banner
Breaking

ପୁରୀରେ ଏପର୍ଯ୍ୟନ୍ତ ମିଳିନାହିଁ ଘରଭଙ୍ଗା । ଆନ୍ଦୋଳନକୁ ଓହ୍ଲାଇଲେ ଲୋକ ଓ ନେତା

0

ପୁରୀ ,୪।୧୧(ଓଡ଼ିଆ ନ୍ୟୁଜ): ମେ’ ୩ ରେ ହୋଇଥିବା ପ୍ରଳୟଙ୍କରୀ ବାତ୍ୟା ‘ଫନୀ’ରେ ପୁରୀ ଜିଲା ବ୍ୟାପକ କ୍ଷତିଗ୍ରସ୍ଥ ହୋଇଥିଲା। ତେବେ ଏହା ଭିତରେ ବାତ୍ୟାକୁ ୬ ମାସ ବିତିଥିଲେ ସୁଦ୍ଧା ଅଧିକାଂଶ କ୍ଷତିଗ୍ରସ୍ତ ପରିବାର ସହାୟତାରୁ ବଞ୍ଚିତ ରହିଛନ୍ତି । ବାରମ୍ବାର ଅଭିଯୋଗ ସତ୍ତ୍ବେ ପ୍ରଶାସନର ନୀରବତାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ସହାୟତା ରାଶି ପ୍ରଦାନରେ ଅନିୟମିତତା ଦେଖାଦେଇଛି। ଯୋଗ୍ୟ ହିତାଧିକାରୀଙ୍କ ବଦଳରେ ଦଳୀୟ ଭିତ୍ତିରେ ଅଯୋଗ୍ୟ ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଛି । ଏ ନେଇ ମଙ୍ଗଳବାର ଜଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଶତାଧିକ କ୍ଷତିଗ୍ରସ୍ତ ପରିବାର ବିକ୍ଷୋଭ ପ୍ରଦର୍ଶନ କରଛନ୍ତି। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ମୁତୟନ ହୋଇଛନ୍ତି। କୌଣସି ଅଘଟଣକୁ ଦୃଷ୍ଟିରେ ରଖି ଆମ୍ବୁଲାନ୍ସ ଓ ଅଗ୍ନିଶମ ଗାଡ଼ି ମଧ୍ୟ ନିୟୋଜିତ କରାଯାଇଛି ।
ଭାଜପାର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଜିଲାପାଳଙ୍କୁ ଭେଟି ଆଲୋଚନା କରିଛନ୍ତି। ଘରଭଙ୍ଗା ସହାୟତାରୁ ବାଦ୍‌ ପଡ଼ିଥିବା ଯୋଗ୍ୟ ଓ ଗରିବ ହିତାଧିକାରୀଙ୍କୁ ଚିହ୍ନଟ କରି ସହାୟତା ପ୍ରଦାନ, ଅଯୋଗ୍ୟ ହିତାଧିକାରୀଙ୍କଠାରୁ ଟଙ୍କା ଫେରସ୍ତ ଓ ନୂତନ ଆବେଦନକୁ ଗ୍ରହଣ କରିବାକୁ ଦାବି କରିଛନ୍ତି। ଏ ନେଇ ଭାଜପା ରାଷ୍ଟ୍ରୀୟ ପ୍ରବକ୍ତା ପାତ୍ର କୁହନ୍ତି, ଜିଲାରେ ଫନୀ ଘରଭଙ୍ଗା ସହାୟତାରେ ବ୍ୟାପକ ଅନିୟମିତତା କରାଯାଇଛି। ଯୋଗ୍ୟ ହିତାଧିକାରୀଙ୍କୁ ବାଦ୍‌ ଦିଆଯାଇ ଅଯୋଗ୍ୟ ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଛି ।

Khansweb Solution Bhubaneswar

Leave A Reply

Your email address will not be published.