banner
Breaking

ଓଡ଼ିଶାର ପ୍ରସିଦ୍ଧ ମନ୍ଦିର ବିକାଶ ଦିଗରେ ପାଣ୍ଡିଆନ୍। ତାରାତାରିଣୀଙ୍କ ଦର୍ଶନ କରି ଉନ୍ନତି ପାଇଁ ନିର୍ଦ୍ଦେଶ ଦେଲେ।

0

ଗଞ୍ଜାମ,୩୧।୧(ଓଡ଼ିଆ ନ୍ୟୁଜ): ଓଡ଼ିଶାର ଉନ୍ନତି ପାଇଁ ଦିନରାତି ଏକ କରି ଲାଗିପଡିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟିର ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ। ବିଶେଷ କରି ଓଡ଼ିଆ ମାନଙ୍କର ଧର୍ମୀୟ ଭାବନା ପ୍ରତି ଦୁର୍ବଳତା ରହିଛି। ତେଣୁ ମନ୍ଦିର ମାନଙ୍କର ବିକାଶ ଘଟିଲେ ପାଖାପାଖି ଅଞ୍ଚଳର ଉନ୍ନତି ହେବା ସହିତ ସ୍ଥାନୀୟ ଅଞ୍ଚଳ ବିକାଶ ଧାରାରେ ସାମିଲ ହେବ। ତେଣୁ ୫ଟି ସଚିବ ଓଡ଼ିଶାର ପ୍ରସିଦ୍ଧ ମନ୍ଦିର ଗୁଡିକର ବିକାଶ ପାଇଁ ଲାଗିପଡିଛନ୍ତି । ପୁରୀ, କୋଣାର୍କ, ଲିଙ୍ଗରାଜ, ସମଲେଶ୍ବରୀ ଓ ଚର୍ଚ୍ଚିକା ମନ୍ଦିର ପରେ ଆଜି ଅଚାନକ ଗଞ୍ଜାମ ଜିଲାର ମା’ତାରା ତାରିଣୀଙ୍କ ଦର୍ଶନ ଲାଗି ଶୁକ୍ରବାର ସକାଳେ ଆସି ପହଞ୍ଚିଛନ୍ତି। ସେ ମା’ଙ୍କ ଦର୍ଶନ କରିବା ସହ ମନ୍ଦିରରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ମା’ଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ମାର୍ଚ୍ଚ ୧୦ରୁ ଆରମ୍ଭ ହେଉଥିବାରୁ ତୁରନ୍ତ ସମସ୍ତ କାର୍ଯ୍ୟ ଶେଷ କରିବା, ଯାତ୍ରା ସମୟରେ ଭକ୍ତଙ୍କ ଲାଗି ସମସ୍ତ ପ୍ରକାର ସୁବିଧା ଯୋଗାଇବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ସହ ନୂତନ ଶୈଳୀରେ ମନ୍ଦିର କାର୍ଯ୍ୟର ମାଷ୍ଟର ପ୍ଲାନ ପ୍ରସ୍ତୁତ ଲାଗି ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ମନ୍ଦିରର ପ୍ରତିଷ୍ଠା ପ୍ରତି ମଧ୍ୟ ପଦକ୍ଷେପ ନେବାକୁ କହିଥିଲେ। ତାଙ୍କ ସହିତ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ, ପିଡି ଶିିିଦ୍ଧାର୍ଥ ଶଙ୍କର ସ୍ବାଇଁ, ପୁରୁଷୋତ୍ତମପୁର ତହସିଲଦାର ଅରୁଣ କୁମାର ନାୟକ, ବିଡିଓ ସୀମାଞ୍ଚଳ ମହାନ୍ତି, ପୂର୍ତ୍ତ ବିଭାଗ ନିିର୍ବାହୀ ଯନ୍ତ୍ରୀ ତପନ କୁମାର ପାଣିଗ୍ରାହୀ, ମନ୍ଦିର ନିିର୍ବାହୀ ଅଧିକାରୀ ତିରୁମାଲା କୁମାର ରେଡ୍ଡୀ, ପୂଜକ ବାପୁଜୀ ରଣାଙ୍କ ସମେତ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ଜଳଯୋଗାଣ ବିଭାଗ ଅଧିକାରୀମାନେ ଉପସ୍ଥିତ ଥିଲେ।

Khansweb Solution Bhubaneswar

Leave A Reply

Your email address will not be published.