banner
Breaking

ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ

0

ଭୁବନେଶ୍ୱର,୧୩ା୫-: ଶେଷରେ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱନ୍ଦ୍ୱ ଦୂର କରିଛି। ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ବାର୍ଷିକ ପରୀକ୍ଷା ଓ କ୍ୱାର୍ଟର ଏଣ୍ଡ୍‌ ପରୀକ୍ଷା ଆଧାରରେ ରେଜଲ୍ଟ ପ୍ରକାଶ ପାଇବ। କ୍ବାର୍ଟର ଏଣ୍ଡ ମାର୍କ ମିଶି ଫାଇନାଲ ରେଜଲ୍ଟ ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏକ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି। ବାର୍ଷିକ ପରୀକ୍ଷାରୁ ୮୦ ପ୍ରତିଶତ ମାର୍କ ଏବଂ କ୍ୱାର୍ଟର ଏଣ୍ଡ ପରୀକ୍ଷାର ୨୦ ପ୍ରତିଶତ ମିଶି ରେଜଲ୍ଟ ପ୍ରକାଶ ହେବ। ପୂର୍ବରୁ ଦେଇଥିବା ୩ଟି କ୍ୱାର୍ଟର ଏଣ୍ଡ ପରୀକ୍ଷାରୁ ବେଷ୍ଟ ଅଫ୍‌ ଟୁ ବା ଶ୍ରେଷ୍ଠ ଦୁଇଟି ପରୀକ୍ଷା ମାର୍କରୁ ୨୦ ପ୍ରତିଶତ ମାର୍କ ମିଶାଇ ରେଜଲ୍ଟ ପ୍ରକାଶ କରିବାକୁ ସିଏସଚ୍‌ଏସ୍‌ଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ତେବେ ଯେଉଁ ଛାତ୍ରୀଛାତ୍ର କ୍ବାର୍ଟର ଏଣ୍ଡ ପରୀକ୍ଷା ଦେଇ ନାହାନ୍ତି ସେମାନଙ୍କୁ ବାର୍ଷିକ ପରୀକ୍ଷା ପ୍ରଦର୍ଶନ ଆଧାରରେ ମାର୍କ ମିଳିବ ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି।

Khansweb Solution Bhubaneswar

Leave A Reply

Your email address will not be published.