ଭୁବନେଶ୍ୱର : ରାଜ୍ୟସ୍ତରୀୟ ଦିଲ୍ଲୀପ ରାୟ ଜୟନ୍ତୀ କମିଟି ପକ୍ଷରୁ ବିଶିଷ୍ଟ ରାଜନେତା, ମେ ଫେୟାର ପ୍ରତିଷ୍ଠାତା ତଥା ବିଶିଷ୍ଟ ଶିଳ୍ପପତି ଦିଲ୍ଲୀପ ରାୟଙ୍କ ୬୯ ତମ ଜୟନ୍ତୀ ଉତ୍ସବ ହୋଟେଲ ମେ ଫେୟାର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମହିଳା ସଶକ୍ତୀକରଣ ଓ ଗଣମାଧ୍ୟମ ଶୀର୍ଷକ ଆଲୋଚନାଚକ୍ରରେ ମହିଳାମାନେ ବ୍ୟକ୍ତିଗତ, ପାରିବାରିକ, ସାମାଜିକ, ଶିକ୍ଷାଗତ, ରାଜନୈତିକ ଓ ଆର୍ଥିକ କ୍ଷେତ୍ରରେ ସଶକ୍ତ ହେବାର ଆବଶ୍ୟକତା ରହିଛି । ଏବଂ ମହିଳା ସଶକ୍ତୀକରଣ ପାଇଁ ବ୍ୟକ୍ତିବିଶେଷ, ପରିବାର, ସମାଜ, ସରକାର ଓ ସାମାଜିକ ଅନୁଷ୍ଠାନ ବିଶେଷକରି ଗଣମାଧ୍ୟମର ପ୍ରମୁଖ ଭୂମିକା ରହିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।

ଜୟନ୍ତୀ ସମାରୋହକୁ ମୟୁରଭଞ୍ଜ ମହାରାଣୀ ରଶ୍ମି ରାଜଲକ୍ଷ୍ମୀ ଭଞ୍ଜଦେଓ ଉଦଘାଟନ କରି କହିଥିଲେ ଯେ ପ୍ରଥମେ ପାରିବାରିକ ସ୍ତରରେ ମହିଳାମାନେ ସଶକ୍ତ ହେବା ଆବଶ୍ୟକ । ମହିଳା ମାନଙ୍କୁ ଆତ୍ମନିର୍ଭରଶୀଳ କରିବାକୁ ହେଲେ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ସେ ସମ୍ବଦ୍ଧୀୟ ପାଠ୍ୟକ୍ରମ ରଖାଯାଇ ପର୍ଯ୍ୟାପ୍ତ ପରିମାଣରେ ସୁବିଧା ସୁଯୋଗ ଦିଆଯିବା ଉଚିତ । ମହିଳା ସଶକ୍ତୀକରଣ ପାଇଁ ପରିବାର, ସମାଜ, ସରକାର, ସାମାଜିକ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ବିଶେଷକରି ଗଣମାଧ୍ୟମର ସାହାଯ୍ୟ ସହଯୋଗର ଆବଶ୍ୟକତା ରହିଛି । ମୁଖ୍ୟ ଅତିଥି ଭାବେ ଏନ୍ଡି ଟିଭି ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶିକା ନିଧି କୁଲ୍ପତି ଯୋଗଦେଇ ଓଡିଶାର କଳା, ସଂସ୍କୃତି, ପରମ୍ପରା, ଐତିହ୍ୟ ଓ ହକି ବିଶ୍ୱକପ୍ ଆୟୋଜନକୁ ପ୍ରଶଂସା କରିଥିଲେ । ସାମାଜିକ ସ୍ତରରେ ମହିଳାମାନେ ସଶକ୍ତ ହେବା ଉପରେ ଗୁରୁତ୍ୱାରୋପ କରିଥିଲେ । ମୁଖ୍ୟବକ୍ତା ମେୟର ସୁଲୋଚନା ଦାସ ଓଡିଶା ମହିଳା ସଶକ୍ତୀକରଣ କ୍ଷେତ୍ରରେ ବହୁ ଉର୍ଦ୍ଧ୍ୱରେ ରହିଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ମିଶନ ଶକ୍ତି ମାଧ୍ୟମରେ ୭୦ ଲକ୍ଷରୁ ଉର୍ଦ୍ଧ୍ୱ ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବା ସହିତ ସେମାନଙ୍କୁ ରୋଜଗାରକ୍ଷମ କରାଯାଇଛି ବୋଲି କହିଥିଲେ । ବରିଷ୍ଠ ରାଜନେତା ଡା ଦାମୋଦର ରାଉତ କହିଥିଲେ ବିଜୁ ପଟ୍ଟନାୟକ ପ୍ରଥମେ ମହିଳାଙ୍କୁ ଆଗକୁ ନବାକୁ ଚେଷ୍ଟା କରିଥିଲେ । ରାଜନୈତିକ କ୍ଷେତ୍ରକୁ ମହିଳାମାନେ ଆସିବା ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଥିଲେ ।
କମିଟିର ସଭାପତି ସୁଶୀଲ ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ଦିଲ୍ଲୀପ ରାୟଙ୍କ ରାଜନୈତିକ ସଚିବ ଦୁର୍ଗାପ୍ରସାଦ ମହାନ୍ତି ସ୍ୱାଗତ ଭାଷଣ ରଖିଥିଲେ । ଏହି ଅବସରରେ ସମାଜସେବୀ ଚିରଞ୍ଜନ ଦାସଙ୍କୁ ସମାଜସେବା କ୍ଷେତ୍ରରେ ସମ୍ବର୍ଦ୍ଧିତ କରାଯାଇଥିଲା । କମିଟିର ସଦସ୍ୟ ସମରେନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଅପରପକ୍ଷେ ଆଜି ସକାଳୁ ପୁରୀ ଠାରେ ଗୌତମ ରାୟଙ୍କ ନେତୃତ୍ୱରେ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଦିଲ୍ଲୀପ ରାୟଙ୍କ ଦୀର୍ଘାୟୁ କାମନା କରି ଶହ ଶହ ଦୀପଦାନ କରାଯାଇଥିଲା । ରାଜ୍ୟସ୍ତରୀୟ ଜୟନ୍ତୀ କମିଟି ପକ୍ଷରୁ ଦିନସାରା ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ୟଥ ଭଏସ୍ ପକ୍ଷରୁ ମଶ୍ୱେର ଠାରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ୧୦୭ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏଥିରେ ଉତ୍ତର ବିଧାୟକ ସୁଶାନ୍ତ ରାଉତ, ମୟରଭଞ୍ଜ ରାଜା ଓ ରାଣୀ ଅତିଥି ଭାବେ ଯୋଗଦାନ କରିଥିଲେ ।
Breaking
ଓଡିଶାରେ ଡିଜିଟାଲ ମିଡ଼ିଆ ଓନର୍ସ ଆସୋସିଏସନ୍ ଗଠିତ, ଭୁବନେଶ୍ୱର ଠାରେ ଲୋଗୋ ଉନ୍ମୋଚିତ, ସମସ୍ତ ମାଲିକ ଓ ସମ୍ପାଦକ ସାମିଲ ହେବାକୁ ଆହ୍ୱାନକୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛିଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍
