନବୀନ ସେଠ, ସନାତନ ସେଠୀ ଓ ପୁରନ୍ଦର ପୂଜାରୀ। ଅନ୍ୟ ୨ ଅଧିକାରୀ ହେଲେ ନିରଞ୍ଜନ ଜେନା ଓ ପୀତାମ୍ବର ପ୍ରତିହାରୀ।
Breaking
ଚନ୍ଦ୍ରଶେଖରପୁରରେ ମହାଆଡମ୍ବରରେ ପାଳିତ ହେବ ଶ୍ରୀରାମ ନବମୀ ଉତ୍ସବଓଡିଶାରେ ଡିଜିଟାଲ ମିଡ଼ିଆ ଓନର୍ସ ଆସୋସିଏସନ୍ ଗଠିତ, ଭୁବନେଶ୍ୱର ଠାରେ ଲୋଗୋ ଉନ୍ମୋଚିତ, ସମସ୍ତ ମାଲିକ ଓ ସମ୍ପାଦକ ସାମିଲ ହେବାକୁ ଆହ୍ୱାନକୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛି
