banner
Breaking

ରେଡ୍ ସ୍ୱସ୍ତିକ ସୋସାଇଟି ପକ୍ଷରୁ ଭିନ୍ନକ୍ଷମଙ୍କ ପାଇଁ ପାଣ୍ଠି ସଂଗ୍ରହ ଓ ସାଂସ୍କୃତିକ କାର୍ଯ୍ୟକ୍ରମ

0

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ) : ରେଡ୍ ସ୍ୱସ୍ତିକ ସୋସାଇଟି ଏକ ସ୍ୱୀକୃତିପ୍ରାପ୍ତ ବେସରକାରୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ, ଦୀର୍ଘ ୧୮ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କାମ କରିଆସୁଅଛି । ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ଭିନ୍ନକ୍ଷମ ବ୍ୟକ୍ତିବିଶେଷଙ୍କୁ ସାହାଯ୍ୟ କରିବା ପରି ମହତ୍ ଉଦ୍ଦେଶ୍ୟ ନେଇ ସ୍ଥାନୀୟ ଜୟଦେବ ଭବନଠାରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପାଣ୍ଠି ସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି ।
ଅନୁଷ୍ଠାନର ସଭାପତି ବିଜୟ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶ୍ରୀଧର ପାତ୍ର-ନିର୍ଦ୍ଦେଶକ (ଅର୍ଥ ବିଭାଗ, ନାଲ୍କୋ), ଚାଟାର୍ଡ଼ ରାଜୀବ ସାହୁ, ଲଳିତ ଦାସ (ଭାରତୀୟ ପୋଲିସ୍ ସେବା), ରାମ ପ୍ରସାଦ ପାତ୍ର-ସଭାପତି (ଲାୟନ୍ କ୍ଲବ୍, ଭୁବନେଶ୍ୱର), ବିଷ୍ଣୁ ପ୍ରସାଦ ମିଶ୍ର-ଉପନିର୍ଦ୍ଦେଶକ (ଜିନ୍ଦଲ୍ ଷ୍ଟିଲ୍ ଆଣ୍ଡ ପାୱାର), ଡଃ ନିମାଇଁ ଚରଣ ପରିଜା-ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିମ୍ପ୍ଲି କେୟାର ହସ୍ପିଟାଲ୍), ଡଃ ସ୍ମରଜିତ୍ ପଟ୍ଟନାୟକ-ଚିକିତ୍ସାଳୟ ଉପଦେଷ୍ଟା (ସିମ୍ପ୍ଲି କେୟାର ହସ୍ପିଟାଲ୍), ସୁଚିସ୍ମିତା ପୃଷ୍ଟି-ନିର୍ଦ୍ଦେଶିକା (ମୀନତି ବେହେରା କର୍କଟ ଅନୁଷ୍ଠାନ) ସହ ବହୁ ମାନ୍ୟଗଣ୍ୟ ଅତିଥିମାନେ ଯୋଗଦେଇ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ସାଧୁବାଦ୍ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ସିଲ୍ଭର୍ ଏଜ୍ ଫାଉଣ୍ଡେସନ୍ସର ବୟୋଜ୍ୟେଷ୍ଠ ସଦସ୍ୟମାନେ ମଧ୍ୟ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପରିଶେଷରେ ବିଭିନ୍ନ କଣ୍ଠଶିଳ୍ପୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସମ୍ପାଦକ ତଥା କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଦେବାଶିଷ ପଟ୍ଟନାୟକ ପରିଚାଳନା କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.