banner
Breaking

ଆଇପିଏସ୍ ସ୍ତରରେ ଅଦଳବଦଳ

1

ଭୁବନେଶ୍ୱର : ରାଜ୍ୟ ସରକାର ଆଇପିଏସ୍‌ସ୍ତରରେ ଗୁରୁବାର ଏକ ବଡ଼ଧରଣର ଅଦଳବଦଳ କରିଛନ୍ତି। ଏପରିକି ୫ ଜିଲାରେ ନୂଆ ଏସ୍‌ପିଙ୍କୁ ନିଯୁକ୍ତି ଦିଆଯାଇଛି। ଏ ନେଇ ଗୃହ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି।

ବିଜ୍ଞପ୍ତି ଅନୁଯାୟୀ, ୧୯୮୯ ବ୍ୟାଚ୍‌ ଆଇପିଏସ୍‌ ଅମ୍ରିତ ମୋହନ ପ୍ରସାଦଙ୍କୁ ମାନବାଧିକାର ସୁରକ୍ଷା ସେଲର ସ୍ବତନ୍ତ୍ର ଡିଜି ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ୧୯୯୦ ବ୍ୟାଚ୍‌ ଆଇପିଏସ୍‌ ଅଫିସର ରେଳବାଇ ଓ ଉପକୂଳ ସୁରକ୍ଷା ସ୍ବତନ୍ତ୍ର ଡିଜି ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ଡିଜି ସହ ସିଭିଲ ଡିଫେନ୍ସ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ୧୯୯୫ ବ୍ୟାଚ୍‌ ଆର.କେ. ଶର୍ମାଙ୍କୁ ଆଇନଶୃଙ୍ଖଳାରୁ ହଟାଇ ଅତିରିକ୍ତ ଡିଜିପି ମୁଖ୍ୟାଳୟ ଭାବେ ବଦଳି କରାଯାଇଥିବା ବେଳେ ୧୯୯୭ ବ୍ୟାଚ୍‌ ସଞ୍ଜୟ କୁମାରଙ୍କୁ ଆଇନଶୃଙ୍ଖଳା ଅତିରିକ୍ତ ଡିଜି ସହ କମ୍ୟୁନିକେସନ୍‌ ଅତିରିକ୍ତ ଡିଜିପି ଭାବେ ବଦଳି କରାଯାଇଛି ।

ସେହିପରି ୧୯୯୮ ବ୍ୟାଚ୍‌ ଆଇପିଏସ ଅଫିସର ତଥା ଅତିରିକ୍ତ ଡିଜି ଅପରେସନ୍‌ ଦାୟିତ୍ୱରେ ଥିବା ଅମିତାଭ ଠାକୁରଙ୍କୁ ପରିବହନ କମିଶନର ଭାବେ ବଦଳି କରାଯାଇଛି । ୧୯୯୮ ବ୍ୟାଚ୍‌ ଆଇପିଏସ୍‌ ଅଫିସର ସୁରେଶ ଦେବଦତ୍ତ ସିଂହଙ୍କୁ ଅତିରିକ୍ତ ଡିଜି ଅପରେସନ୍‌ ଭାବେ ବଦଳି କରାଯାଇଥିବା ବେଳେ ୧୯୯୮ ବ୍ୟାଚ୍‌ ଆଇପିଏସ ଅଫିସର ଦୟାଲ ଗଙ୍ଗୱାରଙ୍କୁ ରେଳବାଇ ଓ ଉପକୂଳ ସୁରକ୍ଷା ଅତିରିକ୍ତ ଡିଜି, ୧୯୯୮ ବ୍ୟାଚ୍‌ ଆଇପିଏସ ରାଜେଶ କୁମାରଙ୍କୁ ଏଡିଜି ଆଧୁନିକୀକରଣ ଭାବେ ଅବସ୍ଥାପିତ କରାଯାଇଛି ।

୨୦୦୨ ବ୍ୟାଚ୍‌ ଆଇପିଏସ୍‌ ଅଫିସର ତଥା କେନ୍ଦ୍ରାଞ୍ଚଳ ଆଇଜି ଥିବା ନରସିଂହ ଭୋଳଙ୍କୁ ଅବକାରୀ କମିଶନର ଭାବେ ବଦଳି କରାଯାଇଥିବା ବେଳେ୨୦୦୪ ବ୍ୟାଚ୍‌ ଆଇପିଏସ୍‌ ଆଶୀଷ ସିଂଙ୍କୁ କେନ୍ଦ୍ରାଞ୍ଚଳ ଆଇଜି ଓ ରାଜ୍ୟ ଫୋରେନ୍ସିକ ସାଇନ୍ସ ଲ୍ୟାବର ଆଇଜି ଭାବେ ନିଯୁକ୍ତ କରାଯାଇଛି। ୨୦୦୭ ବ୍ୟାଚ୍‌ ଆଇପିଏସ୍‌ ଅଫିସର ରାଜେଶ ପଣ୍ଡିତଙ୍କୁ ରାଜ୍ୟ ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ଭାବେ ବଦଳି କରାଯାଇଛି। ୨୦୦୯ ବ୍ୟାଚ ଆଇପିଏସ୍‌ ଅଖିଳେଶ୍ୱର ସିଂଙ୍କୁ ସ୍ପେଶାଲ ଇଣ୍ଟେଲିଜେନ୍ସ ୱିଙ୍ଗ ଡିଆଇଜି ଭାବେ ନିଯୁକ୍ତ କରାଯାଇଛି। ସେହିପରି ୨୦୦୯ ବ୍ୟାଚ୍‌ ଆଇପିଏସ୍‌ ଅଫିସର ସି.ଏସ୍‌ ମୀନାଙ୍କୁ କୋରାପୁଟ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ଭାବେ ବଦଳି କରାଯାଇଛି।

ଏପରିକି କେନ୍ଦୁଝର ଏସ୍‌ପି ମିତ୍ରଭାନୁ ମହାପାତ୍ରଙ୍କୁ ରାଉରକେଲା ଏସ୍‌ପି ଭାବେ ବଦଳି କରାଯାଇଥିବା ବେଳେ ସମ୍ବଲପୁର ଏସ୍‌ପି ବି. ଗଙ୍ଗାଧରଙ୍କୁ ମୟୂରଭଞ୍ଜ ଏସ୍‌ପି ଭାବେ ନିଯୁକ୍ତି କରାଯାଇଛି। ରାଉରକେଲା ଏସ୍‌ପି ମୁକେଶ କୁମାର ଭାମୋଙ୍କୁ ସମ୍ବଲପୁର ଏସ୍‌ପି ଭାବେ ବଦଳି କରାଯାଇଥିବା ବେଳେ ବଲାଙ୍ଗୀର ଏସ୍‌ପି କୁସାଲକାର ନିତିନ୍‌ ଦାଗଡୁଙ୍କୁ କେନ୍ଦୁଝର ଏସ୍‌ପି ଓ ୨୦୧୬ ବ୍ୟାଚ୍‌ ଆଇପିଏସ୍‌ ଖିଲାରୀ ରିଷିକେଶଙ୍କୁ ବଲାଙ୍ଗୀର ଏସ୍‌ପି ଭାବେ ନିଯୁକ୍ତ କରାଯାଇଛି ।

Khansweb Solution Bhubaneswar
1 Comment
  1. mitolyn reviews says

    **mitolyn reviews**

    Mitolyn is a carefully developed, plant-based formula created to help support metabolic efficiency and encourage healthy, lasting weight management.

Leave A Reply

Your email address will not be published.