ଭୁବନେଶ୍ୱର,(ବ୍ୟୁରୋ):ଘରୋଇ ବସ୍ ଓ ମୋ ବସ୍ରେ ମହିଳା ଯାତ୍ରୀ ଅନେକ ସମୟରେ ଦୁର୍ବ୍ୟବହାରର ଶିକାର ହେଉଛନ୍ତି। ଏ ନେଇ କମିଶନରେଟ ପୋଲିସ ପକ୍ଷରୁ ନିଯୁକ୍ତ ଏସ୍ପିଓମାନେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଅଭିଯୋଗ କରିଥିଲେ। କମିଶନର ମୋ ବସ୍ର ନିର୍ଦ୍ଦେଶକ ଅରୁଣ ବୋଥ୍ରା ଓ ବିଭିନ୍ନ ବସ୍ ମାଲିକ ସଂଘଙ୍କୁ ଡାକି ପୋଲିସ ସେବା ଭବନରେ ଏକ ବୈଠକ କରାଇଥିଲେ। ମହିଳା ଯାତ୍ରୀଙ୍କ ପ୍ରତି କିଭଳି ଉତ୍ତମ ବ୍ୟବହାର ଦିଆଯିବ ସେନେଇ ଆଲୋଚନା କରାଯାଇଥିଲା। ମହିଳା ଏସ୍ପିଓମାନେ ଅଭିଯୋଗ କରିଥିଲେ ଯେ, ବସ୍ ଡ୍ରାଇଭର ଜାଣିଶୁଣି ହଠାତ୍ ବ୍ରେକ୍ ମାରିବା ଦ୍ୱାରା କଣ୍ଡକ୍ଟର ଝିଅଙ୍କ ଉପରେ ପଡିଯାଉଛନ୍ତି। ଏଭଳି ଅଭିଯୋଗରେ ତୁରନ୍ତ ତଦନ୍ତ କରାଯାଇ ଡ୍ରାଇଭରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହାସହ ବସ୍ ମାଲିକ ଓ କଣ୍ଡକ୍ଟରଙ୍କୁ ତାଗିଦ କରାଯିବ ବୋଲି ବୈଠକରେ ଆଲୋଚନା ହୋଇଛି। ଏଭଳି ଦୁର୍ବ୍ୟବହାରକୁ ରୋକିବା ପାଇଁ ମୋ ବସ୍ର ନିର୍ଦ୍ଦେଶକ ଅରୁଣ ବୋଥ୍ରା ସୋସିଆଲ ମିଡିଆରେ ଅଭିଯୋଗ କରିବା ପାଇଁ କହିଛନ୍ତି। ନଚେତ୍ ଏନେଇ ଜାରି କରାଯାଇଥିବା ଟୋଲ ଫ୍ରି ନଂ-୦୬୭୪-୨୫୪୩୫୪୧କୁ ଫୋନ୍ କରିପାରିବେ ଅଥବା ୧୦୦କୁ କଲ କରି ଜଣାଇବେ। ଏହି ଟୋଲ ଫ୍ରି ନମ୍ବର ସବୁ ବସ୍ରେ ଲଗାଯିବ। ଏଣିକି ପୁରୁଷ ଯାତ୍ରୀ ମହିଳା ସିଟରେ ବସିଲେ ଫାଇନ ଦେବାକୁ ପଡ଼ିବ। ଏହାସହ ମୋ ବସ୍ରେ ଥିବା ୭୦ ମହିଳା କଣ୍ଡକ୍ଟରକୁ ଏସ୍ପିଓ ହ୍ବାଟ୍ସଆପ୍ ଗ୍ରୁପରେ ଯୋଡ଼ାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।
Breaking
ଓଡିଶାରେ ଡିଜିଟାଲ ମିଡ଼ିଆ ଓନର୍ସ ଆସୋସିଏସନ୍ ଗଠିତ, ଭୁବନେଶ୍ୱର ଠାରେ ଲୋଗୋ ଉନ୍ମୋଚିତ, ସମସ୍ତ ମାଲିକ ଓ ସମ୍ପାଦକ ସାମିଲ ହେବାକୁ ଆହ୍ୱାନକୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛିଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍
