ରେକର୍ଡ ଭାଙ୍ଗିଲା ପଠାନ
ନୂଆଦିଲ୍ଲୀ: ସୁପରଷ୍ଟାର ଶାହାରୁଖ୍ ଖାନ୍ ଏବଂ ଦୀପିକା ପାଦୁକୋନ୍ ଅଭିନୀତ ଚଳଚ୍ଚିତ୍ର ‘ପଠାନ’ ଗ୍ଲୋବାଲ ବକ୍ସ ଅଫିସ୍ରେ ରେକର୍ଡ ସୃଷ୍ଟି କରିଛି। ଦୁଇ ଦିନରେ ଏହାର ଆୟ ୨୧୯.୬ କୋଟି ଟଙ୍କାରେ ପହଞ୍ଚତ୍ଥିବା ଚଳଚ୍ଚିତ୍ର ପ୍ରଯୋଜକ ଘୋଷଣା କରିଛନ୍ତି। ପ୍ରଡକ୍ଶନ ହାଉସ ୟାଶ ରାଜ ଫିଲ୍ମସ୍ର ସୂଚନା ଅନୁଯାୟୀ ଚଳଚ୍ଚିତ୍ର ରିଲିଜ୍ ହେବା ଦିନ ବିଶ୍ୱବ୍ୟାପୀ ୧୦୬ କୋଟି ଆୟ ହୋଇଥିବାବେଳେ ଦ୍ୱିତୀୟ ଦିନରେ ଆୟ ହୋଇଛି ୧୧୩.୬ କୋଟି। ଘରୋଇ ବଜାରରେ ଦ୍ୱିତୀୟ ଦିନର ମୋଟ ଆୟ ୭୦.୫ କୋଟି ରହିଛି। ହିନ୍ଦୀ ଭର୍ସନରୁ ୬୮ କୋଟି ମିଳିଥିବାବେଳେ ଡବ୍ ହୋଇଥିବା ଫର୍ମାଟରୁ ଅତିରିକ୍ତ ୨.୫ କୋଟି ଟଙ୍କା ଆୟ ହୋଇଛି। ବୁଧବାର ପଠାନ ହିନ୍ଦୁ ସମେତ ତାମିଲ ଏବଂ ତେଲୁଗୁ ଭାଷାରେ ମୁକ୍ତିଲାଭ କରିଥିଲା। ଗୋଟିଏ ଦିନରେ ଆୟ ୭୦ କୋଟି ଟପିବାରେ ଏହା ପ୍ରଥମ ହିନ୍ଦୀ ଚଳଚ୍ଚିତ୍ର। ଅନ୍ତର୍ଜାତୀୟ ବଜାରରେ ଚଳଚ୍ଚିତ୍ର ୩୦.୭୦ କୋଟି ଆୟ କରିଥିବା ଜଣାପଡ଼ିଛି।

**mitolyn**
Mitolyn is a carefully developed, plant-based formula created to help support metabolic efficiency and encourage healthy, lasting weight management.