banner
Breaking

ରାଜ୍ୟସ୍ତରୀୟ ଦିଲ୍ଲୀପ ରାୟ ୬୯ତମ ଜୟନ୍ତୀ ଉତ୍ସବ

ସାମାଜିକ ସ୍ତରରେ ମହିଳା ସଶକ୍ତ ହେବା ଆବଶ୍ୟକ

0

ଭୁବନେଶ୍ୱର : ରାଜ୍ୟସ୍ତରୀୟ ଦିଲ୍ଲୀପ ରାୟ ଜୟନ୍ତୀ କମିଟି ପକ୍ଷରୁ ବିଶିଷ୍ଟ ରାଜନେତା, ମେ ଫେୟାର ପ୍ରତିଷ୍ଠାତା ତଥା ବିଶିଷ୍ଟ ଶିଳ୍ପପତି ଦିଲ୍ଲୀପ ରାୟଙ୍କ ୬୯ ତମ ଜୟନ୍ତୀ ଉତ୍ସବ ହୋଟେଲ ମେ ଫେୟାର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମହିଳା ସଶକ୍ତୀକରଣ ଓ ଗଣମାଧ୍ୟମ ଶୀର୍ଷକ ଆଲୋଚନାଚକ୍ରରେ ମହିଳାମାନେ ବ୍ୟକ୍ତିଗତ, ପାରିବାରିକ, ସାମାଜିକ, ଶିକ୍ଷାଗତ, ରାଜନୈତିକ ଓ ଆର୍ଥିକ କ୍ଷେତ୍ରରେ ସଶକ୍ତ ହେବାର ଆବଶ୍ୟକତା ରହିଛି । ଏବଂ ମହିଳା ସଶକ୍ତୀକରଣ ପାଇଁ ବ୍ୟକ୍ତିବିଶେଷ, ପରିବାର, ସମାଜ, ସରକାର ଓ ସାମାଜିକ ଅନୁଷ୍ଠାନ ବିଶେଷକରି ଗଣମାଧ୍ୟମର ପ୍ରମୁଖ ଭୂମିକା ରହିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।

ଜୟନ୍ତୀ ସମାରୋହକୁ ମୟୁରଭଞ୍ଜ ମହାରାଣୀ ରଶ୍ମି ରାଜଲକ୍ଷ୍ମୀ ଭଞ୍ଜଦେଓ ଉଦଘାଟନ କରି କହିଥିଲେ ଯେ ପ୍ରଥମେ ପାରିବାରିକ ସ୍ତରରେ ମହିଳାମାନେ ସଶକ୍ତ ହେବା ଆବଶ୍ୟକ । ମହିଳା ମାନଙ୍କୁ ଆତ୍ମନିର୍ଭରଶୀଳ କରିବାକୁ ହେଲେ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ସେ ସମ୍ବଦ୍ଧୀୟ ପାଠ୍ୟକ୍ରମ ରଖାଯାଇ ପର୍ଯ୍ୟାପ୍ତ ପରିମାଣରେ ସୁବିଧା ସୁଯୋଗ ଦିଆଯିବା ଉଚିତ । ମହିଳା ସଶକ୍ତୀକରଣ ପାଇଁ ପରିବାର, ସମାଜ, ସରକାର, ସାମାଜିକ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ବିଶେଷକରି ଗଣମାଧ୍ୟମର ସାହାଯ୍ୟ ସହଯୋଗର ଆବଶ୍ୟକତା ରହିଛି । ମୁଖ୍ୟ ଅତିଥି ଭାବେ ଏନ୍‌ଡି ଟିଭି ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶିକା ନିଧି କୁଲ୍‌ପତି ଯୋଗଦେଇ ଓଡିଶାର କଳା, ସଂସ୍କୃତି, ପରମ୍ପରା, ଐତିହ୍ୟ ଓ ହକି ବିଶ୍ୱକପ୍ ଆୟୋଜନକୁ ପ୍ରଶଂସା କରିଥିଲେ । ସାମାଜିକ ସ୍ତରରେ ମହିଳାମାନେ ସଶକ୍ତ ହେବା ଉପରେ ଗୁରୁତ୍ୱାରୋପ କରିଥିଲେ । ମୁଖ୍ୟବକ୍ତା ମେୟର ସୁଲୋଚନା ଦାସ ଓଡିଶା ମହିଳା ସଶକ୍ତୀକରଣ କ୍ଷେତ୍ରରେ ବହୁ ଉର୍ଦ୍ଧ୍ୱରେ ରହିଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ମିଶନ ଶକ୍ତି ମାଧ୍ୟମରେ ୭୦ ଲକ୍ଷରୁ ଉର୍ଦ୍ଧ୍ୱ ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବା ସହିତ ସେମାନଙ୍କୁ ରୋଜଗାରକ୍ଷମ କରାଯାଇଛି ବୋଲି କହିଥିଲେ । ବରିଷ୍ଠ ରାଜନେତା ଡା ଦାମୋଦର ରାଉତ କହିଥିଲେ ବିଜୁ ପଟ୍ଟନାୟକ ପ୍ରଥମେ ମହିଳାଙ୍କୁ ଆଗକୁ ନବାକୁ ଚେଷ୍ଟା କରିଥିଲେ । ରାଜନୈତିକ କ୍ଷେତ୍ରକୁ ମହିଳାମାନେ ଆସିବା ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଥିଲେ ।
କମିଟିର ସଭାପତି ସୁଶୀଲ ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ଦିଲ୍ଲୀପ ରାୟଙ୍କ ରାଜନୈତିକ ସଚିବ ଦୁର୍ଗାପ୍ରସାଦ ମହାନ୍ତି ସ୍ୱାଗତ ଭାଷଣ ରଖିଥିଲେ । ଏହି ଅବସରରେ ସମାଜସେବୀ ଚିରଞ୍ଜନ ଦାସଙ୍କୁ ସମାଜସେବା କ୍ଷେତ୍ରରେ ସମ୍ବର୍ଦ୍ଧିତ କରାଯାଇଥିଲା । କମିଟିର ସଦସ୍ୟ ସମରେନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଅପରପକ୍ଷେ ଆଜି ସକାଳୁ ପୁରୀ ଠାରେ ଗୌତମ ରାୟଙ୍କ ନେତୃତ୍ୱରେ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଦିଲ୍ଲୀପ ରାୟଙ୍କ ଦୀର୍ଘାୟୁ କାମନା କରି ଶହ ଶହ ଦୀପଦାନ କରାଯାଇଥିଲା । ରାଜ୍ୟସ୍ତରୀୟ ଜୟନ୍ତୀ କମିଟି ପକ୍ଷରୁ ଦିନସାରା ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ୟଥ ଭଏସ୍ ପକ୍ଷରୁ ମଶ୍ୱେର ଠାରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ୧୦୭ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏଥିରେ ଉତ୍ତର ବିଧାୟକ ସୁଶାନ୍ତ ରାଉତ, ମୟରଭଞ୍ଜ ରାଜା ଓ ରାଣୀ ଅତିଥି ଭାବେ ଯୋଗଦାନ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.