banner
Breaking

ଦଶମ ଶ୍ରେଣୀ ପାଠରେ ସାମିଲ ହେବ ସଡକ ସୁରକ୍ଷା।

0

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ): ଏଣିକି ଦଶମ ଶ୍ରେଣୀ ପାଠ୍ୟକ୍ରମରେ ଛାତ୍ରୀଛାତ୍ରମାନେ ସଡ଼କ ସୁରକ୍ଷା ସମ୍ପର୍କିତ ବିଷୟ ପଢ଼ିବେ। ଆଗାମୀ ଶିକ୍ଷାବର୍ଷରୁ ୧୦ମ ପାଠ୍ୟକ୍ରମରେ ଏହା ରଖାଯିବ। ତେବେ ବିଷୟବସ୍ତୁ କିପରିି ହେବ, ସେ ନେଇ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବ ବୋଲି ବୁଧବାର ପରିବହନ କମିଶନର ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି।

ପ୍ରକାଶ ଯେ, ରାଜ୍ୟରେ ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଲୋକମାନଙ୍କୁ ବିଭିନ୍ନ ଉପାୟରେ ସଚେତନ କରାଯାଉଛି। ସିଟ୍‌ବେଲ୍ଟ ବାନ୍ଧିବା, ଗାଡ଼ି ଚଳାଇବା ସମୟରେ କି କି ସତର୍କତା ଅବଲମ୍ବନ କରିବେ, ହେଲମେଟ୍‌ର ବ୍ୟବହାର, ଗାଡ଼ିର ବେଗ, ଗାଡିରେ କେତେ ଜଣ ବସିବେ ଆଦି ବିଷୟରେ ଲୋକମାନଙ୍କୁ ବୁଝାଯାଉଛି। ଏହି କ୍ରମରେ ଛାତ୍ରୀଛାତ୍ରମାନେ ମଧ୍ୟ ସଜାଗ ରହିବାକୁ ଗଣଶିକ୍ଷା ବିଭାଗ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି।

Khansweb Solution Bhubaneswar

Leave A Reply

Your email address will not be published.