banner
Breaking

ବାରବାଟୀରେ ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ

0

କଟକ : ଆସନ୍ତା ୧୧ ତାରିଖରେ ବାରବାଟୀରେ ଅନୁଷ୍ଠିତ ହେବ ପୁରୁଷ ହକି ବିଶ୍ୱକପ୍‌ର ଉଦ୍‌ଘାଟନୀ ଉତ୍ସବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ତେବେ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ। ଏଥିଲାଗି ୫-ଟି ସଚିବ ଭି.କେ. ପାଣ୍ଡିଆନ୍‌ ସୋମବାର ବାରବାଟୀ ଷ୍ଟାଡିୟମରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିଥିଲେ। ପ୍ରଥମେ ଖେଳପଡ଼ିଆରେ ପହଞ୍ଚତ୍ ମୁଖ୍ୟମନ୍ତ୍ରୀଙ୍କ ବସିବା ସ୍ଥାନ ପରଖିଥିଲେ। ଏହାପରେ ଷ୍ଟେଜ ନିକଟକୁ ଯାଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ଦାୟିତ୍ୱରେ ଥିବା ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲାପାଳ ଭବାନୀ ଶଙ୍କର ଚୟନୀ, କ୍ରୀଡ଼ା ସଚିବ ବିନିଲ କ୍ରିଷ୍ଣା, ସିଏମ୍‌ସି କମିଶନର ନିଖିଲ ପୱନ କଲ୍ୟାଣ, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ବ୍ୟବସ୍ଥା ବିଷୟରେ ସଚିବ ପାଣ୍ଡିଆନ୍‌ଙ୍କ ସହ ଆଲୋଚନା କରିଥିଲେ। କେବଳ ସ୍ବୀକୃତିପ୍ରାପ୍ତ ବ୍ୟକ୍ତିମାନେ ଯେପରି ଷ୍ଟେଜ ନିକଟକୁ ଆସିବେ ସେଥିପ୍ରତି ଗୁରୁତ୍ୱ ଦେବା ସହ ଆମନ୍ତ୍ରିତ ଅତିଥିମାନଙ୍କର କୌଣସି ଅସୁବିଧା ନ ହେଉ ବୋଲି ସେ କହିଥିଲେ। ଷ୍ଟାଡିୟମରୁ ବାହାରିବା ସମୟରେ ପାଣ୍ଡିଆନ ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସ, ମେୟର ସୁବାସ ସିଂ, ବିଧାୟକ ସୌଭିକ ବିଶ୍ୱାଳ, ଚନ୍ଦ୍ରସାରଥି ବେହେରା ପ୍ରମୁଖଙ୍କ ସହ ଆଲୋଚନା କରିଥିଲେ। ହକି ପାଇଁ ସହରର ହୋଇଥିବା ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଲୋକଙ୍କୁ ବେଶ୍‌ ପସନ୍ଦ ଆସୁଛି ବୋଲି ମେୟର ଓ ବିଧାୟକ ତାଙ୍କୁ ଅବଗତ କରାଇଥିଲେ। ଏହି ଅବସରରେ ପାଣ୍ଡିଆନ୍‌ କହିଥିଲେ, କଟକ ସହରକୁ ସୁନ୍ଦର ଭାବେ ସଜାଯାଇଛି। ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ବେଶ୍‌ ଭଲ ଦେଖାଯାଉଛି ବୋଲି ସେ କହିଥିଲେ। ଏହି ଅବସରରେ ସିଡିଏ ଅଧ୍ୟକ୍ଷ ଅନିଲ ସାମଲ, ଓସିଏ ସମ୍ପାଦକ ସଞ୍ଜୟ ବେହେରା, ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ଡିସିପି ପିନାକ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Khansweb Solution Bhubaneswar

Leave A Reply

Your email address will not be published.