ଭୁବନେଶ୍ୱର,(ବ୍ୟୁରୋ):ଘରୋଇ ବସ୍ ଓ ମୋ ବସ୍ରେ ମହିଳା ଯାତ୍ରୀ ଅନେକ ସମୟରେ ଦୁର୍ବ୍ୟବହାରର ଶିକାର ହେଉଛନ୍ତି। ଏ ନେଇ କମିଶନରେଟ ପୋଲିସ ପକ୍ଷରୁ ନିଯୁକ୍ତ ଏସ୍ପିଓମାନେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଅଭିଯୋଗ କରିଥିଲେ। କମିଶନର ମୋ ବସ୍ର ନିର୍ଦ୍ଦେଶକ ଅରୁଣ ବୋଥ୍ରା ଓ ବିଭିନ୍ନ ବସ୍ ମାଲିକ ସଂଘଙ୍କୁ ଡାକି ପୋଲିସ ସେବା ଭବନରେ ଏକ ବୈଠକ କରାଇଥିଲେ। ମହିଳା ଯାତ୍ରୀଙ୍କ ପ୍ରତି କିଭଳି ଉତ୍ତମ ବ୍ୟବହାର ଦିଆଯିବ ସେନେଇ ଆଲୋଚନା କରାଯାଇଥିଲା। ମହିଳା ଏସ୍ପିଓମାନେ ଅଭିଯୋଗ କରିଥିଲେ ଯେ, ବସ୍ ଡ୍ରାଇଭର ଜାଣିଶୁଣି ହଠାତ୍ ବ୍ରେକ୍ ମାରିବା ଦ୍ୱାରା କଣ୍ଡକ୍ଟର ଝିଅଙ୍କ ଉପରେ ପଡିଯାଉଛନ୍ତି। ଏଭଳି ଅଭିଯୋଗରେ ତୁରନ୍ତ ତଦନ୍ତ କରାଯାଇ ଡ୍ରାଇଭରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହାସହ ବସ୍ ମାଲିକ ଓ କଣ୍ଡକ୍ଟରଙ୍କୁ ତାଗିଦ କରାଯିବ ବୋଲି ବୈଠକରେ ଆଲୋଚନା ହୋଇଛି। ଏଭଳି ଦୁର୍ବ୍ୟବହାରକୁ ରୋକିବା ପାଇଁ ମୋ ବସ୍ର ନିର୍ଦ୍ଦେଶକ ଅରୁଣ ବୋଥ୍ରା ସୋସିଆଲ ମିଡିଆରେ ଅଭିଯୋଗ କରିବା ପାଇଁ କହିଛନ୍ତି। ନଚେତ୍ ଏନେଇ ଜାରି କରାଯାଇଥିବା ଟୋଲ ଫ୍ରି ନଂ-୦୬୭୪-୨୫୪୩୫୪୧କୁ ଫୋନ୍ କରିପାରିବେ ଅଥବା ୧୦୦କୁ କଲ କରି ଜଣାଇବେ। ଏହି ଟୋଲ ଫ୍ରି ନମ୍ବର ସବୁ ବସ୍ରେ ଲଗାଯିବ। ଏଣିକି ପୁରୁଷ ଯାତ୍ରୀ ମହିଳା ସିଟରେ ବସିଲେ ଫାଇନ ଦେବାକୁ ପଡ଼ିବ। ଏହାସହ ମୋ ବସ୍ରେ ଥିବା ୭୦ ମହିଳା କଣ୍ଡକ୍ଟରକୁ ଏସ୍ପିଓ ହ୍ବାଟ୍ସଆପ୍ ଗ୍ରୁପରେ ଯୋଡ଼ାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।

Breaking
ଓଡ଼ିଶାରେ ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନଫାଇନାଲରେ ମହିଳା କ୍ରିକେଟ ଦଳ, ଭାରତର ବଢିଲା ପଦକ ସଂଖ୍ୟାଭୁବନେଶ୍ୱରରେ ଏକ୍ସକ୍ଲୁସିଭ ମେନ୍ସୱେର ବ୍ରାଣ୍ଡ ସକ୍ସେସର ଭାରତର ସର୍ବବୃହତ ଆଉଟଲେଟ ଉଦ୍ଘାଟିତମୋବିଲ୍ ୧ଟିଏମ ରେଡ ବୁଲ କେଟିଏମ ଫ୍ୟାକ୍ଟୋରି ରେସିଂ ଟିମକୁ ସହଯୋଗ କରି ପ୍ରଥମ ମୋଟୋ ଜିପି ଟିଏମ ଭାରତର ଶୁଭାରମ୍ଭ କରିଛିଗ୍ୟାସ ସିଲିଣ୍ଡର ଉପରେ ୨୦୦ ରିହାତି